ETV Bharat / state

ଶିକ୍ଷାନୁଷ୍ଠାନରେ ପାଇକ ଆଖଡା ସାମିଲ ପାଇଁ ଜୋର ଧରିଲା ଦାବି - ବୀର ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର

ଆଜି ବୀର ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କ 192ତମ ଶହୀଦ ଦିବସ ପାଳନ ହେଉଥିବାବେଳେ ନିଖିଳ ଓଡିଶା ପାଇକ ମହାସଂଘ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି।

'ସ୍କୁଲକଲେଜରେ ପାଇକ ଆଖଡାକୁ ସାମିଲ ସହ ଏହାକୁ ସ୍କାଉଟ ଓ ଗାଇଡ଼ର ମାନ୍ୟତା ଦିଅନ୍ତୁ'

author img

By

Published : Jan 24, 2021, 4:20 PM IST

ଭୁବନେଶ୍ବର: ଆମ ଓଡିଆ ବୀର ପରମ୍ପରାର ଐତିହାସିକ ସାକ୍ଷୀ ହେଉଛି ଆମର ମୁକ୍ତି ସଂଗ୍ରାମ। ଯାହାର ନେତୃତ୍ବ ନେଉଥିଲେ ବୀର ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର। ଆଜି ସେହି ବୀର ଯୋଦ୍ଧାଙ୍କ 192ତମ ଶହୀଦ ଦିବସ ପାଳନ ହେଉଥିବାବେଳେ ନିଖିଳ ଓଡିଶା ପାଇକ ମହାସଂଘ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି।

'ସ୍କୁଲକଲେଜରେ ପାଇକ ଆଖଡାକୁ ସାମିଲ ସହ ଏହାକୁ ସ୍କାଉଟ ଓ ଗାଇଡ଼ର ମାନ୍ୟତା ଦିଅନ୍ତୁ'

ଏହି ଅବସରରେ ମହାସଂଘ ପକ୍ଷରୁ ପାଇକ ଆଖଡାକୁ ଉଭୟ ସ୍କୁଲ ଓ କଲେଜ ପାଠ୍ୟକ୍ରମରେ ସାମିଲ କରିବା ସହ ତାକୁ ସ୍କାଉଟ ଓ ଗାଇଡ଼ର ମାନ୍ୟତା ପ୍ରଦାନ କରାଯିବାକୁ ଦାବି କରାଯାଇଛି।

ସ୍ଥାନୀୟ ମ୍ୟୁଜିୟମ ଛକ ନିକଟରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପ୍ରଦାନ କରାଯିବା ସହ ପାଇକ ଆଖଡା ପ୍ରଦର୍ଶନ କରାଯାଇଛି।ଏହି ଅବସରରେ ମହାସଂଘର ସଭାପତି କହିଛନ୍ତି ଯେ, ଉତ୍କଳର ବୀରମାନଙ୍କ ପରାକାଷ୍ଠା ଇଂରେଜମାନଙ୍କୁ ପରାହତ କରି ପ୍ରଥମ ସ୍ବାଧୀନତା ସଂଗ୍ରାମର ବାର୍ତ୍ତା ପ୍ରଦାନ କରିଥିଲେ। ଯାହାକୁ ଆଜିର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ବୀକୃତି ପ୍ରଦାନ କରିବା ସହ ଏହାକୁ ଉଜିବିତ କରି ରଖନ୍ତୁ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.