ETV Bharat / state

IAS Reshuffle: IAS ସ୍ତରରେ ବଡ଼ ଅଦଳବଦଳ, ବିଷ୍ଣୁପଦ ସେଠୀ ପ୍ରମୁଖ ଶାସନ ସଚିବ

author img

By ETV Bharat Odisha Team

Published : Oct 8, 2023, 11:45 AM IST

Updated : Oct 8, 2023, 7:24 PM IST

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର । ବିଷ୍ଣୁପଦ ସେଠୀ ହେଲେ ପ୍ରମୁଖ ଶାସନ ସଚିବ । ଅଧିକ ପଢନ୍ତୁ

ଆଇଏଏସ ସ୍ତରରେ ବଡ ଅଦଳବଦଳ
ଆଇଏଏସ ସ୍ତରରେ ବଡ ଅଦଳବଦଳ

ଭୁବନେଶ୍ବର: ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ । ପ୍ରମୁଖ ଶାସନ ସଚିବ ହେଲେ ବିଷ୍ଣୁପଦ ସେଠୀ । ରାଜ୍ୟ ସରକାର ଆଜି (ରବିବାର) ଆଇଏଏସ ସ୍ତରରେ ଅଦଳବଦଳ କରି ୮ ଜଣ ଅଧିକାରୀଙ୍କୁ ନୂଆ ଦାୟିତ୍ବ ଦେଇଛନ୍ତି । ସାଧାରଣ ପ୍ରଶାସନ ବିଭାଗର ଓଏସ୍ଡ଼ି ଥିବା 1995 ବ୍ୟାଚର ବିଷ୍ଣୁପଦ ସେଠୀ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ସେହିପରି 1999 ବ୍ୟାଚର ଆଇଏଏସ ଭାସ୍କର ଜ୍ୟୋତି ଶର୍ମା ଲ୍ୟାଣ୍ଡ ରେକର୍ଡ ଓ ସେଟେଲମେଣ୍ଟ୍‌ କମିଶନର ହୋଇଛନ୍ତି । 2008 ବ୍ୟାଚର ବି ପରମେଶ୍ବରନଙ୍କୁ ଚକବନ୍ଦୀ କମିଶନର ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତି ଅନୁସାରେ, 2010 ବ୍ୟାଚର ଆଇଏସ ଅଧିକାରୀ ଜ୍ୟୋତି ପ୍ରକାଶ ଦାସଙ୍କୁ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶକ ଦାୟିତ୍ବ ଦିଆଯାଇଛି । 2010 ବ୍ୟାଚର ଆଇଏସ ରାମାଶିଷ ହାଜରାଙ୍କୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର (BSE) ସଭାପତି ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି । 2011 ବ୍ୟାଚ ଆଇଏସ ଅଧିକାରୀ ଇନ୍ଦ୍ରମଣି ତ୍ରିପାଠୀ ଏସସି ଓ ଏସଟି ବିଭାଗର ନିର୍ଦ୍ଦେଶକ ହୋଇଛନ୍ତି । ସେହିପରି ରାଜସ୍ବ ବୋର୍ଡର ଆର୍ଥିକ ପରାମର୍ଶଦାତା ଥିବା 2011 ବ୍ୟାଚ ଆଇଏସ ଅଧିକାରୀ ସୁବ୍ରତ ଶତପଥୀଙ୍କୁ ଆଇଜିଆର ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । 2011 ବ୍ୟାଚ ଆଇଏସ ଅଧିକାରୀ ଅରିବନ୍ଦ ଡାକୁଆଙ୍କୁ ପାନୀୟ ଜଳ ଓ ପରିମଳ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି ।

ଏହାମଧ୍ୟ ପଢନ୍ତୁ : IAS Reshuffle: OAVSର ପ୍ରକଳ୍ପ ନିର୍ଦ୍ଦେଶିକା ଯାମିନୀ ଷଡ଼ଙ୍ଗୀ, ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ସଂଗ୍ରାମ କେଶରୀ ମହାପାତ୍ର

ପ୍ରକାଶ ଥାଉକି, ଏହା ପୂର୍ବରୁ ଗତ ଜୁଲାଇରେ ରାଜ୍ୟ ସରକାର OAS ଓ IAS ସ୍ତରରେ ଛୋଟ ଧରଣର ଅଦଳବଦଳ କରିଥିଲେ । ଷ୍ଟଡି ଲିଭ୍‌ରୁ ଫେରିଥିବା ଆଇଏଏସ ଯାମିନୀ ଷଡ଼ଙ୍ଗୀଙ୍କୁ ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଦିଆ ଯାଇଥିଲା । ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ହୋଇଥିଲେ ସଂଗ୍ରାମ କେଶରୀ ମହାପାତ୍ର । ବରିଷ୍ଠ OAS ତଥା ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଥିବା ନୃସିଂହ ସ୍ବାଇଁଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଥିଲା । ଆଜି ପୁଣି ଆଇଏଏସ ସ୍ତରରେ ଅଦଳବଦଳ ହୋଇଛି ।

ଏହାମଧ୍ୟ ପଢନ୍ତୁ : ମୋ ସ୍କୁଲ ଓ ଖାନ ଏକାଡେମୀ ମଧ୍ୟରେ MoU ସ୍ୱାକ୍ଷରିତ; ପିଲାଙ୍କ ଗଣିତ ଓ ବିଜ୍ଞାନ ଶିକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟ

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 8, 2023, 7:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.