ETV Bharat / state

Dakota Plane: ଫେରୁଛି ବିଜୁବାବୁଙ୍କ ଡାକୋଟା ବିମାନ, କୋଲକାତାରୁ ଆସୁଛି ଓଡ଼ିଶା - କୋଲକାତାରୁ ବାହାରିଲା ଡାକୋଟା

ଓଡ଼ିଶା ଫେରୁଛି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଡାକୋଟା ବିମାନ । ୩ଟି ଟ୍ରଲରରେ ଲଦା ହୋଇ ଓଡ଼ିଶା ଆସୁଛି ଡାକୋଟା । ଆସନ୍ତାକାଲି ଏହା ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିପାରେ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jan 17, 2023, 10:21 PM IST

ଭୁବନେଶ୍ବର: କୋଲକାତାରୁ ବାହାରିଲା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଡାକୋଟା ବିମାନ। ୩ଟି ଟ୍ରଲରରେ ଲଦା ହୋଇ ଓଡ଼ିଶା ଆସୁଛି ଡାକୋଟା । ୨ଟି ଟ୍ରେଲର ଏୟାରପୋର୍ଟ ଛାଡିଥିବା ବେଳେ ଆଉ ଗୋଟିଏ ମଧ୍ୟ ରାତିରେ ବାହାରିବ ବୋଲି ସୂଚନା ମିଳିଛି । ଆସନ୍ତାକାଲି ସକାଳ ସମୟରେ ଭୁବନେଶ୍ବରରେ ପହଞ୍ଚିପାରେ ଡାକୋଟା ବିମାନ। ପୂର୍ବରୁ ଏନେଇ ପରିବହନ ବିଭାଗକୁ ଚିଠି କରାଯାଇଥିବା ଜଣାପଡ଼ିଛି ।

Dakota Plane
ଡାକୋଟା ବିମାନ

କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବାହାରିଲା ଡାକୋଡା ବିମାନ। ଆସନ୍ତାକାଲି ସକାଳ ସମୟରେ ଭୁବନେଶ୍ବରରେ ପହଞ୍ଚିବ ଡାକୋଟା । ପୂର୍ବରୁ ଏନେଇ ପରିବହନ ବିଭାଗକୁ ଚିଠି ଆସିଥିଲା । ମାତ୍ର ବିମାନର ଲୋଡିଂ କାର୍ଯ୍ୟ ଶେଷ ନହେବା ସହ ଅତ୍ୟଧିକ କୁହୁଡି ସମସ୍ୟାକୁ ନେଇ ଦୁଇ ଦିନ ବିଳମ୍ବ ହୋଇଥିଲା । ବିଜୁ ପଟ୍ଟନାୟକଙ୍କ ଜୀବନ ଓ ସ୍ମୃତି ସହ ଜଡିତ ଡାକୋଟା ବିମାନ। ଏବେ କୋଲକାତା ବିମାନ ବନ୍ଦରର ଏକ ଅଗମ୍ୟ ସ୍ଥାନରେ ପଡ଼ି ରହିଥିଲା ଡାକୋଟା। ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ ଥିଲା ଡାକୋଟା।

ରାଜ୍ୟ ସରକାର ଡାକୋଟା ବିମାନକୁ କୋଲକାତା ବିମାନ ବନ୍ଦରରୁ ଭୁବନେଶ୍ଵର ଆଣିବା ଲାଗି ଏକ ଏଜେନ୍ସିକୁ ଦାୟିତ୍ବ ନେଇଛି । ଏହି ଏଜେନ୍ସି ଡାକୋଟା ବିମାନକୁ ଡିସମେଣ୍ଟାଲ କରି ସଡ଼କ ପଥରେ ଏହାକୁ ଭୁବନେଶ୍ଵର ଆଣୁଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ଏବେ କୋଲକାତା ବିମାନ ବନ୍ଦରରେ ଡାକୋଟା ବିମାନ ଡିସମେଣ୍ଟାଲ ହୋଇସାରିଛି। ୨ଟି ଟ୍ରଲରରେ ମଧ୍ୟ ଲଦା ହୋଇ ସାରିଛି। କୋଲକାତାରୁ ଡାକୋଟା ବିମାନ ବାହାରି ସାରିଛି । ଭୁବନେଶ୍ବରରେ ଡାକୋଟା ପହଞ୍ଚିବା ପରେ ବିମାନ ବନ୍ଦରରେ ଥିବା ରାଜ୍ୟ ସରକାରଙ୍କ ହ୍ୟାଙ୍ଗରରେ ଡାକୋଟାକୁ ରି-ଆସେମ୍ବଲ କରାଯିବ ।

ଏହା ବି ପଢନ୍ତୁ- ଆସନ୍ତା 16ରେ ଓଡିଶାରେ ପହଞ୍ଚିବ ବିଜୁ ବାବୁଙ୍କ ଡାକୋଟା ବିମାନ, ଭୁବନେଶ୍ୱର ବିମାନ ବନ୍ଦରରେ ହେବ ପ୍ରଦର୍ଶନୀ

ଡାକୋଟାର ଯେଉଁ ଅଂଶ ଖରାପ ହୋଇଯାଇଛି, ତାକୁ ମରାମତି କରିବା ପରେ ତାହାକୁ ଟର୍ମିନାଲ-୧ ସମ୍ମୁଖରେ ରାଜ୍ୟ ସରକାରଙ୍କୁ ଲିଜରେ ଦିଆଯାଇଥିବା ସ୍ଥାନରେ ଇନଷ୍ଟଲ କରିବେ ରାଜ୍ୟ ସରକାର। ଯାହା ସାଧାରଣ ଯାତ୍ରୀ ବା ଲୋକମାନେ ଏହାକୁ ଦେଖିପାରିବେ। ସୂଚନା ଅନୁଯାୟୀ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସହ ଏହି ଡାକୋଟା ବିମାନର ନିବିଡ଼ ସମ୍ପର୍କ ରହିଛି । ଯାହାକୁ ଓଡ଼ିଶା ଆଣିବା ପାଇଁ ଅନେକ ଦିନ ଧରି ଉଦ୍ୟମ ଚାଲିଛି । ବିମାନଟି ୬୪ ଫୁଟ ୮ ଇଞ୍ଚ ଲମ୍ବର ଏହି ବିମାନ ଡେଣାଗୁଡ଼ିକର ଚଉଡ଼ା ୯୫ ଫୁଟ।

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁ ଜଣେ ଦକ୍ଷ ପାଇଲଟ୍‌ ଭାବେ ଅନେକ ଦୁଃସାହସିକ କାର୍ଯ୍ୟ ମଧ୍ୟ କରିଛନ୍ତି । ସେ ଚଳାଉଥିବା ଡାକୋଟା ବିମାନ ତାଙ୍କର ସ୍ମୃତିକୁ ତାଜା କରିବା ସହ ତାଙ୍କ ବୀରତ୍ବର ଗାଥା ବର୍ଣ୍ଣନା କରିବ। ଡଚ୍‌ଙ୍କ କବଳରୁ ଇଣ୍ଡୋନେସିଆର ପ୍ରଥମ ପ୍ରଧାନମନ୍ତ୍ରୀ ସୁକୋର୍ଣ୍ଣୋଙ୍କୁ ଡାକୋଟା ସହାୟତାରେ ଉଦ୍ଧାର କରିଥିଲେ ବିଜୁ ବାବୁ । ତା ସହ ୧୯୪୭ରେ ଶ୍ରୀନଗରରେ ପାକିସ୍ତାନ ଶତ୍ରୁ ସେନା କବଳରୁ ଭାରତୀୟ ସେନାଙ୍କୁ ଏୟାରଲିଫ୍ଟ କରିବା ସହ ଡାକୋଟା ଜରିଆରେ ଭାରତ ପହଞ୍ଚାଇଥିଲେ । ସେନା ପାଇଁ ଗୋଳାବାରୁଦ ଓ ଔଷଧ ପରିବହନ କରୁଥିଲେ, ସେତେବେଳର ଦୁଃସାହସିକ ପାଇଲଟ୍ ବିଜୁ ପଟ୍ଟନାୟକ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.