ETV Bharat / state

ଲଗାଣ ବର୍ଷାରେ ଧୋଇଗଲା ବର୍ଷକର ଅମଳ, ଚିନ୍ତାରେ ଚଷୀ - continuous rain in khurdha

ଲାଗି ରହିଥିବା ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ବର୍ଷକର ଚାଷ । ଚାଷୀ ଏବେ ଚିନ୍ତାରେ। ନା ଧାନକୁ ନେଇ ପାରୁଛି ନା ଶୁଖାଇ ପାରୁଛି । ଅଧିକ ପଢନ୍ତୁ

farmers harvesting corps wash on continuous rain in khurdha
ଲଗାଣ ବର୍ଷାରେ ଚାଷୀଙ୍କ ଧୋଇଗଲା ବର୍ଷକର ଅମଳ, ଚିନ୍ତାରେ ଚଷୀ
author img

By

Published : Nov 16, 2021, 10:49 PM IST

ଖୋର୍ଦ୍ଧା: ରାଜ୍ୟରେ ଲାଗି ରହିଥିବା ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ବର୍ଷକର ଚାଷ । ଚାଷୀ ଏବେ ଚିନ୍ତାରେ। ନା ଧାନକୁ ନେଇ ପାରୁଛି ନା ଶୁଖାଇ ପାରୁଛି । କାର୍ତିକ ମାସରେ ଶ୍ରାବଣର ଭ୍ରମ । ଧାନବିଲ ଭିତରେ ଲହଡି ଭାଙ୍ଗୁଛି ବର୍ଷା ଜଳ ।

ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକରେ ଲଘୁଚାପ ଜନିତ ଲଗାଣ ବର୍ଷା ଚାଷୀର ଚିନ୍ତା ବଢ଼ାଇ ଦେଇଛି । ଆଉ ଏହାରି ଭିତରେ ଚାଷୀର ବର୍ଷକର ଅମଳ ଗଜା ହୋଇ ନଷ୍ଟ ହୋଇଯାଇଛି । ପ୍ରଥମେ ଚକଡ଼ା ପୋକ ଆଉ ଏବେ ଲଘୁଚାପଜନିତ ବର୍ଷା କାରଣରୁ ଚାଷୀ ଆଖି ଆଗରେ ନଷ୍ଟ ହେଉଛି ଫସଲ । ଚଳିତ ବର୍ଷ ବିଭିନ୍ନ ବ୍ୟାଙ୍କ ଓ ସମବାୟ ସମିତିରୁ ଋଣ ଆଣି ଭଲ ଧାନ ଫସଲ କରିଥିଲା ଚାଷୀ । କିନ୍ତୁ ଅମଳ ସମୟରେ ଏଭଳି ବର୍ଷା କାରଣରୁ ବିଲରେ ଧାନ ଗଜା ହୋଇ ନଷ୍ଟ ହେଲାଣି ।

ଲଗାଣ ବର୍ଷାରେ ଚାଷୀଙ୍କ ଧୋଇଗଲା ବର୍ଷକର ଅମଳ, ଚିନ୍ତାରେ ଚଷୀ

ସେପଟେ ବର୍ଷକର ଫସଲକୁ ରଖିବାକୁ ଜାଗା ନଥିବା ବେଳେ ସିମୋର ଚାଷୀ ମାନେ ପଞ୍ଚାୟତ କାର୍ଯ୍ୟାଳୟରେ ଗଜା ଧାନକୁ ଶୁଖାଇ ଥିବା ଦେଖାଦେଇଛି । ଦୀର୍ଘ ତିନିଦିନ ଧରି ଲଗାଣ ବର୍ଷା ହୋଇଥିଲେ ମଧ୍ୟ କୃଷି ବିଭାଗର କୌଣସି ଅଧିକାରୀ କି କର୍ମଚାରୀ ଚାଷୀର କ୍ଷେତ ପରିଦର୍ଶନ କରିନଥିବା ଚାଷୀ ଅଭିଯୋଗ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.