ETV Bharat / state

ଆବାସ ଯୋଜନା ସାତ ସପନ, କ୍ଳବ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ଦିବ୍ୟାଙ୍ଗ ଲକ୍ଷ୍ମୀଧର

author img

By

Published : Aug 1, 2020, 12:12 PM IST

ବୋଲଗଡ ବ୍ଳକ ଗୋପାଳପୁର ପଞ୍ଚାୟତ ମୁଗମଣ୍ଡା ଗ୍ରାମର ଦିବ୍ୟାଙ୍ଗ ଲକ୍ଷ୍ମୀଧରଙ୍କ ଫନି ଛଡାଇ ନେଇଥିଲା ଘର । ବର୍ଷେ ବିତିଗଲାଣି ହେଲେ ଏଯାଏଁ ତାଙ୍କୁ ନାହଁ ପକ୍କା ଘର । ଫଳରେ ଗ୍ରାମର ଥିବା ଏକ କ୍ଳବ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ଲକ୍ଷ୍ମୀଧରଙ୍କ ପରିବାର ।

ଆବାସ ଯୋଜନା ସାତ ସପନ , କ୍ଳବ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ଦିବ୍ୟାଙ୍ଗ ଲକ୍ଷ୍ମୀଧର

ଖୋର୍ଦ୍ଧା: ସରକାର କରିଚାଲିଛନ୍ତି ଯୋଜନା ପରେ ଯୋଜନା। କେତେକ ନ୍ୟସ୍ତ ସ୍ବାର୍ଥ ପ୍ରଶାସନିକ ଅଧିକାରୀଙ୍କ ପାଇଁ ଦରିଦ୍ର ଦୂରୀକରଣ ଯୋଜନା ପାଲଟିଛି ପ୍ରହସନ । ଥିଲା ବାଲାକୁ ମିଳୁଛି କିନ୍ତୁ ଗରିବଙ୍କୁ ମିଳୁନାହଁ ପକ୍କା ଘର ଯୋଜନାର ସୁଫଳ । ଏପରି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ଗୋପାଳପୁର ପଞ୍ଚାୟତ ମୁଗମଣ୍ଡା ଗ୍ରାମର ଲକ୍ଷ୍ମୀଧର ଦଳେଇ ଓ ତାଙ୍କର ପତ୍ନୀଙ୍କ କ୍ଷେତ୍ରରେ ।

ଆବାସ ଯୋଜନା ତାଙ୍କ ପାଇଁ ସାତସପନ ହେବା ପରେ କ୍ଳବ ଘରେ କଟୁଛି ତାଙ୍କର ଜୀବନ । ଗୋପାଳପୁର ପଞ୍ଚାୟତ ମୁଗୁମଣ୍ଡା ଗ୍ରାମର ଲକ୍ଷ୍ମୀଧର ଦଳେଇ ଓ ତାଙ୍କ ପତ୍ନୀ ହରପ୍ରିୟା ଦଳେଇ ସହିତ ଗ୍ରାମର ଥିବା ଏକ କ୍ଳବ ଘରେ ବସବାସ କରି କାଟୁଛନ୍ତି ଜୀବନ । ଲକ୍ଷ୍ମୀଧର ଦଳେଇ ଜଣେ ଦିବ୍ୟାଙ୍ଗ । ବାତ୍ୟା'ଫନି' ଲକ୍ଷ୍ମୀଧର ଦଳେଇଙ୍କ ଘର ସଂପୂର୍ଣ୍ଣ ଉଜାଡି ଦେଇଥିଲା। ଫଳରେ ସେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରୁ ଜିଲ୍ଲାପାଳଙ୍କୁ ଚିଠି କରି ତୁରନ୍ତ ଲକ୍ଷ୍ମୀଧରଙ୍କ ଘର ଦେଖି ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଥିଲା ।

କିନ୍ତୁ ଉକ୍ତ ଚିଠି ପ୍ରଶାସନିକ ଅଧିକାରୀ ଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କେବଳ ଫଟୋ ଉଠାଇ ବସିପଡିଥିବା ଅଭିଯୋଗ କରିଛନ୍ତି। ଫଳରେ ଅସହାୟ ଲକ୍ଷ୍ମୀଧର ତାଙ୍କ ପତ୍ନୀଙ୍କୁ ଧରି କ୍ଳବ ଘରେ ବର୍ଷା ଶୀତରେ ଗାଁର ଏକ କ୍ଲବ ଘରେ କାଟୁଛନ୍ତି ଅଭିଶପ୍ତ ଜୀବନ । ତେବେ ସରକାର କେବେ ଲକ୍ଷ୍ମୀଧରଙ୍କୁ ପକ୍କାଘର ଯୋଜନାରେ ସାମିଲ କରିବେ ତାକୁ ଅପେକ୍ଷା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.