ETV Bharat / state

ମଧ୍ୟାନ୍ନ ଭୋଜନ ତିଆରି ବେଳେ ସ୍ୱଚ୍ଛତା ଜରୁରୀ, ତାଲିମ ନେବେ ରୋଷେୟା ଓ ସହାୟକ - ମିଶନ ଶକ୍ତି ଭବନ

ମଧ୍ୟାହ୍ନ ଭୋଜନରେ ସ୍ୱଚ୍ଛତା ପାଇଁ ସରକାରଙ୍କ ପ୍ରସ୍ତୁତି । ଆସନ୍ତାକାଲିଠାରୁ ମିଡ୍‌ ଡେ' ମିଲର ରୋଷେୟା ଏବଂ ସହାୟକଙ୍କୁ ଦିଆଯିବ ତାଲିମ । ଅଧିକ ପଢନ୍ତୁ

Training for mid day meal
ମଧ୍ୟାହ୍ନ ଭୋଜନରେ ସ୍ୱଚ୍ଛତା ପାଇଁ ସରକାରଙ୍କ ପ୍ରସ୍ତୁତି
author img

By

Published : Apr 27, 2023, 6:55 PM IST

ମଧ୍ୟାହ୍ନ ଭୋଜନରେ ସ୍ୱଚ୍ଛତା ପାଇଁ ସରକାରଙ୍କ ପ୍ରସ୍ତୁତି

ଭୁବନେଶ୍ବର : ମଧ୍ୟାହ୍ନ ଭୋଜନରେ ସ୍ବଚ୍ଛତା ପାଇଁ ସରକାରଙ୍କ ପ୍ରସ୍ତୁତି । ଖାଦ୍ୟର ସୁରକ୍ଷା ଓ ହାଇଜିନ ଖାଦ୍ୟ ପ୍ରସ୍ତୁତ କରିବା ନେଇ ଆସନ୍ତାକାଲିଠାରୁ ମିଡ୍‌ ଡେ' ମିଲ୍‌ର ରୋଷେୟା ଏବଂ ସହାୟକଙ୍କୁ ଦିଆଯିବ ତାଲିମ। । କାରଣ ଅନେକ ସମୟରେ ମଧ୍ୟାହ୍ନ ଭୋଜନରେ ପୋକ ଦେଖିବାକୁ ମିଳେ । ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ଦେଖିବାକୁ ମିଳେ । ସେହିପରି କିଛି ସ୍ଥାନରେ ଅପରିଷ୍କାର ପରିବେଶରେ ମଧ୍ୟ ଖାଦ୍ୟ ପ୍ରସ୍ତୁତ ହେଉଥିବାରୁ ଛାତ୍ରଛାତ୍ରୀ ଖାଇବାକୁ ନାପସନ୍ଦ କରୁଛନ୍ତି । ଏଭଳି ସ୍ଥଳେ ରୋଷେୟା ଓ ସହାୟକଙ୍କୁ ରୋଷେଇରେ ସ୍ୱଚ୍ଛତା ପାଇଁ ଯେଉଁ ତାଲିମ ଦିଆଯିବ ତାହା ବେଶ ସହାୟକ ହେବ । ନିଜକୁ କେମିତି ସଫା ଏବଂ ସ୍ବଚ୍ଛ ରଖିବା ସହ ଖାଦ୍ୟକୁ କିଭଳି ଭାବରେ ସ୍ୱଚ୍ଛତାର ସହ ତିଆରି କରିବେ ସେନେଇ ଧ୍ୟାନ ଦିଆଯିବ । ଏହାସହ ଖାଦ୍ୟ ଯେଉଁଠି ସଂରକ୍ଷଣ କରି ରଖାଯାଉଛି ତାକୁ କେମିତି ସ୍ୱଚ୍ଛ ଭାବେ ରଖିବେ ସେନେଇ ମଧ୍ୟ ପ୍ରଶିକ୍ଷଣ ଦିଆଯିବ।

ଏହା ମଧ୍ୟ ପଢନ୍ତୁ-ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ସରକାର ନିଜର କର୍ତ୍ତବ୍ୟ ଠିକ ଭାବେ ତୁଲାଉନାହାନ୍ତି କହିଲେ ବିଜୟ

ସେହିପରି ମିଶନ ଶକ୍ତି ଭବନରେ ଆୟୋଜିତ ହେବାକୁ ଥିବା ଏହି ପ୍ରଶିକ୍ଷଣ ଶିବିର ଆଠଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। 600ରୁ ଊର୍ଦ୍ଧ୍ବ ରୋଷେୟା ଏବଂ ସହାୟକଙ୍କୁ ତାଲିମ ଦିଆଯିବାର କାର୍ଯ୍ୟକ୍ରମ ରହିଛି। ଏଠାରେ ଯେଉଁମାନେ ପ୍ରଶିକ୍ଷଣ ନେଇଛନ୍ତି ତାହା ସେମାନେ ବ୍ଲକ ସ୍ତରରେ ଅନ୍ୟ ରୋଷେୟା ଏବଂ ସହାୟକଙ୍କୁ ତାଲିମ ଦେବେ ବୋଲି କହିଛନ୍ତି ମିଡ-ଡେ ମିଲର ରାଜ୍ୟ ନୋଡାଲ ଅଫିସର ରଘୁରାମ ଆର ଆୟର ।

ଏହା ମଧ୍ୟ ପଢନ୍ତୁ-ପୋଲିସ ଗୁଳିରେ ମାଓବାଦୀଙ୍କ ଛତ୍ରଭଙ୍ଗ, ମାଓ କ୍ୟାମ୍ପ୍‌ରୁ ଗର୍ଭ ପରୀକ୍ଷା କୀଟ୍‌ ସହ ଆପତ୍ତିଜନକ ସାମଗ୍ରୀ ଜବତ

ଏନେଇ ଜଣେ ପାଚିକା ସହାୟକ ସଂଘର ସଭାପତି କହିଛନ୍ତି ଯେ, ରାଜ୍ୟ ସରକାରଙ୍କର ସମସ୍ତ ଯୋଜନା ମଧ୍ୟରେ ଏହା ଏକ ବଳିଷ୍ଠ ପଦକ୍ଷେପ । ପିଲାମାନଙ୍କୁ ସ୍କୁଲ୍‌କୁ ଆସିବା ନେଇ ଯେଉଁ ଆକୃଷ୍ଟ କରାଯାଉଛି ତାହା କିଭଳି ଭାବରେ ସରସ ସୁନ୍ଦର ହୋଇପାରିବ ସେନେଇ ନିଆଯାଉଛି ପଦକ୍ଷେପ । ଏହା ସହ ଯେଉଁମାନେ ରୋଷେଇ କରୁଛନ୍ତି ସେମାନେ କିଭଳି ଭାବରେ ସ୍ବଚ୍ଛତାର ସହିତ କାର୍ଯ୍ୟ କରିବେ ପିଲାମାନଙ୍କୁ ଠିକ୍‌ ସମୟରେ ଠିକ୍‌ ଭାବରେ ଖାଦ୍ୟ ଦିଆଯିବ ସେନେଇ ପ୍ରଶିକ୍ଷଣ ଦିଆଯିବ । ଅନ୍ୟପଟେ ସ୍କୁଲ୍‌ରେ ପରିବେଶ କିଭଳି ଭାବରେ ଠିକ୍ ରହିବ । ବୃକ୍ଷ ରୋପଣ ଅଧିକରୁ ଅଧିକ କରାଯିବ । ସ୍କୁଲକୁ କିଭଳି ଭାବରେ ସରସ ସୁନ୍ଦର କରାଯିବ ସେନେଇ ଆଲୋଚନା କରାଯିବା ସହ ପ୍ରଶିକ୍ଷଣ ଦିଆଯିବ ବୋଲି କହିଛନ୍ତି ପାଚିକା ସଂଘ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.