ETV Bharat / state

କାଳବୈଶାଖୀ ବର୍ଷାରେ ଭିଜିବ ରାଜ୍ଯ, ତାତିରୁ ତ୍ରାହି ପାଇବେ ରାଜ୍ୟବାସୀ

author img

By

Published : Apr 14, 2023, 6:50 PM IST

କମିବ ଗ୍ରୀଷ୍ମ ପ୍ରବାହ । ୧୬ରୁ ୧୮ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା । ଅଧିକ ପଢ଼ନ୍ତୁ

ତଳମୁହାଁ ହୋଇପାରେ ପାରଦ
ତଳମୁହାଁ ହୋଇପାରେ ପାରଦ
୧୬ ରୁ ୧୮ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆସନ୍ତା 15 ଏପ୍ରିଲରୁ ରାଜ୍ୟରେ କମିବ ଗ୍ରୀଷ୍ମ ପ୍ରବାହ । ଯାହାଫଳରେ ଖରାରୁ ସାମାନ୍ଯ ଆଶ୍ବସ୍ତି ପାଇବେ ରାଜ୍ୟବାସୀ । କାରଣ ୧୬ରୁ ୧୮ ତାରିଖଁ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । କାଳବୈଶାଖୀର ପ୍ରଭାବରେ ୧୭ ତାରିଖରେ ଉପକୁଳବର୍ତ୍ତୀ ଜିଲ୍ଲାର ପାଶ୍ବବର୍ତ୍ତୀ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ବର୍ତ୍ତମାନ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ଶୁଷ୍କ ବାୟୁ ଏବଂ ସୂର୍ଯ୍ୟଙ୍କର ଉତ୍ତାପ ପ୍ରଭାବରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ଦିନ 10ଟା ପରେ ଘରୁ ବାହାରିବା କଷ୍ଟକର ହୋଇ ପଡିଛି । ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ କାରଣରୁ ଗତ ୨୪ ଘଣ୍ଟାରେ ୨୫ଟି ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ବାରିପଦାରେ ସର୍ବାଧିକ ଦିନ ତାପମାତ୍ରା ୪୩.୫ ଡିଗ୍ରୀ ରେକର୍ଡ କରାଯାଇଛି । ତେବେ ଆସନ୍ତାକାଲି(ଶନିବାର) ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ ।

୧୪ ଏପ୍ରିଲ ପାଇଁ ୭ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା ଆଞ୍ଚଳିକ ପାଣିପାଗ ବିଭାଗ । ସେହିସବୁ ଜିଲ୍ଲା ଗୁଡ଼ିକ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଝାରସୁଗୁଡ଼ା । ସେହିପରି ୧୫ ଏପ୍ରିଲରେ ପାଇଁ ୬ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା ସମ୍ବଲପୁର ଝାରସୁଗୁଡା ଅନୂଗୁଳ ସୋନପୁର ବୌଦ୍ଧ ଦେବଗଡ । ଅନ୍ୟପଟେ ୧୫ ତାରିଖ ପରଠୁ ରାଜ୍ୟକୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରିବ ଯାହାର ପ୍ରଭାବରେ ତଳ ମୁହାଁ ହେବ ପାରଦ । ୧୬ ତାରିଖରେ ରାଜ୍ୟର ଅଧିକାଂଶ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷାର ସମ୍ଭାବନା ଥିବା ବେଳେ କୌଣସି ସତର୍କ ସୂଚନା ନାହିଁ । ହେଲେ ୧୭ ତାରିଖରେ ଉପକୁଳବର୍ତ୍ତୀ ଜିଲ୍ଲାର ପାଶ୍ବବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବର୍ଷା ହେବା ନେଇ ଆଶଙ୍କା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ତ୍ତମାନ ରାଜ୍ୟରେ ଦିନ ତାପମାତ୍ରା ସ୍ଵାଭାବିକଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହୁଥିବା ପରିଲଖିତ ହୋଇଛି ।

ଆଜି ଦିନ ୨.୩୦ ସୁଦ୍ଧା ଭୁବନେଶ୍ୱରରେ ୪୦.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଗତ 24 ଘଣ୍ଟା ମଧ୍ଯରେ ବାରିପଦାରେ ସବୁଠାରୁ ଅଧିକ ତାପମାତ୍ର ରେକର୍ଡ କରାଯାଇଛି। 8ଟି ସହରରେ ତାପମାତ୍ର 42 ଡିଗ୍ରୀ ରେକର୍ଡ କରାଯାଇଛି । 25ଟି ସହରରେ ଦିନରେ ତାପମାତ୍ରା 40 ଡିଗ୍ରୀ ଉପରେ ରହିଛି । ସେହିପରି ଝାରସୁଗୁଡା ୪୨.୦ ଡିଗ୍ରୀ, ସମ୍ବଲପୁର ୪୧.୮ ଡିଗ୍ରୀ ,ଚାନ୍ଦବାଲି ୪୦.୦ ଡିଗ୍ରୀ, ହୀରାକୁଦ ୪୦.୦ ଡିଗ୍ରୀ ଏବଂ କେନ୍ଦୁଝର ୩୮.୦ ଡିଗ୍ରୀ ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.