ETV Bharat / state

ସିବିଆଇ ପରିଚୟ ଦେଇ 2 କୋଟି ଲୁଟ ଘଟଣା, ତଦନ୍ତରେ ଏଣ୍ଟ୍ରି ମାରିଲା ଇନକମ ଟ୍ୟାକ୍ସ

author img

By ETV Bharat Odisha Team

Published : Sep 2, 2023, 9:43 AM IST

ନନ୍ଦନବିହାରରେ ଲୁଟ ଘଟଣାରେ ଟୁଇଷ୍ଟ । ଲୁଟ ହୋଇଥିବା ବ୍ୟକ୍ତିଙ୍କ ଘରୁ ଏତେ ଟଙ୍କା କେଉଁଠୁ ଆସିଲା ସେନେଇ ତଦନ୍ତ ଆରମ୍ଭ କଲା ଆୟକର ବିଭାଗ । ଅଧିକ ପଢନ୍ତୁ

nandan vihar loot case
nandan vihar loot case

ଭୁବନେଶ୍ବର: ସିବିଆଇ ପରିଚୟ ଦେଇ ନନ୍ଦନବିହାରରେ ଲୁଟ ଘଟଣାରେ ଟୁଇଷ୍ଟ । ତଦନ୍ତରେ ଏଣ୍ଟ୍ରି ମାରିଲା ଇନକମ ଟ୍ୟାକ୍ସ । ଲୁଟ କରିଥିବା ଲୋକ ନୁହେଁ ବରଂ ଲୁଟ ହୋଇଥିବା ଘର ମାଲିକଙ୍କ ଉପରେ ଇନକମ ଟ୍ୟାକ୍ସର ନଜର । ନିବାରଣ ପାଣିଙ୍କ ଘରେ ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ? ଟଙ୍କାର ସୋର୍ସ ଅଫ ଇନକମ କଣ ? ସେନେଇ ତଦନ୍ତ କରିବ ଆୟକର ବିଭାଗ । ଲୁଟ ଘଟଣାର ତଥ୍ୟ ଦେବାକୁ ଇନକମ ଟ୍ୟାକ୍ସ ପକ୍ଷରୁ କମିଶନରେଟ ପୋଲିସକୁ ଅନୁରୋଧ କରାଯାଇଛି । ଘଟଣାର ଏଫଆଇଆର କପି ସହ ଜବତ ଟଙ୍କା ଓ ଅଭିଯୁକ୍ତଙ୍କ ସମସ୍ତ ପ୍ରକାର ତଥ୍ୟ ଦେବାକୁ ଇନକମ ଟ୍ୟାକ୍ସ କହିଛି । ଏନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଗତ ଅଗଷ୍ଟ ୨ ତାରିଖରେ ନନ୍ଦନବିହାର ନିବାରଣ ପାଣିଙ୍କ ଘରେ ୯ଜଣ ଦୁର୍ବୃତ୍ତ ସିବିଆଇ କହି ଘରେ ପଶିଥିଲେ । ପରେ ବନ୍ଧୁକ ମୁନରେ ନିବାରଣ ଓ ତାଙ୍କ ଘର ଲୋକଙ୍କ ସମସ୍ତଙ୍କ ହାତ ଗୋଡ଼ ବାନ୍ଧି ଗୋଟିଏ ଘରେ ବନ୍ଦ କରିଦେଇଥିଲେ । ଏହାପରେ ଘରେ ଥିବା ୨ କୋଟି ନଗଦ ଟଙ୍କା ଓ ସୁନା ଧରି ଛୁ ମାରିଥିଲେ ଲୁଟେରା । ଏନେଇ ଥାନାରେ ଅଭିଯୋଗ ପରେ ତଦନ୍ତ କରିଥିଲା ପୋଲିସ । ତଦନ୍ତ ସମୟରେ ଏକ ଲୁଟେରା ଗ୍ୟାଙ୍ଗର 5 ଜଣଙ୍କୁ ଗରିଫ କରିଥିଲା ପୋଲିସ । ପରେ ଆଉ ୩ ଜଣଙ୍କୁ ଗିରଫ କରାଯାଇଥିଲା । ଏଯାବତ ଏହି ଘଟଣାରେ‌ ୮ଜଣ ଗିରଫ ହୋଇଥିବା ବେଳେ ଲୁଟ ହୋଇଥିବା ୧ କୋଟି ୬୨ଲକ୍ଷ ୫୯ହଜାର ଟଙ୍କା ଠାବ ହୋଇଛି ।

ଏହି ଘଟଣାରେ ଜଡିତ ଆଉ ଜଣେ ଅଭିଯୁକ୍ତ ବାଦଲ ଫେରାର ରହିଛି । ସେ ଜଣେ ଯୁବତୀକୁ ନେଇ ଫେରାର ଥିବା ପୋଲିସ ସୁତ୍ରରୁ ସୂଚନା ମିଳିଛି । ତେବେ ବାଦଲକୁ ଖୋଜିବାକୁ ପ୍ରୟାସ ଜାରି ରଖିଛି କମିଶନରେଟ ପୋଲିସ । ଅଭିଯୋଗକାରୀ ଜଣଙ୍କ ଘରେ ଏତେ ଟଙ୍କା କାହିଁକି ରଖିଥିଲେ ସେ ନେଇ ପୋଲିସ ତଦନ୍ତ କରୁଥିବା ବେଳେ ସେ ଜଣେ ଅବସରପ୍ରାପ୍ତ ସରକାରି କର୍ମଚାରୀ ବୋଲି ଜଣାପଡିଥିଲା ।

ଏହା ମଧ୍ୟ ପଢନ୍ତୁ-ନନ୍ଦନବିହାର ଡକାୟତି ମାମଲା: ୨ କୋଟିକୁ ୯ ଭାଗରେ ବାଣ୍ଟିଥିଲେ ଲୁଟେରା, ବନ୍ଧା ହେଲେଣି 8

ତାଙ୍କର ବନ୍ଧୁ ଓ ପରିବାରରେ ଅନେକ ଲୋକ କଣ୍ଟ୍ରାକ୍ଟର ଥିବା ବେଳେ ଏକ ଜମି କିଣିବା ପାଇଁ ଏହି ସବୁ ଟଙ୍କା ଠୁଳ କରି ରଖିଥିବା କମିଶନରେଟ ପୋଲିସ ସୂଚନା ଦେଇଥିଲା । ତେବେ ୨କୋଟି ଡକାୟତି ହେବା ଏବଂ ଲୁଟେରାଙ୍କଠୁ ଦେଢକୋଟି ଜବତ ହେବା ପରେ ଏତେ ପରିମାଣର ଟଙ୍କା ଘରେ ନଗଦ ରଖିବା ପଛର କାରଣ ଜାଣିବାକୁ ଏବେ ଇନକମ ଟ୍ୟାକ୍ସ ଆଗଭର ହୋଇଛି । ଏହି ଘଟଣାର ତଥ୍ୟ ଦେବାକୁ ପୋଲିସକୁ କହିଥିବା ବେଳେ ଟଙ୍କାର ସୋର୍ସ ଅଫ ଇନକମ କଣ, ଜମି କିଣିବାକୁ କାହାକୁ ଟଙ୍କା ଦିଆଯାଇଥାନ୍ତା, କାହାଠୁ ଏତେ ପରିମଣର ଟଙ୍କା ଆଣିଥିଲେ ଅଭିଯୋଗକାରୀ ସେନେଇ ଟିକନିକ ଯାଞ୍ଚ ଆରମ୍ଭ କରିବ ଆୟକର ବିଭାଗ ।

ଘରର ମାଲିକ ନିବାରଣ ପାଣିଙ୍କ ସମେତ ଘରର ଇନକମ ସୋର୍ସରେ କିଏ କିଏ ଅଛନ୍ତି ସେମାନଙ୍କ ଆର୍ଥିକ କାରବାର ମଧ୍ୟ ଯାଞ୍ଚ କରିପାରେ ଇନକମ ଟ୍ୟାକ୍ସ । ଏତେ ପରିମାଣର ଟଙ୍କା ପଛରେ ଟିକସ ଫାଙ୍କିବାର ଗଳାବାଟ ରହିଛି କି ନାହିଁ ସେ ଦିଗରେ ଇନକମ ଟ୍ୟାକ୍ସ ଅଧିକାରୀ ତଦନ୍ତ ଜାରି ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.