ETV Bharat / state

ହକି ବିଶ୍ୱକପ ପାଇଁ ନିମନ୍ତ୍ରଣ; ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆମନ୍ତ୍ରଣ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

author img

By

Published : Dec 27, 2022, 4:30 PM IST

ଜାନୁଆରୀ 13 ରୁ 29 ଯାଏ ଓଡ଼ିଶାରେ ହେବ ହକି ବିଶ୍ବକପ 2023 । ବିଶ୍ବକପ ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବ । ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ହକି ବିଶ୍ବକପ ନେଇ ନିମନ୍ତ୍ରଣ କରାଯାଇଛି । ଅଧିକ ପଢନ୍ତୁ

hockey world cup
hockey world cup

ଭୁବନେଶ୍ବର: ଓଡିଶାରେ ଆୟୋଜିତ ହେଉଛି ହକି ବିଶ୍ବକପ 2023 । ଲଗାତାର ଦ୍ଵିତୀୟ ଥର ଲାଗି ଓଡ଼ିଶାରେ ଆୟୋଜିତ ହେଉଥିବା ବିଶ୍ବକପ ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବ । ଏହି କ୍ରମରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଛନ୍ତି ଓଡ଼ିଶା ସରକାର ( odisha higher education minister meets MP CM Shivraj Singh Chouhan and invited him for hockey world cup) ।

ଜାନୁଆରୀ 13 ରୁ 29 ଯାଏ ଓଡ଼ିଶାରେ ହେବ ପୁରୁଷ ହକି ବିଶ୍ବକପ । ଦ୍ବିତୀୟ ଥର ପାଇଁ ଓଡ଼ିଶା ଏହି ବିଶ୍ବକପର ଆୟୋଜନ କରୁଥିବାରୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସର୍ବଦଳୀୟ ବୈଠକରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିପରି ଏହି କ୍ରମରେ ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ହକି ବିଶ୍ବକପ ନେଇ ନିମନ୍ତ୍ରଣ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଶିବରାଜ ସିଂ ଚୌହାନଙ୍କୁ ଭୋପାଳରେ ବ୍ୟକ୍ତିଗତ ଭାବେ ଭେଟି ନିମନ୍ତ୍ରଣ କରିଛନ୍ତି । ଏହା ସହ ଶିବରାଜଙ୍କୁ ହକି ଟି-ସାର୍ଟ ଓ ରୌପ୍ୟ ଅଶୋକ ଚକ୍ର ମଧ୍ୟ ପ୍ରଦାନ କରାଯାଇଛି । ଆମନ୍ତ୍ରଣ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ହକି ବିଶ୍ବକପରେ ସାମିଲ ହେବା ନେଇ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.