ETV Bharat / state

ଭୁବନେଶ୍ବରରେ ‘ଭାରତର ବିଭାଜନର କାହାଣୀ ଉପରେ ପ୍ରଦର୍ଶନୀ’, ରାଜ୍ୟପାଳଙ୍କ ଦ୍ବାରା ଉଦଘାଟିତ - ୭୭ତମ ସ୍ବାଧୀନତା ଦିବସ

୭୭ତମ ସ୍ବାଧୀନତା ଦିବସର ଦିନକ ପୂର୍ବରୁ ରାଜଧାନୀ ଭୁବନେଶ୍ବରରେ ‘ଭାରତର ବିଭାଜନର କାହାଣୀ ଉପରେ ପ୍ରଦର୍ଶନୀ’ ଉଦଘାଟିତ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Aug 14, 2023, 10:53 PM IST

Updated : Aug 14, 2023, 11:04 PM IST

ଭୁବନେଶ୍ବରରେ ‘ଭାରତର ବିଭାଜନର କାହାଣୀ ଉପରେ ପ୍ରଦର୍ଶନୀ’, ରାଜ୍ୟପାଳଙ୍କ ଦ୍ବାରା ଉଦଘାଟିତ

ଭୁବନେଶ୍ବର: ଭାରତ ବିଭାଜନର କାହାଣୀ ଜାଣିବ ଦେଶ । ଆଉ ଦେଶ ବିଭାଜନର ଏହି ଦିବସରେ କିଭଳି ଥିଲା ବିଭାଜନ ବିଭୀଷିକାର କାହାଣୀ ଏହାକୁ ନେଇ ଭାରତର ବିଭାଜନର କାହାଣୀ ଉପରେ ଏକ ପ୍ରଦର୍ଶନୀ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ବର ସ୍ବାଧୀନତା ସଂଗ୍ରାମୀ ପଡ଼ିଆରେ ଆୟୋଜିତ ହୋଇଛି ଏହି ବିଭାଜନ ବିଭୀଷିକା ଦିବସ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ପ୍ରଦର୍ଶନୀର ଉଦଘାଟନ କରିଛନ୍ତି ।

ଭାରତର ବିଭାଜନର କାହାଣୀ ଉପରେ ପ୍ରଦର୍ଶନୀ ଉଦଘାଟିତ

୧୯୪୭, ୧୪ ଅଗଷ୍ଟରେ ବିଭାଜନ ବେଳେ କଣ ହୋଇଥିଲା ? କେତେ ଲୋକ ପ୍ରଭାଭିତ ହୋଇଥିଲେ ସେ ସବୁ ପ୍ରଦର୍ଶିନୀ ମାଧ୍ୟମରେ ପିଲାଙ୍କୁ ଛାତ୍ରଛାତ୍ରୀଙ୍କୁ ଜଣାଇବା ପାଇଁ ଆଇସିଏଚଆର, ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ପ୍ରଦର୍ଶିନୀ କରାଯାଇଛି । ତେବେ ଇତିହାସ ବହିରେ ପୂର୍ବରୁ ଏ ବିଷୟ ରେ ଅଧିକ ବିବରିଣୀ ଦିଆଯାଇନଥିବା ବେଳେ ଛାତ୍ରଛାତ୍ରୀଙ୍କୁ ବିଭାଜନକୁ ନେଇ ଥିବା ଅନେକ ତଥ୍ୟ ପ୍ରଦର୍ଶିନୀ ଭାବରେ ଦିଆଯାଇଛି। ଭାରତ ଇତିହାସର ଏହା ଏକ କଳା ଦିନ ଥିବା ବେଳେ ଏ ବିଷୟରେ ମଧ୍ୟ ଛାତ୍ରଛାତ୍ରୀ ଅବଗତ ହେବାର ଆବଶ୍ୟକତା ଥିବାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଓ ICHRର ମିଳିତ ଉଦ୍ୟମରେ ଏହି ପ୍ରଦର୍ଶନୀ ଭୁବନେଶ୍ବରରେ ଆୟୋଜିତ କରାଯାଇଛି ।

ଏହା ବି ପଢନ୍ତୁ- ବାପୁଙ୍କ ଓଡିଶା ଆଗମନ ଇତିହାସର ମୁକସାକ୍ଷୀ ମଧୁ ମନ୍ଦିର, ଏଇଠି ୩ଦିନ ରହିଥିଲେ ଗାନ୍ଧିଜୀ

ଏହି ଅବସରରେ ୮ ଜଣ ସ୍ବାଧୀନତା ସଂଗ୍ରାମୀ ବିଶେଷ କରି ଯେଉଁ ମାନେ ବିଭାଜନକୁ ଅଙ୍ଗେ ନିଭାଇଛନ୍ତି ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପ୍ରଦର୍ଶନୀର ଉଦଘାଟନ କରିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭାଜନର ବିଭୀଷିକା ଛାତ୍ରଛାତ୍ରୀଙ୍କୁ ଜଣାଇଥିଲେ। ସେପଟେ ବିଭାଜନର ଅନୁଭବୀ ସ୍ବାଧୀନତା ସଂଗ୍ରାମୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ବିଭାଜନର ଦୃଶ୍ୟକୁ ମନେ ପକାଇ ପୁଣି ମର୍ମାହତ ହୋଇଛନ୍ତି ।

ଏହି ଅବସରରେ ବିଭାଜନ ବିଭୀଷିକାକୁ ଉତ୍ସବ ଭାବରେ ପାଳନ କରିବା ପାଇଁ ନୁହେଁ ବରଂ ସେହି ସମୟରେ ତ୍ୟାଗ ଓ ବଳିଦାନ ଦେଇଥିବା ଏବଂ କ୍ଷତି ଓ ପୀଡା ସହିଥିବା ସେହି ପୂର୍ବଜ ମାନଙ୍କୁ ମନେ ପକାଇବାର ଅବସର । ଆଜିର ଦିନରେ ସେହି ବିଭୀଷିକାରୁ ପ୍ରେରଣା ନେଇ ଭାରତକୁ ଅଧିକ ଶକ୍ତିଶାଳୀ, ସମୃଦ୍ଧ, ଶୌର୍ଯ୍ୟବାନ ଓ ସୁରକ୍ଷିତ କରିବା ପାଇଁ ସମାଜକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୧୯୪୭ ଅଗଷ୍ଟ ୧୪ରେ ଭାରତ ପାକିସ୍ତାନ ବିଭାଜନ ସମୟରେ ଘୃଣା ଓ ହିଂସା ହେତୁ ଲକ୍ଷ ଲକ୍ଷ ଭାଇ ଏବଂ ଭଉଣୀମାନେ ବିସ୍ଥାପିତ ହେବା ସହ ତ୍ୟାଗ ଏବଂ ବଳିଦାନ ଦେଇଥିଲେ । ଏହାର ଦୃଶ୍ୟ, ପୀଡ଼ା ଓ କ୍ଷତ ଏବେ ବି ଅନେକଙ୍କୁ ମର୍ମାହତ କରୁଛି । ମୁଁ ମଧ୍ୟ ଦେଶର ଅନେକ ସୀମାବର୍ତ୍ତୀ ଅଞ୍ଚଳ ଗସ୍ତ କରିବା ବେଳେ ସେହି ଆବେଗର ସ୍ପନ୍ଦନକୁ ଶୁଣିଛି ଓ ବୁଝିବା ପାଇଁ ଚେଷ୍ଟା କରିଛି । ରାଜନୀତି ବନ୍ଧନରୁ ମୁକ୍ତ କରିବାର ପ୍ରୟାସ ଦେଶକୁ ବିଭାଜନ ଓ ଖଣ୍ଡ ବିଖଣ୍ଡିତ କରିଥିଲା । ଇତିହାସର ଦୃଷ୍ଟିକୋଣ ଅନୁଯାୟୀ ସମ୍ଭତଃ ସେହି ସମୟକୁ ଏଡାଯାଇପାରିଥାନ୍ତା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ମହାତ୍ମା ଗାନ୍ଧୀଙ୍କ ସ୍ୱଦେଶୀ ଆନ୍ଦୋଳନ ଓ ଲବଣ ସତ୍ୟାଗ୍ରହର ବହୁ ପୂର୍ବରୁ ଓଡ଼ିଶାର ବରପୁତ୍ର ବ୍ୟାସକବି ଫକୀରମୋହନ ସେନାପତି ଲେଖନୀ ଚାଳନା ମାଧ୍ୟମରେ ଏହି କଥା କହିଥିଲେ । ଆଜି ସେହି ଲୁକ୍କାୟିତ ହୋଇଯାଇଥିବା ବୀର ସଂଗ୍ରାମୀମାନଙ୍କୁ ଲୋକଲୋଚନକୁ ଆଣି ଇତିହାସକୁ ବ୍ୟାପକ କରିବାର ପ୍ରୟାସ କରୁଛନ୍ତି । ଓଡ଼ିଶା ଏଭଳି ରାଜ୍ୟ, ସ୍ୱାଧୀନତା ସଂଗ୍ରାମର ଅନେକ ଗାଥା ଅଛି । ଓଡ଼ିଶା ଜାତିର ଇତିହାସ ଶତାବ୍ଦୀ ଶତାବ୍ଦୀର । ବୀର ଓଡ଼ିଆ ଜାତି ନୌବାଣିଜ୍ୟରେ ଅଧା ପୃଥିବୀକୁ ପରିକ୍ରମା କରିଥିଲେ । ତେଣୁ ଓଡିଆ ଜାତିର ବୀରତ୍ୱ, ସମ୍ପନ୍ନତା, ଇତିହାସ ଓ ବୈଭବର ପୁନଃଲିଖନର ଆବଶ୍ୟକତା ଅଛି । ଏହି ସବୁ ଘଟଣା ତଥ୍ୟ, ଆଧାର, ଐତିହାସିକ ପ୍ରମାଣ ସହ ସ୍ଥାପନା କରିବାକୁ ପଡିବ । ଏ ପ୍ରକାର ସଂକଳ୍ପନା ନୂଆ ପୀଢିକୁ ଦେଖିବା ପାଇଁ ଏହି ପ୍ରଦର୍ଶନୀର ଆୟୋଜନ ହୋଇଛି ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 14, 2023, 11:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.