ETV Bharat / state

ମନ୍ତ୍ରୀପଦ ରେସରେ ନଥିଲି କି ଅସନ୍ତୁଷ୍ଟ ନାହିଁ: ସୁଶାନ୍ତ ସିଂ - ଭଟଲି ବିଧାୟକ ସୁଶାନ୍ତ ସିଂ

ମନ୍ତ୍ରୀ ପଦ ନମିଳିବାରୁ ପୂର୍ବତନ ମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଥିବା ଚର୍ଚ୍ଚା ହେଉଥିଲା । ତେଣୁ ତାଙ୍କର ମାନଭଞ୍ଜନ କରିବାକୁ ଦଳ ପକ୍ଷରୁ ଚେଷ୍ଟା କରାଯାଉଥିବା ଚର୍ଚ୍ଚା କୁହାଯାଉଥିଲା । ଅଧିକ ପଢନ୍ତୁ

ମନ୍ତ୍ରୀପଦ ରେସରେ ନଥିଲି କି ଅସନ୍ତୁଷ୍ଟ ନାହିଁ : ବିଧାୟକ ସୁଶାନ୍ତ ସିଂ

author img

By

Published : May 24, 2023, 9:17 PM IST

ମନ୍ତ୍ରୀପଦ ରେସରେ ନଥିଲି କି ଅସନ୍ତୁଷ୍ଟ ନାହିଁ : ବିଧାୟକ ସୁଶାନ୍ତ ସିଂ

ଭୁବନେଶ୍ବର: 2022ରେ ନିଜ ଇଚ୍ଛାରେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲି । ମୁଖ୍ୟମନ୍ତ୍ରୀ ଇସ୍ତଫା ପାଇଁ ମୋତେ କହିନଥିଲେ । ଏବେ ମନ୍ତ୍ରୀ ପଦ ରେସରେ ନଥିଲି । କିମ୍ବା କେବେ ମନ୍ତ୍ରୀ ହେବାକୁ ଦାବି କରିନଥିଲି । ତେଣୁ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା କରିବା ଆବଶ୍ୟକତା ନାହିଁ । ମନ୍ତ୍ରୀ ନଥିଲେ ବି ଜିଲ୍ଲାରେ ଯେତେବେଳେ ଯାହା ଆବଶ୍ୟକ ପଡିଛି ତାହା ମୁଖ୍ୟମନ୍ତ୍ରୀଙ୍କ ଜରିଆରେ କରିଛି । ମୁଁ ଅସନ୍ତୋଷ ନାହିଁ କିମ୍ବା କେହି ମୋର ମାନଭଞ୍ଜନ କରୁନାହାନ୍ତି । ଏହା କହିଛନ୍ତି ପଶ୍ଚିମ ଓଡିଶାର ଟାଣୁଆ ନେତା ତଥା ବରଗଡ ଭଟଲି ବିଧାୟକ ସୁଶାନ୍ତ ସିଂ ।

ମନ୍ତ୍ରୀ ପଦ ନମିଳିବାରୁ ପୂର୍ବତନ ମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଥିବା ଚର୍ଚ୍ଚା ହେଉଥିଲା । ତେଣୁ ତାଙ୍କର ମାନଭଞ୍ଜନ କରିବାକୁ ଦଳ ପକ୍ଷରୁ ଚେଷ୍ଟା କରାଯାଉଥିବା ଚର୍ଚ୍ଚା କୁହାଯାଉଥିଲା । ସୁଶାନ୍ତଙ୍କ ପ୍ରରୋଚନାରେ ତାଙ୍କର କିଛି ସମର୍ଥକ ଦଳ ବିରୋଧରେ ବିଷୋଦଗାର କରିଥିଲେ ବୋଲି ଅଭିଯୋଗ ହେଉଥିଲା । ଏହାରି ଭିତରେ ଗତକାଲି ସନ୍ଧ୍ୟାରେ ସୁଶାନ୍ତଙ୍କୁ ନବୀନ ନିବାସ ଡାକି ଦଳର ସୁପ୍ରିମୋ ଆଲୋଚନା କରିଥିଲେ । ସେହିପରି ଆଜି ଶଙ୍ଖ ଭବନରେ ଦଳର ସାଂଗଠନିକ ସମ୍ପାଦକ ସୁଶାନ୍ତଙ୍କ ସହିତ ଆଲୋଚନା କରିଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ସୁଶାନ୍ତ ।

ସୁଶାନ୍ତ କହିଛନ୍ତି ଯେ, ମନ୍ତ୍ରୀ ହେବାକୁ ଲବି କରିନଥିଲି । ରେସରେ ବି ନଥିଲି । କେବଳ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ମନ୍ତ୍ରୀମଣ୍ଡଳରେ ସ୍ଥାନ ନମିଳିଥିବାରୁ ଅସନ୍ତୁଷ୍ଟ ଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ସୁଶାନ୍ତ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । 2022ରେ ଇସ୍ତଫା ଦେବାକୁ ମୁଖ୍ୟମନ୍ତ୍ରୀ ମୋତେ କହିନଥିଲେ । ସଙ୍ଗଠନକୁ ସୁଦୃଢ କରିବାକୁ ମୁଁ ନିଜେ ଇସ୍ତଫା ଦେଇଥିଲି । କାରଣ ମନ୍ତ୍ରୀମଣ୍ଡଳରେ ରହିଲେ ୧୫ରୁ ୨୦ ଦିନ ଭୁବନେଶ୍ବରରେ ରହିବାକୁ ପଡିଥାଏ । ଅସନ୍ତୋଷ ନେଇ ମିଡିଆରେ ଯେଉଁ ତଥ୍ୟ ବାହାରୁଛି ସେଥିରେ କୌଣସି ସତ୍ୟତା ନାହିଁ ।

ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ କଥା 20 ତାରିଖରୁ ଜାଣିଥିଲି । ଶପଥଉତ୍ସବ ଦିନ ନିର୍ବାଚନମଣ୍ଡଳୀରେ ମୋର ଅନେକ କାର୍ଯ୍ୟକ୍ରମ ଥିଲା । ତେଣୁ ସେଠାରେ ରହିବାର ଆବଶ୍ୟକତା ରହିଥିଲା । ମୁଁ ଦେଖା କରି ପଳେଇଥିଲି । ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିନଥିବାରୁ ମୋର କିଛି ସମର୍ଥକ ଭାବପ୍ରବଣତାରେ କିଛି କଥା କହିଛନ୍ତି । ସେମାନଙ୍କୁ ଡାକିକି ମୁଁ ବୁଝାଇ ଦେଇଛି । ମୋ ଉପରେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ଥିଲା, ଅଛି । ସେତିକି ମୋ ପାଇଁ ଯଥେଷ୍ଟ । ମନ୍ତ୍ରୀମଣ୍ଡଳକୁ ନେଇ ମୁଁ ଅସନ୍ତୁଷ୍ଟ ନାହିଁ ବୋଲି ବାରବାର କହିଛନ୍ତି ସୁଶାନ୍ତ । ଅସନ୍ତୋଷ କେବଳ ମିଡିଆର ଆକଳନ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.