ETV Bharat / state

Weather Update: ଧୀରେ ଧୀରେ କମିବ ଶୀତର ପ୍ରକୋପ, ରାତିରେ ବଢିଲା ତାପମାତ୍ରା - ପାଣିପାଗ ଖବର

ଭୁବନେଶ୍ୱର ୫୦ ମିଟର, ଢେଙ୍କାନାଳ ୫୦ ମିଟର, କଟକ ୯୦ ମିଟର , ଗୋପାଳପୁର ଓ ଅନୁଗୁଳରେ ୧୦୦ ମିଟର ଘନ କୁହୁଡି ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ

ରାଜ୍ୟରେ ଶୀତର ବିଶେଷ ପ୍ରକୋପ ରହିବ ନାହିଁ: IMD ଭୁବନେଶ୍ବର

author img

By

Published : Dec 27, 2022, 6:47 PM IST

Updated : Dec 27, 2022, 8:27 PM IST

ରାଜ୍ୟରେ ଶୀତର ବିଶେଷ ପ୍ରକୋପ ରହିବ ନାହିଁ: IMD ଭୁବନେଶ୍ବର

ଭୁବନେଶ୍ବର: ରାଜ୍ୟରେ ପାଗ ମୁଖ୍ୟତ ଭାବେ ଶୁଖିଲା ରହିଛି । କନ୍ଧମାଳ ପାହାଡିଆ ଅଞ୍ଚଳର ଜି ଉଦୟଗିରିରେ ସର୍ବନିମ୍ନ ୧୦. ୮ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଛି । ସମତଳ ଅଞ୍ଚଳ ଫୁଲବାଣୀ କନ୍ଧମାଳରେ ୧୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ବର୍ତ୍ତମାନ ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟରେ କେତେକ ସ୍ଥାନରେ ବିଶେଷ ଭାବେ ଉପକୂଳର ପାଶ୍ୱବର୍ତୀ ଅଞ୍ଚଳରେ ଘନ କୁହୁଡି ଦୃଶ୍ୟମାନ ହୋଇଛି । ଭୁବନେଶ୍ୱର ୫୦ ମିଟର, ଢେଙ୍କାନାଳ ୫୦ ମିଟର, କଟକ ୯୦ ମିଟର, ଗୋପାଳପୁର ଓ ଅନୁଗୁଳ ରେ ୧୦୦ ମିଟର ଘନ କୁହୁଡି ରେକର୍ଡ କରାଯାଇଛି । ରାଜ୍ୟରେ ଅସ୍ୱାଭାବିକ ରାତ୍ରି ତାପମାତ୍ରା ରହୁଛି।

ଏହାସହ ଘନ କୁହୁଡିକୁ ନେଇ ଭଦ୍ରକ କେନ୍ଦ୍ରାପଡା ଜଗତସିଂପୁର କଟକ ପୁରୀ ଖୋର୍ଦ୍ଧା ଯାଜପୁର ଢେଙ୍କାନାଳ ଅନୁଗୁଳ ଗଞ୍ଜାମ ଗଜପତି କଳାହାଣ୍ଡି ଜିଲ୍ଲା ଗୁଡିକରେ ୱର୍ଣ୍ଣିଙ୍ଗ ଜାରି କରାଯାଇଛି। ଅନ୍ୟପଟେ ଆଗାମୀ ଆଗାମୀ ୪ ରୁ ୫ ଦିନ ଯାଏଁ ରାଜ୍ୟରେ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ତେଣୁ ବାୟୁମଣ୍ଡଳର ତଳ ଭାଗରେ ସାମୁଦ୍ରିକ ବାୟୁର ପ୍ରଭାବ ହେତୁ ଶୀତର ବିଶେଷ ପ୍ରକୋପ ରହିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବରର ବରିଷ୍ଠ ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ।

ଇଟିଭି ଭାରତ, ଭୁବନଶ୍ବର

Last Updated : Dec 27, 2022, 8:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.