ଭୁବନେଶ୍ବର: କାଲିଠୁ ଆରମ୍ଭ ହେଉଛି ପୁରୁଷ ହକି ବିଶ୍ବକପ । ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବ ମ୍ୟାଚ । କଳିଙ୍ଗ ଷ୍ଟାଡିୟମରେ ବିଶ୍ବକପର ପ୍ରଥମ ମ୍ୟାଚ୍ ଖେଳାଯିବ । ମ୍ୟାଚ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି କମିଶନରେଟ ପୋଲିସ। ସୁରକ୍ଷା ବଳୟରେ ରହିବ ହକି ଗ୍ରାଉଣ୍ଡ ସହ ସାରା ସହର। ବିଶ୍ୱକପ ସମୟରେ ସହରରେ ମେଗା ଇଭେଣ୍ଟ ଡଟ ଫେଷ୍ଟ, ଫୁଡ ଫେଷ୍ଟ, ନାଇଟ ମାର୍କେଟ ଦୃଷ୍ଟିରେ ରଖି ମୁତୟନ ରହିବେ ୮୧ ପ୍ଲାଟୁନ ପୋଲିସ ଫୋର୍ସ । ଏନେଇ କିପରି ସୁରକ୍ଷା ବ୍ୟବସ୍ଥା ରହିବ ଓ କେମିତି ପରିଚାଳିତ ହେବ ଏହାର ଫାଇନାଲ ରିଭ୍ୟୁ କରିଛନ୍ତି ପୋଲିସ କମିଶନର ଓ ଅତିରିକ୍ତ କମିସନର ।
![hockey world cup](https://etvbharatimages.akamaized.net/etvbharat/prod-images/17468250_fsfkf.jpg)
ତେବେ ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ୧୩ ଜଣ ଅତିରିକ୍ତ ଡିସିପି, ୩୩ ଜଣ ଏସିପି, ୬୨ ଇନ୍ସପେକ୍ଟର, ୩୩୬ ସବଇନ୍ସପେକ୍ଟର ସହ ମୋଟ ୪୦୦ଅଫିସର ମୁତୟନ ରହିବେ । ବିଶ୍ୱକପ ପାଇଁ ଖେଳାଳିଙ୍କ ନିମନ୍ତେ ଏୟାରପୋର୍ଟ ରେ ନିୟୋଜିତ ହେବେ ଜଣେ ଅତିରିକ୍ତ ଡିସିପି, 2ଜଣ ଏସିପି, ୪ ଜଣ ଇନ୍ସପେକ୍ଟର ଓ ୧୦୩ ଜଣ ପୋଲିସ କର୍ମଚାରୀ । ସେହିପରି ଏୟାରପୋର୍ଟ ରୁ ଖେଳାଳି ସୋ ଭିଆଇପି ଓ ଅଫିସିଆଲ୍ ଙ୍କ ରହଣି ସ୍ଥଳ ହୋଟେଲ ଦାୟିତ୍ୱରେ ମଧ୍ୟ ପୋଲିସ ମୁତୟନ ରହିବେ ।
![hockey world cup](https://etvbharatimages.akamaized.net/etvbharat/prod-images/17468250_hjfsjfn.jpg)
ସେହିପରି କଳିଙ୍ଗ ଷ୍ଟାଡିୟମରେ ନିୟୋଜିତ ହେବେ ୬ ଅତିରିକ୍ତ ଡିସିପି, ୧୪ ଏସପି, ୩୧ ଇନ୍ସପେକ୍ଟର ଓ ୨୩ ପ୍ଲାଟୁନ ଫୋର୍ସ । ଏହା ସହ ଓଡ୍ରାଫ, ଅଗ୍ନିଶମର ଟିମ ସହ ବସ ସ୍କ୍ୱାର୍ଡ ଓ ଆମ୍ବୁଲାନ୍ସ ରହିବ। ଅନ୍ୟପଟେ ଟ୍ରାଫିକ ଦାୟିତ୍ବ ରେ ୩ ଜଣ ଏସପି, ୬ ଜଣ ଇନ୍ସପେକ୍ଟର ଓ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ହକି ବେଳେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀମାନଙ୍କୁ ଏକ ସ୍ବତନ୍ତ୍ର ଖାକି ଲୋଗୋ ପ୍ରଦାନ କରାଯାଇଛି। ଯାହା ଫଳରେ ଦର୍ଶକ ମାନେ ସହଜରେ ଡ୍ୟୁଟି ରେ ଥିବା ପୋଲିସ କୁ ଜାଣି ପାରିବେ । ଷ୍ଟାଡିୟମ ଭିତରେ ଯେପରି ଦର୍ଶକଙ୍କ ଭିତରେ ଏକ ସ୍ବତନ୍ତ୍ର ସୁଟରେ ନଜର ଆସିବେ ପୋଲିସ କର୍ମଚାରୀ। ଟ୍ରାକସୁଟ ପିନ୍ଧି ମୁତୟନ ରହିବେ ପୋଲିସ। ଏହି ଅବସରରେ ଏକ ଡିଜିଟାଲ ଇନଫରମେନସନ ବୁକ ଲଞ୍ଚ କରାଯାଇଛି। ଯାହାଫଳରେ ଦର୍ଶକ ମାନେ କେଉଁଠି ପାର୍କିଂ କରିବେ କେଉଁ ଗେଟ ଯିବେ ସହଜରେ ଜାଣି ପାରିବେ।
ଏହାଛଡା ହେଲ୍ପଲାଇନ ନମ୍ବର ୭୩୭୭୭୭୦୦୭୦ ଜାରି କରାଯାଇଛି। ଯେଉଁଥିରେ ହ୍ବାଟସାପ କଲେ ଆପଣ ପ୍ରତ୍ୟେକ ଡିଟେଲ ପାଇ ପାରିବେ। ସେହି ପରି ଖେଳ ସମୟରେ ଦର୍ଶକଙ୍କ ପାଇଁ ଷ୍ଟାଡିୟମ ଭିତରକୁ ଛତା,ପାଓ୍ବାର ବ୍ୟାଙ୍କ,ସିଗାରେଟ,ଦିଆସିଲ,ଥଣ୍ଡା ଓ ପାଣିବୋତଲ ,ଛୁରୀ ସିରିଞ୍ଜ,ଖାଦ୍ୟପଦାର୍ଥ,ବାଣବା ଖୁଚୁରା କଏନ ଓ ବ୍ୟାଗ ଆଦି ଭିତରକୁ ପ୍ରବେଶ ନିଷେଧ ରହିଛି।
ଇଟିଭି ଭାରତ, ଭୁବନେଶ୍ବର