ETV Bharat / state

ଆସନ୍ତା 6ରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ, ଶକ୍ତି ବୃଦ୍ଧି ପାଇଁ ହେବ ରଣନୀତି

author img

By

Published : Jan 4, 2023, 7:24 PM IST

ସୁର କହିଛନ୍ତି ଯେ ଆସନ୍ତା 24ରେ ହାତକୁ ହାତ ମିଳାଇବା ରାଲି କରାଯିବ । ପଞ୍ଚାୟତରୁ ରାଜ୍ୟ ସ୍ତରୀୟ ରାଲି କରାଯିବ । ଖୋର୍ଦ୍ଧା ବରୁଣେଇରେ କଂଗ୍ରେସର ରାଜ୍ୟସ୍ତରୀୟ ସମ୍ମିଳନୀ ହେବ । ଏଥିରେ ଯୋଗ ଦେବା ପାଇଁ ଓଡିଶା ଆସିବେ ପ୍ରିୟଙ୍କା ଗାନ୍ଧୀ । ଅଧିକ ପଢନ୍ତୁ

ଆସନ୍ତା 6 ରେ ବସିବ ରାଜ୍ୟ କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ବୈଠକ, ଶକ୍ତି ବୃଦ୍ଧି ପାଇଁ ହେବ ରଣନୀତି

ଭୁବନେଶ୍ବର: ଆସନ୍ତା 6 ରେ ରାଜ୍ୟ କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ବୈଠକ । କଂଗ୍ରେସ ନିଜକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ 6 ତାରିଖରେ କଂଗ୍ରେସ ଭବନରେ ଏକ ଗୁରୁତ୍ବପୂର୍ଣ ବୈଠକ ଡାକିଛି । ବୈଠକରେ କେନ୍ଦ୍ରୀୟ ପ୍ରଭାରୀ ଯୋଗ ଦେବେ । ସାଙ୍ଗଠନିକ ସ୍ତରରେ ମାନସ ମନ୍ଥନ ହେବ । ଆସନ୍ତା 9 ତାରିଖରେ ରାଜ୍ୟ କଂଗ୍ରେସର ପୁଣି ଥରେ ଦ୍ଵିତୀୟ ପର୍ଯ୍ୟାୟ ଭାରତ ଯୋଡ କାର୍ଯ୍ୟକ୍ରମ ଓଡିଶାରେ ଆରମ୍ଭ ହେବ । ଏହି ସମସ୍ତ ପ୍ରସଙ୍ଗର ପ୍ରସ୍ତୁତି ପାଇଁ କଂଗ୍ରେସ ଏହି ବୈଠକ ଡାକିଛି । ଏନେଇ ଆଜି ବିଧାୟକ ସୁର ରାଉତରାୟ ସୂଚନା ଦେଇଛନ୍ତି ।

ସୁର କହିଛନ୍ତି, ‘‘କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ହେବ ବୈଠକ । ଜିଲ୍ଲା ସଭାପତି, ପର୍ଯ୍ୟବେକ୍ଷକ, ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ନେତା ଓ ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ । ବୈଠକରେ ଯୋଗ ଦେବା ପାଇଁ କଂଗ୍ରେସ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତାରିକ ହମିଦ କାରା ଓଡିଶା ଆସୁଛନ୍ତି । କଂଗ୍ରେସ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ପୂର୍ବାହ୍ନରେ ବରିଷ୍ଠ ନେତା ବିଧାୟକମାନଙ୍କ ସହ ବୈଠକ ହେବ। ଅପରାହ୍ନରେ ଜିଲ୍ଲା ସଭାପତି ଓ ଦଳୀୟ ପ୍ରାର୍ଥୀ ମାନଙ୍କ ସହ ବୈଠକ ହେବ । କଂଗ୍ରେସ ଶାସନ ସମୟରେ କଣ କଣ ରାଜ୍ୟର ବିକାଶ ହୋଇଛି, ତାର ଖସଡା ପ୍ରସ୍ତୁତ ହେବ । ତାହାକୁ ନେଇ ଲୋକଙ୍କ ପାଖକୁ ଯିବ କଂଗ୍ରେସ । ଏତତ ବ୍ୟତୀତ ହାତକୁ ହାତ ଯୋଡ ମାଧ୍ୟମରେ ତୃଣମୂଳ ସ୍ତର ରୁ ଭୋଟରଙ୍କୁ ଏକଜୁଟ କରିବା ସହ ସଂଗଠନ ସୁଦୃଢ କରିବା ଉପରେ ଆଲୋଚନା ହେବ ।’’

ସେହିପରି ସୁର କହିଛନ୍ତି ଯେ ଆସନ୍ତା 24ରେ ହାତକୁ ହାତ ମିଳାଇବା ରାଲି କରାଯିବ । ପଞ୍ଚାୟତରୁ ରାଜ୍ୟସ୍ତରୀୟ ରାଲି କରାଯିବ । ଖୋର୍ଦ୍ଧା ବରୁଣେଇରେ କଂଗ୍ରେସର ରାଜ୍ୟସ୍ତରୀୟ ସମ୍ମିଳନୀ ହେବ । ଏଥିରେ ଯୋଗ ଦେବା ପାଇଁ ଓଡିଶା ଆସିବେ ପ୍ରିୟଙ୍କା ଗାନ୍ଧୀ । ଗୋଟିଏ ପଟେ କଂଗ୍ରେସ ର ଆଭ୍ୟନ୍ତରୀଣ ବିବାଦ ବଢିଚାଲିଛି, ଆଉ ଗୋଟିଏ ପଟେ ଦଳ ଜନସାଧାରଣଙ୍କ ପାଖରେ ଗ୍ରହଣୀୟ ହେଉଛି । ଏପରି ସ୍ଥିତିରେ ଆସନ୍ତା ବୈଠକରେ ଦଳ କଣ ନିଷ୍ପତ୍ତି ହେଉଛି ଓ କେତେ କାର୍ଯ୍ୟକାରୀ କରୁଛି ଏବେ ତାରି ଉପରେ ନଜର ।

ସୂଚନାଯୋଗ୍ୟ ଯେ, ଆଗାମୀ 2024 ନିର୍ବାଚନ ପାଇଁ ବିଜେଡି ବିଜେପି ଯୋରଦାର ପ୍ରସ୍ତୁତିରେ ଲାଗିଛନ୍ତି । ବିଜେଡି ଗତ ମାସରେ ପୁରୀରେ ପ୍ରତିଷ୍ଠା ଦିବସ ପାଳନ କରି 2024 ପାଇଁ ବିଗୁଲ ଫୁଙ୍କିଛି । ବିଜେପି ମଧ୍ୟ ସଂଗଠନର ଶକ୍ତି ବୃଦ୍ଧି ପାଇଁ ବର୍ଷସାରା କାର୍ଯ୍ୟକ୍ରମ ପ୍ରସ୍ତୁତି କରୁଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.