ଭୁବନେଶ୍ବର: ସାମ୍ନାକୁ ଆସିଲା ଅର୍ଚ୍ଚନାଙ୍କ ହୋଟେଲ ଲିଙ୍କ୍ । ହନିଟ୍ରାପ ହୋଟେଲ ଲିଙ୍କରେ ଇଡିରେ ହାଜର ହେଲେ ବ୍ୟବସାୟୀ ଶିବ ପ୍ରସାଦ ଦାସ(Hotelier Siba Prasad Das Appeared in ED )। ଆଜି ହାଜର ହେବା ପାଇଁ ଶିବ ପ୍ରସାଦକୁ ସମନ ଜାରି କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ଅର୍ଚ୍ଚନାଙ୍କ ସହ ଆର୍ଥିକ କାରବାର ଲିଙ୍କରେ ଇଡି ବ୍ୟବସାୟୀ ଶିବ ପ୍ରସଦଙ୍କୁ ସମନ ଜାରି କରିଥିଲା । ତେବେ ହୋଟେଲ ବ୍ୟବସାୟୀ ଶିବପ୍ରସାଦ ଦାସ ହେଉଛନ୍ତି ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ ରାସ୍ତାରେ ଥିବା ତାଜ ଓଡ଼ିଶା ହୋଟେଲର ମାଲିକ । ଯେକି 2019ରୁ ହୋଟେଲ ଚଳାଉଥିଲେ ଏବେ ହୋଟେଲ ତାଜ ଓଡିଶାକୁ ଲିଜରେ ଦେଇଛନ୍ତି । ଇଡି ହାତରେ ଲାଗିଥିବା ସୁରାକ ଆଧାରରେ 2019ରୁ ଅର୍ଚ୍ଚନାଙ୍କ ସହ ସମ୍ପର୍କରେ ଥିଲେ ଶିବ ।ଏହାସହ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି ଅନେକ ସମୟରେ ଶିବ ପ୍ରସାଦଙ୍କ ହୋଟେଲରେ ବହୁ ସମୟ ବିତାଇଥିବା ସୂଚନା ପାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ଏହା ମଧ୍ୟ ପଢନ୍ତୁ: Gujarat Assembly polls: ଭୋଟ ଦେଉଛି ଗୁଜୁରାଟ, ସକାଳୁ ମତଦାନ ଜାରି
ତେବେ ହନିଟ୍ରାପର ମାୟା ଜାଲ ଏହି ହୋଟେଲରେ ବିଛାଯାଉଥିଲା କି ? ଏହି ହୋଟେଲରେ ହନି ଟ୍ରାପର ଡିଲ ହେଉଥିଲା କି ? ଏନେଇ ଅନେକ ସନ୍ଦେହ ଆଧାରରେ ଆର୍ଥିକ କାରବାର ଲିଙ୍କରେ ସମନ୍ କରିଥିଲା ଇଡି । ଜଣେ ହୋଟେଲ ବ୍ୟବସାୟୀଙ୍କ ସହ ହନିଟ୍ରାପ କୁଇନଙ୍କର କଣ ସମ୍ପର୍କ ତାହା ଜାଣିବାକୁ ଇଡି ଜାଣିବାକୁ ଚାହିଁଛି । ତାଜ ଓଡ଼ିଶାର ମାଲିକ ଶିବ ପ୍ରସାଦଙ୍କ ଲିଙ୍କର ଖୋଳତାଡ଼ ପାଇଁ ଇଡି ପଚରାଉଚରା ଆରମ୍ଭ କରିଛି ।
ଇଟିଭି ଭାରତ, ଭୁବନେଶ୍ବର