ETV Bharat / state

ଦଲିଲ ଦେଖାନ୍ତୁ ଗ୍ରାହକ, ନହେଲେ କ୍ରେତାଙ୍କ ନାଁରେ ହେବ କେସ: ବିଡ଼ିଏ

author img

By ETV Bharat Odisha Team

Published : Dec 28, 2023, 10:11 PM IST

BDA lodges complain: ସାମପୁର ମୌଜାରେ ହୋଇଥିବା ସରକାରୀ ଜମି ହଡପ ଘଟଣାରେ ଖୋଳତାଡ଼ ଆରମ୍ଭ ହୋଇଛି । ଗ୍ରାହକ ନିଜ ଆଡୁ ଆସି ଦଲିଲ ଦେଖିବାକୁ ଆହ୍ୱାନ ଦେଇଛି ବିଡିଏ । ଅଧିକ ପଢନ୍ତୁ

BDA lodges complain
EOWରେ ବିଡିଏର ଏତଲା
EOWରେ ବିଡିଏର ଏତଲା

ଭୁବନେଶ୍ବର: ୬୮ ଏକର ସରକାରୀ ଜମିକୁ ଦଲାଲ ବିକ୍ରି କରିବା ଅଭିଯୋଗ । EOWରେ ଏତଲା ଦେଲା ବିଡିଏ । ଭୁବନେଶ୍ୱର ସାମପୁର ମୌଜାରେ ହୋଇଥିବା ଏହି ସରକାରୀ ଜମି ହଡପ ଘଟଣାରେ ଖୋଳତାଡ଼ ଆରମ୍ଭ ହୋଇଛି । ଜମି କିଣିଥିବା ଗ୍ରାହକ ନିଜ ଆଡୁ ଆସି ଦଲିଲ ଦେଖିବାକୁ ଆହ୍ୱାନ ଦେଇଛି ବିଡିଏ । ନହେଲେ କ୍ରେତାଙ୍କ ନାଁରେ ମଧ୍ୟ ଏତଲା ଦିଆଯିବ ବୋଲି ବିଡିଏ କହିଛି । ବିଡିଏ ସଚିବ କବିନ୍ଦ୍ର ସାହୁ କହିଛନ୍ତି, "ଭୁବନେଶ୍ୱରର ସାମପୁର ମୌଜାରେ ଘର କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଡିଏ ୬୮ ଏକର ୪୪୫ ଡିସିମିଲ ଜମି ପାଇଥିଲା । ସେହି ମୌଜାକୁ ରାସ୍ତା ନଥିବାରୁ ଉକ୍ତ ପ୍ରକଳ୍ପ ଆରମ୍ଭ କରି ପାରିନଥିଲୁ । ମୌଜାକୁ ରାସ୍ତା ପାଇଁ ଜମି ଅଧିଗ୍ରହଣ କରି ବିଡିଏ କାମ ଆରମ୍ଭ କରିଥିଲା । ସାମପୁର ମୌଜାର ରେକର୍ଡ଼ ଫାଇନାଲ ହୋଇ ପାରିନଥିଲା । ତେଣୁ ଆମେ ରାସ୍ତା କରି ପାରିନଥିଲୁ । ଏଭଳି ପରିସ୍ଥିତିର ଫାଇଦା ନେଇଛନ୍ତି କିଛି ଦଲାଲ ।"

ସେ ଆହୁରି ମଧ୍ୟ କହିଛନ୍ତି, "ନୟାଗଡ଼ ଓ ଗଞ୍ଜାମର କିଛି ଲୋକଙ୍କୁ ବିଶେଷ କରି ଆର୍ଥିକ ଅଭାବ ଥିବା ଶ୍ରେଣୀର ଲୋକଙ୍କୁ ଠକିବା ଉଦ୍ଦେଶ୍ୟରେ 10ଟି ଦଲିଲ କରାଯାଇଥିବା ଆମ ନଜରକୁ ଆସିଛି । ସେଗୁଡିକ ରେଜିଷ୍ଟର ହୋଇନାହିଁ । ତାକୁ ଓକିଲଙ୍କ ପାଖରେ ଆପିଡେବିଟ କରାଇ ଜାଗା ବିକ୍ରୟ କରୁଥିବା ଜଣାପଡିଛି । ଆମେ ତାଙ୍କୁ ନୋଟିସ କରିଥିଲୁ । ମାନସ ନାୟକ, ଚରଣ ନାୟକ ଓ ବଂଶୀଧର ନାୟକ ନାମକ ବ୍ୟକ୍ତି ଚୁକ୍ତି କରି ଜାଗା ଦେଇଥିବା ସେମାନେ କହିଛନ୍ତି ।"

ବିକ୍ରେତାଙ୍କ ବିରୁଦ୍ଧରେ EOWରେ ମାମଲା ଦାୟର କରିଛି ବିଡିଏ । ୨-୩ ଭିତରେ ଅଧିକ ତଦନ୍ତ ହେବ । ଯେଉଁମାନେ ଅଜାଣତରେ କିଣିଛନ୍ତି, ସେମାନେ ସ୍ବତଃ ପ୍ରବୃତ୍ତ ଭାବେ ଆସି ଦଲିଲ ଦେଖାଇବାକୁ ବିଡିଏ କହିଛି । ବିଡିଏ ସଚିବ କହିଛନ୍ତି, "କିଣିଥିବା ଲୋକମାନେ କମ ଶିକ୍ଷିତ ହୋଇଥିବାରୁ ଏପରି ହୋଇଛି । ଖଣ୍ଡିଏ ଜମି କିଣିବା ଆଶାରେ ଏପରି ଜମି କିଣିଛନ୍ତି । ଯାହା ଅଥୋରାଇଜଡ ନୁହେଁ । ୧୦ ଜଣଙ୍କଠୁ ଆମେ ପାଇଛୁ। ଦଲିଲ ଆଗକୁ ଆହୁରି ବାହାରିପାରେ । ତଦନ୍ତ ଜାରି ରହିବ । ଦଲାଲମାନେ ବଙ୍କୁଆଲ ଓ ସାମପୁର ମୌଜାର ବୋଲି ଜଣାପଡିଛି । ୧୬ ଜଣଙ୍କୁ ନୋଟିସ ହୋଇଥିଲା । ୧୦ ଜଣ କୋର୍ଟକୁ ଆସିଥିଲେ । ୨-୩ ମାସରେ ଏପରି ଘଟଣା ହୋଇଛି । କାମ ଆଗେଇ ଦେଇଛନ୍ତି । ଏସବୁ ୨୦୨୩ ମସିହାର ଦଲିଲ ହସ୍ତଗତ ହୋଇଛି ।

ଏହା ମଧ୍ୟ ପଢନ୍ତୁ...ଜାଗା ମିଶନ ଅନିୟମିତତା: ବର୍ଷିଲେ ବିରୋଧୀ, ସ୍ପଷ୍ଟୀକରଣ ରଖିଲା BDA

ସୂଚନା ଅନୁସାରେ, ସାଧାରଣ ପ୍ରଶାସନ ବିଭାଗ ତରଫରୁ ସାମପୁର ମୌଜାରେ ୬୮ ଏକର ୪୪୫ ଡିସିମିଲ ଜମି ବିଡିଏକୁ ମିଳିଥିଲା । ଏହି ଜମିରେ ଆଫୋଡେବୁଲ ହାଉସିଂ ପ୍ରୋଜେକ୍ଟ ଲାଗି ଅନୁମତି ମିଳିଛି । ପ୍ରୋଜେକ୍ଟ ହେବା ପୂର୍ବରୁ କେତେକ ଦଲାଲ ସେହି ଜମିକୁ ମାଡି ବସିଛନ୍ତି । ଏପରିକି ଜାଲ ଦସ୍ତାବିଜ ପ୍ରସ୍ତୁତ କରି ମାଲିକାନା ସତ୍ତ୍ବ ବଳରେ ୧୦ ଜଣଙ୍କୁ ଏହି ସରକାରୀ ଜମିର କିଛି ଅଂଶ ବିକି ଦେଇଥିବା ବିଡିଏ ତଦନ୍ତରୁ ଜଣାପଡିଛି । ଆଉ ବାକି ଜମିକୁ ବିକ୍ରି କରିବା ପାଇଁ ଦଲାଲମାନେ ମସୁଧା ଚଳାଇଛନ୍ତି । ଏହି ଘଟଣା ବିଡିଏ ଜାଣିବା ପରେ ମାନସ ନାୟକ ଏବଂ ଅନ୍ଯ ଦୁଇଜଣ ବ୍ଯକ୍ତିଙ୍କ ବିରୋଧରେ EOWରେ ଏତଲା ଦାୟର କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.