ଖୋର୍ଦ୍ଧା: ସ୍ବାମୀ ସାଜିଲା ସୈତାନ । ଯେଉଁ ହାତ ଦିନେ ସ୍ତ୍ରୀର ମୁଣ୍ଡରେ ସିନ୍ଦୁର ପିନ୍ଧାଇ ଘରକୁ ଆଣିଥିଲା ଆଜି ସେହି ହାତ ସ୍ତ୍ରୀ ପାଇଁ କାଳ ସାଜିଲା । ଶେଷରେ ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ତଣ୍ଟି କାଟି ହତ୍ଯା କରିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଲା ସୈତାନ ସ୍ବାମୀ । ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ ଗ୍ରାମରେ । ମୃତ ମହିଳା ଜଣଙ୍କ ହେଉଛନ୍ତି ଇନ୍ଦିରା ପ୍ରିୟଦର୍ଶିନୀ ମହାନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଇନ୍ଦିରା ପ୍ରିୟଦର୍ଶିନୀ ଓ କାର୍ତ୍ତିକ ପ୍ରଧାନ ଗତ ୨୦୦୫ରେ ପ୍ରେମ ବିବାହ କରିଥିଲେ । ହେଲେ ଦୀର୍ଘଦିନ ହେଲା ଉଭୟଙ୍କ ମଧ୍ୟରେ ବଚସା ଲାଗିରହୁଥିଲା । ଏନେଇ କାର୍ତ୍ତିକ ଶ୍ବଶୁର ଘରେ ରହୁଥିଲେ । ତେବେ ଗତକାଲି ରାତିରେ ସ୍ତ୍ରୀ ଇନ୍ଦିରା ଶୋଇଥିବା ବେଳେ ସ୍ବାମୀ କାର୍ତ୍ତିକ ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ତଣ୍ଟି କାଟି ହତ୍ୟା କରିବା ପରେ ଫେରାର ହୋଇଯାଇଥିଲା । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ଟାଉନ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ମହିଳାଙ୍କ ମାମୁଁ ଥାନାରେ ଅଭିଯୋଗ କରିବା ପରେ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି । ତେବେ ଉଭୟଙ୍କର ଏକ ୧୫ ବର୍ଷର ପୁଅ ଥିବା ଜଣାପଡିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ