ETV Bharat / state

‘5 ବର୍ଷରେ 6ଶହ କୋଟିର ଜାଲିଆତି କରିଛି ଓଏସସିବି’ - soochana adhikar abhiyan

ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କରେ ହୋଇଥିବା ବ୍ୟାପକ ଜାଲିଆତି, ଆର୍ଥିକ ଅନିୟମିତତା ଏବଂ ହରିଲୁଟ ନେଇ ଓଡିଶା ସୂଚନାଧିକାର ଅଭିଯାନ ତରଫରୁ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ୫ ବର୍ଷରେ ପ୍ରାୟ ୬ ଶହ କୋଟି ଟଙ୍କାର ଜାଲିଆତି ହୋଇଛି ବୋଲି ଅଭିଯୋଗ ଆଣିଛି ରାଜ୍ୟ ସୂଚନା ଅଧିକାର ଅଭିଯାନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 28, 2019, 6:52 PM IST

ଭୁବନେଶ୍ବର: ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କରେ ହୋଇଥିବା ବ୍ୟାପକ ଜାଲିଆତି, ଆର୍ଥିକ ଅନିୟମିତତା ଏବଂ ହରିଲୁଟ ନେଇ ଓଡିଶା ସୂଚନାଧିକାର ଅଭିଯାନ ତରଫରୁ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ନାବାର୍ଡ ଯାଞ୍ଚ ରିପୋର୍ଟ ଆଧାରରେ ରିହାତି ହାରରେ ଋଣ ଦେବାବେଳେ ୨୦୧୬-୧୭ ମସିହାରେ ୧୭୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ନାବାର୍ଡ ରିପୋର୍ଟ ଆଧାରରେ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କରେ ୫ ବର୍ଷରେ ପ୍ରାୟ ୬ ଶହ କୋଟି ଟଙ୍କାର ଜାଲିଆତି ହୋଇଛି ବୋଲି ଅଭିଯୋଗ ଆଣିଛି ରାଜ୍ୟ ସୂଚନା ଅଧିକାର ଅଭିଯାନ । ଓଏସସିବି ବ୍ୟାଙ୍କର ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ ତୁଷାର କାନ୍ତି ପଣ୍ଡାଙ୍କ ଦାୟିତ୍ବ ଅବଧି ବେଆଇନ ଭାବେ ବାରମ୍ବାର ବଢାଯାଇଛି । ଏହାସହ ତତ୍କାଳୀନ ସମବାୟ ବ୍ୟାଙ୍କର ପରିଚାଳନା କାର୍ଯ୍ୟନିର୍ବାହୀ ବିଷ୍ଣୁପଦ ସେଠୀ ଏ ଆର୍ଥିକ ଅନିୟମିତତାରେ ସମ୍ପୃକ୍ତ ଅଛନ୍ତି ବୋଲି ସୂଚନା ଅଧିକାର ଅଭିଯାନ କହିଛି ।

ଏହାସହ ଓଏସସିବିରେ ୩ଟି ମୁଖ୍ୟ ଆର୍ଥିକ ଅନିୟମିତତା କରାଯାଇଛି । କୌଣସି ଭିତ୍ତିଭୂମି ନଥାଇ ବିନା ଟେଣ୍ଡରରେ କମ୍ପ୍ୟୁଟରିକରଣ କରାଯାଇଛି । ସେହିପରି ଚଞ୍ଚକତା କରି କୋର ବ୍ୟାଙ୍କିଙ୍ଗ ସଲ୍ୟୁସନ ସିଷ୍ଟମକୁ ଫେଲ କରିଛନ୍ତି । ତୃତୀୟରେ ରୂପେ କିଶାନ କ୍ରେଡିଟ କାର୍ଡ଼ ସଠିକ ଭାବରେ କାର୍ଯ୍ୟକ୍ଷମ ହୋଇନାହିଁ । ଯାବତୀୟ ସ୍କାମରେ ଓଏସସିବି ସମ୍ପୃକ୍ତ ବୋଲି ଅଭିଯୋଗ କରିଛନ୍ତି ସୂଚନା ଅଧିକାର ଅଭିଯାନର ସଂଯୋଜକ ପ୍ରଦୀପ ପ୍ରଧାନ । ଯେହେତୁ ସମବାୟ ବ୍ୟାଙ୍କ ସାଧାରଣ ଚାଷୀ ସହିତ ଜଡିତ ତେଣୁ ଏ ଅନୁଷ୍ଠାନର ତଳ ସ୍ତରରୁ ସଂସ୍କାରର ଆବଶ୍ୟକତା ରହିଛି ବୋଲି ପ୍ରଦୀପ ପ୍ରଧାନ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

byt1 pradip pradhan , coordinator soochana adhikar abhijan
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.