ଭୁବନେଶ୍ବର: ସ୍ଵାସ୍ଥ୍ୟ କ୍ଷେତ୍ରରେ ସୁଦୃଢ଼ ଓ ରୂପାନ୍ତରୀକରଣ କରିବା ନିମନ୍ତେ ‘ଆମ ହସ୍ପିଟାଲ’ କାର୍ଯ୍ୟକ୍ରମ ଆରମ୍ଭ ହେବ । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ସବଡିଭିଜିନାଲ ସ୍ବାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ହସ୍ପିଟାଲଗୁଡ଼ିକୁ ସୁଦୃଢ଼ ଓ ରୂପାନ୍ତରୀକରଣ କରିବା ନିମନ୍ତେ ‘ଆମ ହସ୍ପିଟାଲ’ କାର୍ଯ୍ୟକ୍ରମ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ( Ama hospital programme ) । ଏନେଇ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସମସ୍ତ ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି । ପ୍ରକଳ୍ପ କାର୍ଯ୍ୟକାରୀ ନିମନ୍ତେ 10 ମାସ ଅବଧି ରହିଛି । ଜରୁରୀ ଚିକିତ୍ସା ଓ ସୁନିଶ୍ଚିନ୍ତ ସାଧାରଣ ସେବାକୁ ଫୋକସରେ ରଖାଯାଇଛି ।
ଏ ବାବଦରେ ହେବାକୁ ଥିବା ଖର୍ଚ୍ଚ ରାଜ୍ୟ ବଜେଟ, ଜାତୀୟ ସ୍ବାସ୍ଥ୍ୟ ମିଶନ, ପଞ୍ଚଦଶ ଅର୍ଥ କମିଶନ, ଜିଲ୍ଲା ଖଣିଜ ପାଣ୍ଠି ଓ ଓଏମବିଏଡିସିରୁ ଭରଣା କରାଯିବ । ଏଥିପାଇଁ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ମଧ୍ୟ ଗଠନ ହେବ । ପ୍ରଥମ ରେଫରାଲ୍ ୟୁନିଟକୁ ମଜବୁତ କରିବାକୁ ପ୍ରାଥମିକତା ଦିଆଯିବ । ଜିଲ୍ଲାଗୁଡିକର ସମସ୍ତ ଜନସ୍ବାସ୍ଥ୍ୟ ସୁବିଧା ଗୁଡ଼ିକର ରୂପାନ୍ତର 4ଟି ମୁଖ୍ୟ ଉପାଦାନ ଗୁଡ଼ିକ ଉପରେ ଗୁରୁତ୍ଵ ଦିଆଯାଇଛି ।
ପ୍ରଥମ CHC ବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣର ଭିତ୍ତିଭୂମି । ହସ୍ପିଟାଲରେ ରହିବ ସ୍ବଚ୍ଛ ଶୌଚାଳୟ। ମୋ ସରକାରଙ୍କ ବାର୍ତ୍ତା ଅଡିଓ ଓ ଭିଡିଓ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଯିବ । ହସ୍ପିଟାଲ ପରିସରରେ ଛୋଟ ବଗିଚା ପ୍ରସ୍ତୁତ କରାଯିବ । ବିଜୁଳି ବ୍ୟବହାର ସହିତ ସୋଲାର ଲାଇଟକୁ ଗୁରୁତ୍ଵ ଦିଆଯିବ । ଯାହା ଫଳରେ ହସ୍ପିଟାଲରେ ଯେଭଳି ଭାବରେ ଆଲୋକୀକରଣ ରହିବା ଆବଶ୍ୟକ । ହସ୍ପିଟାଲରେ ପାର୍କିଂ ପାଇଁ ସ୍ଥାନ ରଖାଯିବ । ଦିବ୍ୟାଙ୍ଗଙ୍କ ପାଇଁ ରାମ୍ପର ବ୍ୟବସ୍ଥା ହେବ ।
ଏହା ବି ପଢନ୍ତୁ... 5G Services in Odisha: ଆଜିଠୁ ରାଜ୍ୟରେ ଆରମ୍ଭ ହେବ 5G ସେବା
ଦ୍ବିତୀୟ DHHରେ ପ୍ଲାନ ହେବ । ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ହସ୍ପିଟାଲ ପରିସରରେ ବସିବା ପାଇଁ ବ୍ୟବସ୍ଥା ରହିବା ଆବଶ୍ୟକ ରହିବ । OPDରେ ଗରମ ଓ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା । ସ୍ବାସ୍ଥ୍ୟ ଗତ ସୂଚନା ଓ ପରାମର୍ଶ ପାଇଁ ହସ୍ପିଟାଲ ପରିସରରେ ଏଲଇଡି ସ୍କ୍ରିନ । OPD ଓ ନିରାମୟ ପାଇଁ ଅଧିକ ରେଜିଷ୍ଟ୍ରେସନ କାଉଣ୍ଟର ଆବଶ୍ୟକ । ରୋଗୀଙ୍କ ପାଇଁ ହେଲ୍ପ ଡେକ୍ସ ।
ତୃତୀୟ ସ୍ଵାସ୍ଥ୍ୟ ସେବାରେ ଉନ୍ନତି ଆଣିବା ଦିଗରେ ଫୋକସ କରାଯିବ । MBBS ଡାକ୍ତର ଏବଂ ଜିଲ୍ଲା ପାଇଁ 90% ପଦବୀ ପୂରଣ କରିବାକୁ OPSC / OSSS / OSSSC ମାଧ୍ୟମରେ ନିୟମିତ ପୋଷ୍ଟିଂ । ଆଉଟସୋର୍ସିଂ ଆଧାରରେ ପାରାମେଡିକ୍ସ ପୋଷ୍ଟିଂ। 4 ଗୁଣବତ୍ତା ସ୍ବାସ୍ଥ୍ୟ ସୁବିଧା - ଗୁଣବତ୍ତା ସ୍ବାସ୍ଥ୍ୟ ସୁବିଧା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ । ସ୍ବାସ୍ଥ୍ୟ ସେବାରେ 60% "କାୟାକଳ୍ପ ସମ୍ମାନ 2023-24 ସ୍ଵାସ୍ଥ୍ୟ କ୍ଷେତ୍ରରେ ମିଳିବା ଆବଶ୍ୟକ ।
ଇଟିଭି ଭାରତ, ଭୁବନେଶ୍ବର