ETV Bharat / state

ବନ୍ଧୁକ ଧରି ବୁଲୁଛନ୍ତି ବ୍ରାଉନସୁଗାର ବେପାରୀ, ଭୁବନେଶ୍ୱରରୁ ଜଣକୁ କାବୁ କଲା ପୋଲିସ୍

author img

By

Published : Nov 20, 2022, 11:13 AM IST

ସାଥିରେ ବନ୍ଧୁକ ଧରି କରୁଥିଲା ବ୍ରାଉନସୁଗାର ବେପାର। ଚଢାଉ କରି ଗିରଫ କରିଲା ଭରତପୁର ଥାନା ପୋଲିସ। ଗିରଫ ପୋଶାଦାର ଅଭିଯୁକ୍ତ ହେଲା ଅନ୍ଧାରୁଆର ପାପୁନା ପ୍ରଧାନ। ଅଧିକ ପଢନ୍ତୁ

ବ୍ରାଉନସୁଗାର ବେପାରୀ
ବ୍ରାଉନସୁଗାର ବେପାରୀ

ଭୁବନେଶ୍ବର: ନିଶା ବଳୟରେ ଭୁବନେଶ୍ବର । ଛାତ୍ରଙ୍କ ଠାରୁ ଆରମ୍ଭ କରି ବୟସ୍କ ସବୁ ନିଶା ମାୟାରେ ବାୟା । ରାଜଧାନୀରେ ଚାଲିଛି ନିଶା ବେପାରୀଙ୍କ ଅବାଧ କାରବାର । ବ୍ରାଉନ ସୁଗାର‌ କାରବାର ପାଇଁ ବନ୍ଧୁକ ରଖି କରୁଛନ୍ତି ବ୍ୟବସାୟ । ଏଭଳି ଜଣେ ପୋଶାଦାର ନିଶା ବେପାରୀକୁ ଗିରଫ କରିଛି ଭରତପୁର ଥାନା ପୋଲିସ । ଗିରଫ ଅଭିଯୁକ୍ତ ଜଣକ ପାପୁନ ପ୍ରଧାନ । ଅଭିଯୁକ୍ତଙ୍କ ଠାରୁ ମୋଟ ୧୨ଗ୍ରାମ ଓଜନର ବ୍ରାଉନସୁଗାର ସହିତ ଗୋଟିଏ ୭.୬୫ଏମଏମ ରିଭଲଭର ଜବତ କରିଛି ପୋଲିସ। ।

ବ୍ରାଉନସୁଗାର ବେପାରୀ

ପୋଲିସ ଓ ଏସଟିଏଫଙ୍କ ପଞ୍ଝାରୁ ବର୍ତ୍ତିବା ପାଇଁ ଏଭଳି ମାରଣାସ୍ତ୍ର ଧରି ବୁଲୁଛନ୍ତି ଅପରାଧୀ । ଦିନ ହେଉ କି ରାତି ବେଧଡକ ଭାବେ ଚଳାଇଛନ୍ତି ବ୍ରାଉନସୁଗାର କାରବାର । ତେବେ ଏନେଇ ଖବରପାଇ ଭରତପୁର ଥାନାର ଏକ ଟିମ୍ ଦିଏ ପ୍ଲଟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚଳାଇଥିଲେ । ଗତକାଲି ପେଶାଦାର ଅପପରାଧୀକୁ ଗିରଫ କରିବାରେ ସଫଳ ହୋଇଛି ଭରତପୁର ଥାନା ପୋଲିସ । ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ବେଆଇନ ଭାବେ ସାଧାରଣ ଲୋକଙ୍କୁ ବ୍ରାଉନ ସୁଗାର ବିକ୍ରି କରୁଥିବା ଏବଂ ଅନ୍ୟ ବ୍ୟାପାରୀଙ୍କୁ ଡରାଇବା ସହ ବ୍ରାଉନ ସୁଗାର ବଦଳରେ ଭୟ ଦେଖାଇ ଗ୍ରାହକଙ୍କ ନିକଟରୁ ଅଧିକ ଟଙ୍କା ଦାବି କରିବା ନିମନ୍ତେ ପାଖରେ ବନ୍ଧୁକ ରଖିଥିବା କଥା ମଧ୍ୟ ସ୍ଵୀକାର କରିଥିଲା ବୋଲି କମିସନରେଟ ପୋଲିସ ସୂଚନା ଦେଇଛି ।

ଏହି ଘଟଣାକୁ ନେଇ ଭରତପୁର ଥାନା ପୋଲିସ ଏକ ବେଆଇନ ବ୍ରାଉନସୁଗାର ବିକ୍ରି ଜନିତ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ବୋଲି କହିଛନ୍ତି ରଜର ରାୟ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: IND vs NZ: ଆଜି ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟି୨୦, ପୁଣି ବାଧକ ସାଜିପାରେ ବର୍ଷା

ତେବେ ଚଳିତ ବର୍ଷ ଏଯାବତ ମୋଟ ୭୬ଟି ବେଆଇନ ବ୍ରାଉନସୁଗାର ବିକ୍ରି ମାମଲା ପଞ୍ଜୀକୃତ ହୋଇଥିବା ବେଳେ ୧୪୫ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରଯାଇଛି । ସେମାନଙ୍କ ଠାରୁ ମୋଟ ୨କେଜି ୨୭୯ଗ୍ରାମ ୮୦ମିଲିଗ୍ରାମ ଓଜନର ବ୍ରାଉନସୁଗାର ଏବଂ ୭, ୩୩, ୨୨୦ ଟଙ୍କା, ୩୧୦ଗ୍ରାମ ସୁନା, ୪୫୦ଗ୍ରାମ ରୂପା, ୬୩ଟି ମୋବାଇଲ ଫୋନ ଏବଂ ୨୭ଟି ମୋଟରସାଇକେଲ, ଗୋଟିଏ ଲାପଟପ, ୦୨ଟି ବନ୍ଧୁକ ଏବଂ ୦୫ଟି ଜୀବନ୍ତ ଗୁଳି ଜବତ କରାଯାଇଛି । ଜନସାଧାରଣମାନେ ମୋବାଇଲ, ଗାଡି, ସୁନା, ରୂପା ଗହଣା ଚୋରୀ ତଥା ଛିନତାଇ କିମ୍ବା ନିଶା କାରବାର ବିଷୟରେ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ତରଫରୁ ଏକ ହ୍ଵାଟସ୍ଆପ ନମ୍ବର-୭୦୭୭୭୯୮୧୧୧ ଜାରି କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.