ETV Bharat / state

ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ, କହିଲେ ମୁଁ ଜଣେ ଆଇନ ଛାତ୍ରୀ - ଅର୍ଚ୍ଚନା ନାଗ

Archana Nag released from jharpada jail: ଜେଲରୁ ବେଲରେ ଆସିଲେ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ । 14 ମାସ ପରେ ଝାରପଡ଼ା ଜେଲରୁ ବାହାରିଲେ। ଅଧିକ ପଢନ୍ତୁ

Etv Bharat
ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ
author img

By ETV Bharat Odisha Team

Published : Dec 12, 2023, 9:08 AM IST

Updated : Dec 12, 2023, 10:00 AM IST

ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ

ଭୁବନେଶ୍ବର: ଜେଲରୁ ବାହାରିଲେ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ । ଆଜି (ମଙ୍ଗଳବାର) ସକାଳେ ଭୁବନେଶ୍ବର ଝାରପଡ଼ା ଜେଲରୁ ମୁକୁଳିଛନ୍ତି ଅର୍ଚ୍ଚନା । 14 ମାସ ଜେଲରେ ରହିବା ପରେ ଝାରପଡ଼ା ଜେଲରୁ ବାହାରିଛନ୍ତି । ସ୍ବାମୀ ଜଗବନ୍ଧୁ ତାଙ୍କୁ ଜେଲରୁ ନେବାକୁ ଆସିଥିଲେ । ସେ ଆଇନ ବିଭାଗର ଛାତ୍ରୀ ହୋଇଥିବାରୁ ଆଜି ତାଙ୍କର କ୍ୟାପିଟାଲ ଲ' କଲେଜରେ ପରୀକ୍ଷା ରହିଛି । ହନିଟ୍ରାପ ମାମଲାରେ ଗିରଫ ପରେ ଇଡି ମାମଲାରେ ଛନ୍ଦି ହୋଇଥିଲେ ଅର୍ଚ୍ଚନା । ଡିସେମ୍ବର 4 ତାରିଖରେ ଇଡି ମାମଲାରେ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ଓଡ଼ିଶା ହାଇକୋର୍ଟ । ସାକ୍ଷ୍ୟମାନଙ୍କୁ ପ୍ରଭାବିତ ନକରିବା ଓ ତଦନ୍ତରେ ସହଯୋଗ କରିବା ସର୍ତ୍ତରେ ତାଙ୍କୁ ଜାମିନ ମିଳିଥିଲା । ପୂର୍ବରୁ ଅନ୍ୟ ଦୁଇଟି ମାମଲାରେ ଅର୍ଚ୍ଚନା ନାଗଙ୍କୁ ଜାମିନ ମିଳିଥିଲା ।

ଆଜି ଝାରପଡ଼ା ଜେଲରୁ ମୁକୁଳିଛନ୍ତି ଅର୍ଚ୍ଚନା । ଜେଲରୁ ମୁକୁଳିବା ସମୟରେ ସାଥିରେ ଥିଲେ ସ୍ବାମୀ ଓ ଓକିଲ । ଜେଲରୁ ବାହାରିବା ପରେ ପ୍ରତିକ୍ରିୟାରେ ଅର୍ଚ୍ଚନା କହିଛନ୍ତି, ''ମୁଁ ଜଣେ ଆଇନର ଛାତ୍ରୀ । ଯେହେତୁ ମାମଲା କୋର୍ଟରେ ବିଚାରାଧୀନ ରହିଛି ତେଣୁ ଜଣେ ଆଇନରେ ବନ୍ଧା ସଚେତନ ନାଗରିକ ହିସାବରେ ଏବେ କିଛି କହିବା ମୋର ଠିକ ହେବନି । କିନ୍ତୁ ଆଗକୁ ସବୁ କହିବି କୋର୍ଟରେ ଜଣାଇବି । ଆଜି ମୋ ଆଇନ ପରୀକ୍ଷା ଅଛି । ଯେଉଁମାନେ ମୋତେ ଫସେଇଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । କୋର୍ଟଙ୍କ ଆଧାରରେ ହେବ । ଯେଉଁମାନେ ମୋ ଉପରେ ଆସ୍ଥା ଓ ବିଶ୍ବାସ କରିଛନ୍ତି ତାଙ୍କ କଥା ମୁଁ ରଖିବି । ମୁଁ ମୁଣ୍ଡ ନୂଆଁଇବା ପିଲା ନୁହଁ, ସବୁ ସାମ୍ନା କରିବି । ''

ଅର୍ଚ୍ଚନା ଜେଲରୁ ବାହାରିବା ପରେ ସ୍ବାମୀ ଜଗବନ୍ଧୁ ଚାନ୍ଦ ତାଙ୍କୁ କାରରେ ଘରକୁ ନେଇଯାଇଥିଲେ । ହନିଟ୍ରାପ ମାମଲାରେ ଗିରଫ ହେବା ପରେ 14 ମାସ ଧରି ସେ ଜେଲରେ ରହିଥିଲେ । ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ ପରେ ଜେଲରୁ ମୁକୁଳିଛନ୍ତି ଅର୍ଚ୍ଚନା । ଜାମିନ‌ ପାଇବାର ଏକ ସପ୍ତାହ ପରେ ସେ ଜେଲରୁ ବାହାରିଛନ୍ତି । ୨ ଜଣ ଜାମିନଦାର ଓ ୧ଲକ୍ଷ ଟଙ୍କା ବେଲ ବଣ୍ଡରେ ତାଙ୍କୁ ମୁକୁଳିବା ପାଇଁ ସର୍ତ୍ତ ରଖାଯାଇଥିଲା । ଏସବୁ କୋର୍ଟରେ ଦାଖଲ ପରେ ଶେଷରେ ଆଜି ସେ ଜେଲରୁ ମୁକୁଳିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଅର୍ଚ୍ଚନା ନାଗକୁ ଇଡି ମାମଲାରେ ଜାମିନ, ଜେଲରୁ ବାହାରିବା ରାସ୍ତା ସଫା !

ଦିନେ ସେ ମୁହଁ ଖୋଲିଲେ ଓଡ଼ିଶା ଦୋହଲି ଯିବାର ଧମକ ଦେଇଥିଲେ ଅର୍ଚ୍ଚନା ନାଗ । ଆଜି ଜେଲରୁ ବାହାରି ନିଜକୁ ଆଇନ ଛାତ୍ରୀ ବୋଲି କହିଛନ୍ତି । ତାଙ୍କର ଏପରି ପ୍ରତିକ୍ରିୟାକୁ ନେଇ ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ତାଙ୍କ ବିରୋଧରେ ଥିବା ଅଭିଯୋଗକୁ ଆଇନର ପରିଧି ଭିତରେ ଭୁଲ ପ୍ରମାଣିତ କରିବେ କି ଅର୍ଚ୍ଚନା ? ଯେଉଁଭଳି ଭାବରେ ବ୍ଲାକମେଲିଂ କରି ପ୍ରତିପତ୍ତି ଲୋକଙ୍କଠୁ ଟଙ୍କା ଆଦାୟର ଅଭିଯୋଗ ରହିଥିଲା ସେନେଇ ନିଜକୁ ସ୍ବଚ୍ଛ ପ୍ରମାଣିତ କରିବେ କି ସେ ? ଇଡିର ତଦନ୍ତକୁ ଭୁଲ ପ୍ରମାଣିତ କରି ନିଜର ଘର ଗାଡି ଓ ନାମ ଯଶକୁ ଫେରାଇବାରେ ଆଇନଗତ ଦିଗକୁ ଆଧାର କରି ପ୍ରତିଶୋଧ ନେବେ କି ସେ ? ଜେଲରୁ ବାହାରିବା ପରେ ସେ ଦେଇଥିବା ପ୍ରତିକ୍ରିୟାକୁ ନେଇ ଏବେ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ଆଇନର ଛାତ୍ରୀ ଆଇନର ପରିଧି ଭିତରେ ରହି କିଛି ନକହିବାର ଏହି ବାର୍ତ୍ତା ପଛରେ ଲୁଚି ରହିଛି କି ଅର୍ଚ୍ଚନା ନାଗଙ୍କ ପରବର୍ତ୍ତୀ ପଦକ୍ଷେପ ? ଏଭଳି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଓଲିଉଡ ପ୍ରଯୋଜକ ଅକ୍ଷୟ ପରିଜା ଅର୍ଚ୍ଚନା ନାଗଙ୍କ ବ୍ଲାକମେଲର ଶିକାର ହୋଇଥିବା ଗତ 30 ସେପ୍ଟେମ୍ବର ୨୦୨୨ରେ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା । ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ ସହ ଅଶ୍ଳୀଳ ଫଟୋ ଭାଇରାଲ ଅଭିଯୋଗରେ ଅଭିଯୁକ୍ତ ଭାବେ ଦର୍ଶାଇ କେସ୍ କରିଥିଲା କମିଶନରେଟ ପୋଲିସ୍ । ସେହିଭଳି ଭାବେ ଅର୍ଚ୍ଚନାର ସହଯୋଗୀ ଶ୍ରଦ୍ଧାଞ୍ଜଳିର ରିପୋର୍ଟ ଆଧାରରେ‌ ପରବର୍ତ୍ତୀ ପର୍ଯ୍ୟାୟରେ ଅକ୍ଟୋବର 2 ତାରିଖରେ ଖଣ୍ଡଗିରି ଥାନାରେ ଆଉ ଏକ ଅଭିଯୋଗ ହୋଇଥିଲା ଅର୍ଚ୍ଚନାଙ୍କ ନାଁରେ । ପରେ 16ଟି ସଙ୍ଗୀନ ଦଫାରେ ଅକ୍ଟୋବର ୫ରେ ଅର୍ଚ୍ଚନାଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ । ପରେ ମନି ଲଣ୍ଡରିଂ ମାମଲାରେ ଇଡି ତାଙ୍କ ନାଁରେ କେସ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । କେବଳ ସେ ନୁହେଁ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ, ସହଯୋଗୀ ଖଗେଶ୍ବର‌ ପାତ୍ର ଓ ଶ୍ରଦ୍ଧାଞ୍ଜଳି ମଧ୍ୟ ଆଇନ ଜାଲରେ ଛନ୍ଦି ହୋଇଥିଲେ । ଶ୍ରଦ୍ଧାଞ୍ଜଳିକୁ ଛାଡି ସମସ୍ତେ ଗିରଫ ହୋଇ ଜେଲରୁ ମୁକୁଳିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 12, 2023, 10:00 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.