ETV Bharat / state

RIଙ୍କ ଠାରୁ ପଥର ମାଫିଆ ଗାଡି ଛଡାଇବା ଘଟଣା, ଅଭିଯୁକ୍ତଙ୍କ ଟେର ପାଉନି ପୋଲିସ - ଆରଆଇଙ୍କ ଠାରୁ ଗାଡି ଛଡାଇ ନେଲେ ପଥର ମାଫିଆ

ବେଗୁନିଆ ଅଞ୍ଚଳରେ ମାଙ୍କଡା ପଥର ଚୋରା ଚାଲାଣକାରୀଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ମାଫିଆଙ୍କ ସହ ସରକାରୀ ବାବୁଙ୍କ ମଧୁଚନ୍ଦ୍ରିକ ପାଇଁ କୋଟି କୋଟି ଟଙ୍କାର ରାଜସ୍ବ ହେଉଛନ୍ତି ରାଜ୍ୟ ସରକାର । ବେଗୁନିଆରେ ଖଣି ମାଫିଆଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଥିବା ବେଳେ ଢାଲ ସାଜିଛନ୍ତି କିଛି କୁଜି ନେତା ଓ ସ୍ଥାନୀୟ ପ୍ରଶାସନ । ଅଧିକ ପଢନ୍ତୁ

ଆରଆଇଙ୍କ ଠାରୁ ପଥର ମାଫିଆ ଗାଡି ଛଡାଇବା ଘଟଣା: ଅଭିଯୁକ୍ତଙ୍କ ଟେର ପାଉନି ପୋଲିସ

author img

By

Published : Aug 7, 2022, 2:05 PM IST

ଖୋର୍ଦ୍ଧା: ବେଗୁନିଆ ତହସିଲ ପ୍ରଶାସନ ଓ ପୋଲିସ ପ୍ରଶାସନ ମଧ୍ୟରେ ତାଳମେଳ ଅଭାବ ପାଇଁ ଦିନ ଦିପହରେ ଲୁଟ ହେଉଛି କୋଟି କୋଟି ଟଙ୍କାର ଲଘୁ ଖଣିଜଦ୍ରବ୍ୟ । ବେଗୁନିଆର ବିଭିନ୍ନ ଗାଁରେ ଥିବା କାଜୁ ଜଙ୍ଗଲ ଓ ଜଗନ୍ନାଥ ମନ୍ଦିର ଜମିରୁ ବେଧଡକ ଲୁଟ ହେଉଛି ମାଙ୍କଡା ପଥର । ସେହିପରି ମାଫିଆଙ୍କ ସହ ସରକାରୀ ବାବୁଙ୍କ ମଧୁଚନ୍ଦ୍ରିକା ପାଇଁ କୋଟି କୋଟି ଟଙ୍କାର ରାଜସ୍ବ ହେଉଛନ୍ତି ରାଜ୍ୟ ସରକାର । ବେଗୁନିଆରେ ଖଣି ମାଫିଆଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଥିବା ବେଳେ ଢାଲ ସାଜିଛନ୍ତି କିଛି କୁଜି ନେତା ଓ ସ୍ଥାନୀୟ ପ୍ରଶାସନ । ବିଭିନ୍ନ ସମୟରେ ପ୍ରଶାସନ ଏବଂ ଖଣିଚୋରଙ୍କ ମଧ୍ୟରେ ମଧୂଚନ୍ଦ୍ରିକା ଦେଖିବାକୁ ମିଳୁଛି । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି,ଖୋର୍ଦ୍ଧା, ବେଗୁନିଆ ଅଞ୍ଚଳରେ ଶହ ଶହ ସଂଖ୍ୟାରେ ଖଣି ଖୋଳା ଚାଲିଥିବା ସତ୍ତ୍ବ ଏହା ଉପରେ କାହିଁକି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଆରଆଇଙ୍କ ଠାରୁ ପଥର ମାଫିଆ ଗାଡି ଛଡାଇବା ଘଟଣା: ଅଭିଯୁକ୍ତଙ୍କ ଟେର ପାଉନି ପୋଲିସ

ସୂଚନା ଅନୁସାରେ, ଗତ ୪ରେ ବେଆଇନ ଭାବେ ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ ହେଉଥିବା ବେଳେ ବେଗୁନିଆ ତହସିଲ ପକ୍ଷରୁ ବିଭିନ୍ନ ଖଣିରେ ଚଢାଉ ହୋଇଥିଲା । ଗୋଡି-ଚୋତିପାଳଙ୍ଗ ରାସ୍ତାରୁ ଏକ ବେଆଇବ ପଥର ବୋଝେଇ ମିନି ଟ୍ରକକୁ ଜବତ କରିଥିଲେ ବିଭାଗୀୟ ଅଧିକାରୀ । ଜବତ ମିନିଟ୍ରକକୁ ବାଘମାରି ରାଜସ୍ବ ନିରୀକ୍ଷକ ମନୋଜ ଦାସ ତହସିଲ ଅଫିସ ଅଭିମୁଖେ ନେଇ ଆସୁଥିବା ବେଳେ ପଥର ମାଫିଆଙ୍କ ଏକ ଟିମ ଜଙ୍ଗଲରାସ୍ତାରେ ଗାଡିକୁ ଛଡାଇ ନେଇଯାଇଥିଲେ । ଏନେଇ ବେଗୁନିଆ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ସେପଟେ ଗାଡିକୁ ଜବତ ପରେ ପୋଲିସକୁ ସହାୟତା ମଗା ଯାଇଥିଲେ ମଧ୍ୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଥିଲା । ଫଳରେ ଏଭଳି ଘଟଣା ଘଟିଥିବା କୁହାଯାଉଛି । ସେପଟେ ଅଭିଯୋଗ ପାଇ ବେଗୁନିଆ ପୋଲିସ ଥାନାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ପୂର୍ବରୁ ମଧ୍ୟ ବାଘମାରି ଆରଆଇଙ୍କୁ ପଥର ମାଫିଆ ଗାଡି ମଡାଇ ଦେବାକୁ ଉଦ୍ୟମ କରିଥିବା ନେଇ ବାଘମାରି ଥାନାରେ ଅଭିଯୋଗ ହୋଇଥିଲା । ହେଲେ ଅଭିଯୁକ୍ତକୁ ଏ ପର୍ଯ୍ୟନ୍ତ ପୋଲିସ ଗିରଫ କରିନି । ଗତ କିଛି ଦିନ‌ ପୂର୍ବରୁ ପଥର ମାଫିଆଙ୍କୁ ସାବାର୍ଡ କରିବା ନେଇ ଜିଲ୍ଳା ପ୍ରଶାସନ ପକ୍ଷରୁ ଏକ ବୈଠକ ହୋଇଥିଲା । ଏଥିରେ ଦୁଇଟି ସ୍କାର୍ଡ ଗଠନ କରାଯାଇଥିଲା । ଖୋର୍ଦ୍ଧା, ବେଗୁନିଆ ଓ ବୋଲଗଡ଼ ତହସିଲକୁ ନେଇ ଏକ ସ୍ବାର୍ଡ ଗଠନ କରାଯାଇଥିଲା । ଯେଉଁଥିରେ ରାଜସ୍ବ ଅଧିକାରୀ, ଥାନା ଅଧିକାରୀ ଓ ଏସଡିପିଓ ରହିଥିଲେ । ମିଳିତ ଭାବେ ବିଭିନ୍ନ ଖଣି ଅଞ୍ଚଳରେ ଚଢ଼ାଉ କରିବା ପାଇଁ ଯୋଜନା ରଖିଥିଲେ । କିନ୍ତୁ ବେଗୁନିଆ ଅଞ୍ଚଳରେ ପୋଲିସ ଓ ତହସିଲ କର୍ମଚାରୀଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ବିଭିନ୍ନ ତହସିଲ କର୍ମଚାରୀଙ୍କୁ ଚଢାଉ ସମୟ ପୋଲିସ ସହଯୋଗ କରୁନଥିବା ଦେଖାଯାଉଛି । ସେପଟେ ଘଟଣା ସମ୍ପର୍କରେ ଖୋର୍ଦ୍ଧା SDPO କହିଛନ୍ତି ‘ପଥର ମାଫିଆଙ୍କ କାର୍ଯ୍ୟକଳାପ ବନ୍ଦ ପାଇଁ ବିଭିନ୍ନ ସମୟରେ ଚଢ଼ାଉ ଜାରି ରହିଛି । ଏବଂ ଅଭିଯୋଗ ଆସିଥିବା ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ’ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.