ETV Bharat / state

Hockey World Cup: ମତୁଆଲା କରିଛି ହକି, ଖେଳ ଦେଖିବା ଲାଗି ବୟସର ସୀମା ନାହିଁ

ହକି ହକି ଆଉ ହକି । ଏଫଆଇଏଚ ପୁରୁଷ ହକି ବିଶ୍ବକପ ନେଇ ଏବେ ସବୁଠି ଉତ୍ସାହ ଉତ୍କଣ୍ଠା । ରାତି ପାହିଲେ ହକି ରାତି ହେଲେ ହକି । ହକି ପ୍ରେମରେ ପଡିଛନ୍ତି ସଭିଏଁ । ଏହାରି ଭିତରେ ଜଣେ ବୃଦ୍ଧ ହକି ମ୍ୟାଚ ଦେଖିବାକୁ ଆସିବା ଚର୍ଚ୍ଚାର ବିଷୟ ହୋଇଛି । ଅଧିକ ପଢନ୍ତୁ

oldman came to watch hockey match
Hockey World Cup
author img

By

Published : Jan 17, 2023, 3:41 PM IST

Hockey World Cup

ଭୁବନେଶ୍ବର: ହାତରେ ମ୍ୟାଚ ଟିକଟ । ଗାଲରେ ତ୍ରିରଙ୍ଗା ଚିତ୍ର । ବୟସ 85 ଛୁଇଁଲାଣି । ଅଣ୍ଟା ନଇଁ ଗଲାଣି । ହେଲେ ଖେଳ ପ୍ରତି ଭଲପାଇବା ସେମିତି ସତେଜ । ବୟସରେ ଅପରାହ୍ନରେ ପହଞ୍ଚିଲେ ବି ହକି ପ୍ରେମ ଟିକେ ବି କମିନାହିଁ । ପୂର୍ଣ୍ଣଚନ୍ଦ୍ର ବାଗ ନାମକ ଜଣେ ଦର୍ଶକ ଭୁବନେଶ୍ବରରେ ହକି ମ୍ୟାଚ ଦେଖିବାକୁ ଆସିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ।

ବୟସକୁ ପଛରେ ପକାଇ ଦେଇଛି ହକି ପ୍ରେମ । ହକି ଖେଳର ମତୁଆଲା ହୋଇଛନ୍ତି କେନ୍ଦୁଝର ଜିଲ୍ଲାର ପୂର୍ଣ୍ଣଚନ୍ଦ୍ର ବାଗ । ବାର୍ଦ୍ଧକ୍ୟ ବୟସରେ ହକି ମ୍ୟାଚ ଦେଖିବାକୁ ଆସିଛନ୍ତି ପୂର୍ଣ୍ଣଚନ୍ଦ୍ର । ୮୫ ବର୍ଷ ହୋଇଥିବା ସତ୍ତ୍ବେ କେନ୍ଦୁଝରରୁ ଗାଡି କରି ଷ୍ଟାଡିୟମ ଆସିଛନ୍ତି । ତାଙ୍କ କହିବା ଅନୁଯାୟୀ, ପୂର୍ବରୁ ଗାଁ ମାନଙ୍କରେ ଏକ ବାଉଁଶ ବାଡିରେ ପିଲାମାନେ ହକି ଖେଳନ୍ତି । କିନ୍ତୁ ଏବେ ଯୁଗ ପରିବର୍ତ୍ତନ ସହ ବହୁ ଆଧୁନିକ ଉପାୟ ଜରିଆରେ କ୍ରୀଡାବିତମାନେ ଖେଳୁଛନ୍ତି । ଓଡିଶାରେ ଖେଳ ହେଉଛି ବୋଲି ଭାରି ଗର୍ବ ଅନୁଭବ ହେଉଛି । ଆଶା କରୁଛି ଘରୋଇ ମାଟିରେ ଘରୋଇ ଦଳ ବିଜୟର ମୁକୁଟ ପିନ୍ଧିବ ବୋଲି କହିଛନ୍ତି ପୂର୍ଣ୍ଣଚନ୍ଦ୍ର ।

ସେପଟେ ଦେଶୀ ମାଟିରେ ବିଦେଶୀ ଫ୍ୟାନ ଦେଖିବାକୁ ମିଳିଛନ୍ତି । ବିଶ୍ବକପର ଦ୍ବିତୀୟ ସଂସ୍କରଣରେ ନିଜ ନିଜ ଦଳକୁ ଚିୟରଅଫ କରିବା ପାଇଁ ବହୁ ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ସମାଗମ ହୋଇଥିଲା । ବିଶ୍ବକପରେ ୧୬ଟି ଦେଶର ଖେଳାଳି ଅଂଶଗ୍ରହଣ କରିଥିବା ବେଳେ କଳିଙ୍ଗ ଷ୍ଟାଡିୟମରେ ସୋମବାର ୨ଟି ମ୍ୟାଚ ଖେଳା ଯାଇଥିଲା । ତେବେ ଭାରତ ମ୍ୟାଚ ଲାଗି ଟିକଟ ମିଳୁ ନଥିବାରୁ ବିଦେଶୀ ଦଳ ଅଷ୍ଟ୍ରେଲିଆ ଦଳକୁ ସମର୍ଥନ କରିଛନ୍ତି ଯାଜପୁରବାସୀ ସିଦ୍ଧାର୍ଥ କୁମାର ହାଲି । ଅନଲାଇନରେ ବାରମ୍ବାର ଟିକେଟ କାଟୁ ଥିଲେ ମଧ୍ୟ ଟିକେଟ ହୋଇନଥିବାରୁ ଯେଉଁ ଦିନ ମିଳିଲା ସେଥିରେ ମ୍ୟାଚର ଭରପୁର ଉପଭୋଗ କରିବାକୁ ଆସିଥିବା କହିଛନ୍ତି ଦର୍ଶକ ।

ଏହା ବି ପଢନ୍ତୁ....ରେଳମନ୍ତ୍ରୀ ଜୀବନ ରକ୍ଷା ପଦକ ପାଇଲେ RPF ସୁବ୍ରତ କୁମାର ମହାରଣା

ଅନ୍ୟପକ୍ଷେ ୪ ବିଦେଶୀ ଦଳର ମ୍ୟାଚ ଥିବା ବେଳେ ବିଦେଶୀ ପର୍ଯ୍ୟଟକ ନିଜ ନିଜ ଟିମର ଖେଳାଳିଙ୍କର ମନୋବଳ ବଢାଇବା ଲାଗି ମ୍ୟାଚ ଆରମ୍ଭର ଦୁଇ ଘଣ୍ଟା ପୂର୍ବରୁ ଷ୍ଟାଡିୟମର ଗେଟ ପାଖରେ ଛିଡା ହୋଇଥିଲେ । ଜଣେ ବିଦେଶୀ ହକି ପ୍ରେମୀ କହିଛନ୍ତି ଯେ, ମୁଁ ପ୍ରଥମ ଥର ଲାଗି ଭାରତ ଆସିଛି । ଆଉ ଭାରତରେ ଥିବା ଓଡିଶା ରାଜ୍ୟର ସାଉଁଟି ଥିବା ଅନୁଭତି ବହୁତ ନିଆରା । ବିଦେଶ ଭଳି ଏଠାରେ ମଧ୍ୟ ପରିବେଶ ବହୁତ ସ୍ବଚ୍ଛ ରହିଛି । ରାସ୍ତା ଏବଂ କାନ୍ଥବାଡରେ ହୋଇଥିବା ଚିତ୍ର କିଛି ବୁଝି ହେଉ ନଥିଲେ ମଧ୍ୟ ଦେଖିବାକୁ ଭଲ ଲାଗୁଛି । ମୁଁ ଜର୍ମାନୀରୁ ଆସିଛି ଏବଂ ପ୍ରଥମ ଥର କରି ହକି ବିଶ୍ବକପର ଭବ୍ୟ ଆୟୋଜନ ଦେଖି ବହୁତ ଖୁସି ଲାଗୁଛି । ଏଥର ବିଶ୍ବକପରେ 2ଟି ଦଳକୁ ସମର୍ଥିନ କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.