ETV Bharat / state

IAS Reshuffle: ଆଇଏଏସ ସ୍ତରରେ ଅଦଳବଦଳ, ଗୃହ ବିଭାଗ ସମ୍ଭାଳିବେ ଦେଓରଞ୍ଜନ ସିଂ - ଆଇଏସଏସ ବଦଳି

ଆସନ୍ତା 31 ତାରିଖରେ ଓଡିଶା କ୍ୟାଡରର 3 ବରିଷ୍ଠ ଆଇଏଏସ ଅଫିସର ଅବସର ନେବେ । ଏଥିପାଇଁ ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ମୋଟ 6 ଜଣ ବରିଷ୍ଠ ଆଇଏଏସଙ୍କୁ ବିଭିନ୍ନ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଅଧିକ ପଢନ୍ତୁ

IAS Reshuffle
ଆଇଏଏସ ଅଦଳବଦଳ, ଗୃହ ସମ୍ଭାଳିବେ ଦେଓରଞ୍ଜନ ସିଂ
author img

By

Published : Oct 30, 2022, 7:32 AM IST

ଭୁବନେଶ୍ବର: ରାଜ୍ୟ ସରକାର ଶନିବାର ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି । 2 ଜଣ ବରିଷ୍ଠ ଆଇଏଏସ ଜିଭିଭି ଶର୍ମା ଓ ମଧୁସୂଦନ ପାଢ଼ୀ ଆସନ୍ତା 31 ତାରିଖରେ ଅବସର ନେବେ ଓ ଗୃହ ସଚିବ ସଞ୍ଜିବ ଚୋପ୍ରା କେନ୍ଦ୍ରୀୟ ଡେପୁଟେସନରେ ଯିବେ । ଏଥିପାଇଁ ମୋଟ 6 ଜଣ ବରିଷ୍ଠ ଆଇଏଏସଙ୍କୁ ବିଭିନ୍ନ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି । 1993 ବ୍ୟାଚର ଆଇଏଏସ ଦେଓରଞ୍ଜନ ସିଂଙ୍କୁ ଗୃହ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦେଇଛନ୍ତି ସରକାର । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତି ଅନୁସାରେ, ଆର କେ ଶର୍ମାଙ୍କୁ ରାଜସ୍ବ ବୋର୍ଡ ସଦସ୍ୟ ଭାବେ ଅବସ୍ଥାପିତ କରାଯାଇଛି । 1987 ବ୍ୟାଚର ଏହି ଆଇଏଏସ ଅତିରିକ୍ତ ଭାବେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି ଦାୟିତ୍ବ ତୁଲାଇବେ । ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ଅତିରିକ୍ତ ଦାୟିତ୍ବ ନ୍ୟସ୍ତ ହୋଇଛି । 1989 ବ୍ୟାଚର ଏହି ବରିଷ୍ଠ ଆଇଏଏସ ଯୋଜନା ଓ ସଂଯୋଜନ ବିଭାଗର ସଚିବ, ସ୍ବତନ୍ତ୍ର ରିଲିଫ କମିଶନର ଓ ଓସଡମା ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ମଧ୍ୟ ତୁଲାଇବେ । ସେହିପରି 1991 ବ୍ୟାଚର ଆଇଏଏସ ତଥା ରାଜସ୍ବ ଏବଂ ବିପର୍ଯ୍ୟସ୍ତ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ଅତିରିକ୍ତ ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦାୟିତ୍ବ ମିଳିଛି ।

ଏହା ବି ପଢନ୍ତୁ...ରାଉରକେଲା ବିମାନ ବନ୍ଦରକୁ ବାଣିଜ୍ୟିକ ବିମାନ ଉଡାଣ ପାଇଁ SAIL ଓ AAI ମଧ୍ୟରେ ବୁଝାମଣା

ମଧୁସୂଦନ ପାଢ଼ୀ ଅବସର ନେବା ପରେ ସେ ଏହି ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ । ସେହିପରି 1993 ବ୍ୟାଚର ଆଇଏଏସ୍ ତଥା ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ଦେଓରଞ୍ଜନ କୁମାର ସିଂ ଗୃହ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ସେ ଓଏମସି, ଓଏମଇସିଏଲ, ଇଡକଲ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱରେ ମଧ୍ୟ ନିର୍ବାହ ରହିବେ । 1996 ବ୍ୟାଚର ଆଇଏଏସ ତଥା ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ଏମଏସଏମଇ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ସେ ଓଏସଏସଏସସି ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଥିବା 2006 ବ୍ୟାଚର ଆଇଏଏସ ରୂପାରୋଶନ ସାହୁଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ସେ ଏସସିଇଆରଟି ନିର୍ଦ୍ଦେଶକ ଓ ଇଂରାଜୀ ଭାଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.