ETV Bharat / state

Army Exam: ବଦଳିଲା ଢାଞ୍ଚା, ଏଣିକି ଅନଲାଇନରେ ସେନାବାହିନୀର ଯୋଗ୍ୟତା ପରୀକ୍ଷା - ଆର୍ମି ପରୀକ୍ଷାର ବଦଳିଲା ଢାଞ୍ଚା

ବଦଳିଲା ସେନାବାହିନୀର ଯୋଗ୍ୟତା ପରୀକ୍ଷା । ଆଉ ଅଫଲାଇନରେ ନୁହେଁ, ଏଣିକି ଅନଲାଇନରେ ହେବ ପରୀକ୍ଷା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 20, 2023, 10:05 PM IST

Updated : Apr 20, 2023, 10:39 PM IST

Army Exam: ବଦଳିଲା ଢାଞ୍ଚା, ଏଣିକି ଅନଲାଇନରେ ସେନାବାହିନୀର ଯୋଗ୍ୟତା ପରୀକ୍ଷା

ଭୁବନେଶ୍ବର: ସେନାବାହିନୀରେ ଯୋଗଦେବା ଲାଗି ନିଯୁକ୍ତି ପ୍ରକ୍ରିୟାରେ କରାଗଲା ଢାଞ୍ଚାଗତ ପରିବର୍ତ୍ତନ । ଏଣିକି ଆଉ ଅଫଲାଇନରେ ନୁହେଁ, ଅନଲାଇନରେ ହେବ ପରୀକ୍ଷା । ଏହାକୁ ଚଳିତ ବର୍ଷଠାରୁ ଲାଗୁ କରାଯାଇଛି । ବର୍ତ୍ତମାନ ପରୀକ୍ଷାର୍ଥୀମାନେ ପ୍ରଥମେ ଅନଲାଇନରେ ନିଜର ପଞ୍ଜୀକରଣ କରିବା ପରେ ବୈଧ ଥିବା ଆବେଦନଗୁଡ଼ିକୁ ବିଚାରକୁ ନିଆଯାଇ ପ୍ରଥମେ କମ୍ପ୍ୟୁଟର ମାଧ୍ୟମରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀମାନେ ଶାରୀରିକ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହେବେ । ପରେ ଅନ୍ତିମ ପର୍ଯ୍ୟାୟରେ ଡାକ୍ତରୀ ପରୀକ୍ଷା ଅନୁଷ୍ଠିତ ହେବ । ଡାକ୍ତରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ । ପୂର୍ବରୁ ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ ପ୍ରଥମେ ଆର୍ମି ରାଲି ମାଧ୍ୟମରେ ଶାରୀରିକ ପରୀକ୍ଷା ଓ ଏହା ପରେ ଲିଖିତ ପରୀକ୍ଷା ହେଉଥିଲା । ତାହା ପୁଣି ଅଫ୍‌ଲାଇନ । ଏଥିରେ ପରୀକ୍ଷାର୍ଥୀମାନଙ୍କ ବହୁସମୟ ବ୍ୟୟ ହେଉଥିଲା ଓ ପିଲାଙ୍କୁ ଦୂର ବାଟ ପରୀକ୍ଷା କେନ୍ଦ୍ର ପାଇଁ ଯିବାକୁ ପଡୁଥିଲା । ତେଣୁ ସମୟ ଦୃଷ୍ଟିରୁ ବିଭିନ୍ନ ପ୍ରସଙ୍ଗକୁ ବିଚାରକୁ ନିଆଯାଇ ଚଳିତ ବର୍ଷରୁ ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି ।

ଏନେଇ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି କଟକସ୍ଥିତ ଆର୍ମି ରିକ୍ରୁଟମେଣ୍ଟ ଅଫିସ୍‌ ନିର୍ଦ୍ଦେଶକ କର୍ଣ୍ଣେଲ ହରବିନ୍ଦର ସିଂ । ଏନେଇ କର୍ଣ୍ଣେଲ ହରବିନ୍ଦର ସିଂ କହିଛନ୍ତି, "ସେନାବାହିନୀରେ ନିଯୁକ୍ତି ଲାଗି ଏହି ନୂତନ ପଦ୍ଧତି ସମ୍ପର୍କରେ ଓଡ଼ିଶାର ସମସ୍ତ ଜିଲ୍ଲାରେ ସଚେତନତା ସୃଷ୍ଟି କରାଯାଇଛି । ଆର୍ମି ରିକ୍ରୁଟମେଣ୍ଟ କାର୍ଯ୍ୟାଳୟ ପକ୍ଷରୁ ୧୩୬ଟି ବିଦ୍ୟାଳୟ, ୪୮ଟି ମହାବିଦ୍ୟାଳୟ ଏବଂ ୪୪ଟି ଆଇଟିଆଇ ଶିକ୍ଷାନୁଷ୍ଠାନରେ ଭିଡିଓ ବାର୍ତ୍ତା, ପ୍ରଚାରପତ୍ର ଏବଂ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବଗୋଷ୍ଠୀଙ୍କୁ ଏସମ୍ପର୍କରେ ସଚେତନ କରାଯାଇଛି । ଏହି ପ୍ରକ୍ରିୟା ଜୁନିଅର କମିଶନ ଅଧିକାରୀ ଏବଂ ଯବାନଙ୍କ ନିଯୁକ୍ତି ପାଇଁ ବାଧ୍ୟତାମୂଳକ ରହିବ।"

ଏହା ବି ପଢନ୍ତୁ- BJD Star Campaigners: ବିଜେଡିର 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି

ଏଠାରେ ସୂଚନା ଥାଉକି ବର୍ତ୍ତମାନ ଦେଶର ୧୭୬ଟି ସ୍ଥାନର ୩୭୫ଟି ପରୀକ୍ଷା କେନ୍ଦ୍ରରେ ଚଳିତ ବର୍ଷ ଏପ୍ରିଲ ୧୭ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ କମ୍ପ୍ୟୁଟର ମାଧ୍ୟମରେ ଲିଖିତ ପରୀକ୍ଷା ଆୟୋଜନ ହେଉଛି । ସେଥିମଧ୍ୟରୁ ରାଜ୍ୟର ଭୁବନେଶ୍ବର, ବାଲେଶ୍ବର, ଢେଙ୍କାନାଳ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ସମେତ ୮ଟି କେନ୍ଦ୍ରରେ ପରୀକ୍ଷା ଆୟୋଜନ କରାଯାଉଛି । ତେଣୁ ନିଯୁକ୍ତି ପ୍ରକ୍ରିୟାରେ ଢାଞ୍ଚାଗତ ପରିବର୍ତ୍ତନ ସମ୍ପର୍କିତ ସବିଶେଷ ତଥ୍ୟ ଯଦି କୌଣସି ବ୍ୟକ୍ତି ବା ଆବେଦନକାରୀ ଜାଣିବାକୁ ଚାହୁଁଛନ୍ତି ସେ ସମ୍ବଦ୍ଧରେ ସମସ୍ତ ସୂଚନା joinindianarmy.nic.in ରେ ଉପଲବ୍ଧ ହେଉଛି ବୋଲି କହିଛନ୍ତି କର୍ଣ୍ଣେଲ ହରବିନ୍ଦର ସିଂ ।

ସେପଟେ ଏନେଇ ମଞ୍ଚେଶ୍ବରରେ ଥିବା ION ଡିଜିଟାଲ କେନ୍ଦ୍ରରେ ସାମ୍ବାଦିକ ସମ୍ମିଳନୀ କରାଯାଇଥିବା ବେଳେ ସେଠାରେ ଥିବା ପିଲାମାନଙ୍କୁ ଅନଲାଇନ ପରୀକ୍ଷା ସମ୍ବନ୍ଧରେ ସଚେତନତା କରାଯାଇଛି । ଏହାସହ ଯେଉଁ ପରୀକ୍ଷାର୍ଥି ଆସିଥିଲେ ସେମାନେ ବି ଏହି ପରିବର୍ତ୍ତିତ ଢାଞ୍ଚାକୁ ନେଇ ଖୁସି ହୋଇଛନ୍ତି । କାରଣ ପୁରା ଦେଶରେ ବର୍ତ୍ତମାନ ସବୁ ପରୀକ୍ଷା ଡିଜିଟାଲ ଢାଞ୍ଚାରେ ହେଉଥିବା ବେଳେ ସେନାବାହିନୀ ପରୀକ୍ଷା ମଧ୍ୟ ସେଇ ଢାଞ୍ଚାରେ କରାଯାଇଥିବା ବେଳେ ଆମ ପାଇଁ ପରୀକ୍ଷା ସହଜ ହେଉଛି ବୋଲି ମତ ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 20, 2023, 10:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.