ETV Bharat / state

ବେଆଇନ ଗୋରୁ ଚାଲାଣ: ୪୦ରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର,୨ ଅଟକ

author img

By

Published : Sep 15, 2022, 12:31 PM IST

ବେଆଇନ ଗୋରୁ ଚାଲାଣ ହେଇଥିବା ସମୟରେ ଖୋର୍ଦ୍ଧା ବାଘମାରୀ ଅଞ୍ଚଳରୁ ୪୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର । ୨ ଜଣଙ୍କୁ ଅଟକ ରଖିଛି ପୋଲିସ । ଅଧିକ ପଢନ୍ତୁ

ବେଆଇନ ଗୋରୁ ଚାଲାଣ: ୪୦ରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର, ୨ ଅଟକ

ଖୋର୍ଦ୍ଧା: ଜିଲ୍ଲାରେ ଥମିବାର ନାଁ ଧରୁନି ବେଆଇନ ଗୋରୁ ଚାଲାଣ । ରାଜ୍ୟ ବାହାରକୁ ଗୋ ଚାଲାଣ କରି ମାଲେମାଲ ହେଉଛନ୍ତି ଗୋ ମାଫିଆ । ଫଳରେ ରାଜ୍ୟରୁ ଗୋ ସଂଖ୍ୟା କମିବାରେ ଲାଗିଛି । ବେଆଇନ୍ ଗୋରୁ ଚାଲାଣ ହେଇଥିବା ସମୟରେ ଖୋର୍ଦ୍ଧା ବାଘମାରୀ ଅଞ୍ଚଳରୁ ଗୋରୁ ବୋଝେଇ ଟ୍ରକ ଜବତ କଲା ବାଘମାରୀ ପୋଲିସ । ୪୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨ଜଣଙ୍କୁ ଅଟକ ରଖିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ-ଗଣତନ୍ତ୍ରର ସୁରକ୍ଷାରେ ବୁଥସ୍ତରୀୟ ଅଧିକାରୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ: ମୁଖ୍ୟ ନିର୍ବାଚନ କମିଶନର

ବେଆଇନ ଗୋରୁ ଚାଲାଣ

ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଗୋରୁ ବୋଝେଇ ଟ୍ରକ କୁଶୁପଲ୍ଳା ଠାରୁ ଭଦ୍ରକ ଯାଉଥିଲା । ସ୍ଥାନୀୟ ଲୋକେ ଏହି ଗାଡିକୁ ବାଘମାରୀ ଠାରେ ଅଟକ କରିବା ସହ ପୋଲିସକୁ ଖବର ଦେଇଥିଲେ । ପରେ ଘଟଣାସ୍ଥଳରେ ବାଘମାରୀ ପୋଲିସ ପହଞ୍ଚି ଗୋରୁ ଗାଡିଟିକୁ ଜବତ କରିବା ସହ ଗାଡିରେ ଥିବା ୪୦ରୁ ଊର୍ଦ୍ଧ୍ବ ଗୋରୁଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା । ସେହିପରି ଗାଡିରେ ଥିବା ଦୁଇ ଜଣକୁ ପୋଲିସ ଅଟକ ରଖି ଘଟଣାର ଅଧିକ ତଦନ୍ତ ଚଳାଇଛି । ଅଟକ ହୋଇଥିବା ବ୍ୟକ୍ତି ଗୋ ମାଫିଆ ଓ ଗାଡିର ହେଲପର ବୋଲି ଜଣାପଡିଛି, କିନ୍ତୁ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି ।

ଏହା ମଧ୍ୟ ପଢନ୍ତୁ-Fuel Price Update: କଣ ରହିଛି ଆଜିର ପେଟ୍ରୋଲ ଡିଜେଲ ଦର

ବେଗୁନିଆ ଥାନା ଅଞ୍ଚଳର କୁଶୁପଳ୍ଳା ଜାମୁସାହି ଓ କଡବ ଅଞ୍ଚଳର ଗୋରୁ ଦଲାଲ ମାନେ ସକ୍ରିୟ ରହିଥିବା ବେଳେ ବିଳମ୍ବିତ ରାତ୍ରିରେ ଗୋରୁଙ୍କୁ ଦଲାଲଙ୍କ ମାଧ୍ୟମରେ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି । ପୂର୍ବରୁ ପୋଲିସ ଅନେକ ଗୋରୁ ବୋଝେଇ ଗାଡ଼ି ଜବତ କରିଛି । ଗୋ ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନନେବା ଯୋଗୁଁ ଦିନକୁ ଦିନ ଗୋ ଚାଲାଣ ବଢୁଥିବା ସାଧାରଣରେ ଆଲୋଚନା ହେଉଛି ।

ମେ ୧୦ ତାରିଖ ଦିନ ଗୋ ଚାଲାଣ ବେଳେ ବୋଲଗଡ ଅଞ୍ଚଳରୁ ୨୨ଟି ଗୋରୁ ସହ ୨ଟି ଗାଡି ଜବତ କରିଥିଲା ପୋଲିସ । ଏଥିସହ ଦୁଇଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ସେହିପରି ମେ ମାସରେ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ବେଆନ ଭାବେ ଗୋରୁ ଚାଲାଣ ହେଉଥିବା ବେଳେ 5ଟି ପିକଅପ ଭ୍ୟାନ ସହ 30ରୁ ଊର୍ଦ୍ଧ୍ବ ଗୋରୁ ଜବତ କରିଛି ପୋଲିସ । ଜାନୁଆରୀ ମାସରେ ଖୋର୍ଦ୍ଧା ଜିଲ୍ଲା ଉପକଣ୍ଠ ଦେଉଳଟାଙ୍ଗୀ ଗାଁରୁ କ୍ରମାଗତ ଗାଈଗୋରୁ ଚୋରି ଅଭିଯୋଗ ହୋଇ ଆସୁଥିବାରୁ ଗାଈଚୋରି କରି ନେଉଥିବା ଗୋଷ୍ଠୀର ୬ଜଣକୁ କାବୁ କରିଥିଲେ ଗ୍ରାମବାସୀ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.