ETV Bharat / state

ତାତିରୁ ନାହିଁ ନିସ୍ତାର, ଆହୁରି 4ଦିନ ସିଝିବ ସାରା ରାଜ୍ୟ - ସତର୍କ କରାଇଲା ପାଣିପାଗ ବିଭାଗ

ରାଜ୍ୟର ବିଭିନ୍ନ ସ୍ଥାନରେ 40ରୁ 45 ଡିଗ୍ରୀ ରହୁଛି ଦିନ ତାପମାତ୍ରା । ଫଳରେ ପ୍ରବଳ ଗରମ ଅନୁଭୂତ ହେଉଥିବାବେଳେ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ସେହିଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି
author img

By

Published : Jun 16, 2023, 5:54 PM IST

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି

ଭୁବନେଶ୍ବର: ରାଜ୍ୟରେ ଭୀଷଣ ଗରମ କାରଣରୁ ଜଳୁଛି ଟ୍ଵିନ ସିଟି କଟକ ଆଉ ଭୁବନେଶ୍ୱର । ଦିନ ୧୧ ଟା ସୁଦ୍ଧା ଉଭୟ ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିବାବେଳେ ଘରୁ ବାହାରିବା ମୁସ୍କିଲ ହୋଇଯାଇଛି । ଦେହ ହାତ ଜଳି ପୋଡ଼ି ଯିବା ଭଳି ଅନୁଭବ ହେଉଛି। ତେଣୁ ଭୁବନେଶ୍ୱର ଓ କଟକରେ ଭୀଷଣ ଗ୍ରୀଷ୍ମ ପ୍ରବାହ ପାଇଁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ତେଣୁ ଉଭୟ ସହରର ଲୋକମାନେ ସତର୍କତାର ସହ ଘରୁ ବାହାରିବା ପାଇଁ ପରାମର୍ଶ ଦେଇଛି ବିଭାଗ । ଏହାସହ ସାଙ୍ଗରେ ଛତା, ପାଣି ବୋତଲ ଓଆରଏସ ଭଳି ଖରାରୁ ଉପଶମ ପାଇବା ପାଇଁ ପାନୀୟ ଜଳ ସାଙ୍ଗରେ ନେବା ପାଇଁ ପରାମର୍ଶ ଦିଆଯାଇଛି। ବିଶେଷ ଭାବେ ୮୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକଙ୍କ ଶରୀରର ଯତ୍ନ ନେବାକୁ ପରାମର୍ଶ ଦେଇଛି ବିଭାଗ ।

ତେବେ ଆଗାମୀ ୪ ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ପରବର୍ତ୍ତୀ ସମୟରେ ଦିନ ତାପମାତ୍ରା ସାମାନ୍ୟ ତଳକୁ ଖସିବ ବୋଲି ଆକଳନ କରାଯାଇଛି । ଆଗାମୀ ୩ ଦିନ ଉପକୂଳ ଏବଂ ୫ ଦିନ ଯାଏଁ ପଶ୍ଚିମ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ରହିଛି। ଉପକୂଳରେ ଗରମ ସହ ଗୁଳୁଗୁଳି ହେଉଥିବାବେଳେ ପଶ୍ଚିମ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ଖରା ଓ ଗରମ ହେଉଛି । ସ୍ୱାଭାବିକଠାରୁ ୭ ରୁ ୮ ଡିଗ୍ରୀ ଯାଏଁ ତାପମାତ୍ରା ଅଧିକ ରହୁଛି । ତେବେ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଉଚ୍ଚ ତାପମାତ୍ରା ରହିବା ନେଇ ଆକଳନ ହୋଇଛି। ସେହିପରି ରାଜ୍ୟରେ ଆଜି ଦିନ ତାପମାତ୍ରା ୪୬ ଡିଗ୍ରୀ ଛୁଇଁବା ନେଇ ଆକଳନ କରିଥିଲା ପାଣିପାଗ ବିଭାଗ ।ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ ଅଧିକ ସକ୍ରିୟ ଥିବାରୁ ଉପକୂଳ ଓଡ଼ିଶାରେ ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ତାପମାତ୍ରା ଦୃଷ୍ଟାନ୍ତମୂଳକ ବୃଦ୍ଧି ହେବାର ସମ୍ଭାବନା ରହିଛି।

ଆସନ୍ତା ୨୪ ଘଣ୍ଟା ପାଇଁ ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେଓଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଟକ, ଖୋର୍ଦ୍ଧା ଓ ନୟାଗଡ ଆଦି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହାସହ ନୂଆପଡା, କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଆଦି ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ପ୍ରବଳ ଗରମ ସହ ଗୁଳୁଗୁଳି ହେଉଥିବାରୁ ୨୪ ଘଣ୍ଟାରେ ରାଜ୍ୟର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ୪୯ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

ସେହିପରି ୪ ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିବାବେଳେ ଆଜି ଦିନ ୨ ଟା ୩୦ ସୁଦ୍ଧା ଝାରସୁଗୁଡାରେ ସର୍ବାଧିକ ୪୪.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ୱରରେ ୪୪.୪ ଡ଼ିଗ୍ରୀ, ସମ୍ବଲପୁରରେ ୪୪.୪ ଡ଼ିଗ୍ରୀ, ହୀରାକୁଦରେ ୪୩.୮ ଡ଼ିଗ୍ରୀ, କେନ୍ଦୁଝରରେ ୪୦ ଡ଼ିଗ୍ରୀ , ଚାନ୍ଦବାଲିରେ ୩୭.୬ ଡ଼ିଗ୍ରୀ, ବାଲେଶ୍ୱରରେ ୩୫ ଡ଼ିଗ୍ରୀ , ଗୋପାଳପୁରରେ ୩୬.୮ ଡ଼ିଗ୍ରୀ , ପୁରୀରେ ୩୪.୮ ଡ଼ିଗ୍ରୀ, ପାରାଦୀପରେ ୩୩.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେପଟେ ୧୮ ତାରିଖରେ ପରେ ପୂର୍ବ ଭାରତକୁ ଆସିବ ମୌସୁମୀ ଏବଂ ୨୧ ତାରିଖ ବେଳକୁ ଏହା ଓଡ଼ିଶା ଛୁଇଁପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.