ଭୁବନେଶ୍ବର: ଭାରତୀୟ ହକି ଦଳ ସୁନାର ଚଢେଇ । ସେବେ ହଜିଥିଲା ଏବେ ପୁଣି ତାର ଜଲୱା ଦେଖାଇଛି । ଏମିତି କିଛି କହିଛନ୍ତି ହକି ଲିଜେଣ୍ଡ ଅବତାର ସିଂ ସୋହଲ । ଭୁବନେଶ୍ବର ଓ ରାଉରକେଲାରେ ଏଫଆଇଏଚ ପୁରୁଷ ହକି ବିଶ୍ବକପ ଜାରି ରହିଛି । ଏହାକୁ ନେଇ ସବୁଠି ଉତ୍ସାହ । ହକି ଦେଖିବାକୁ ଶିଖ୍ ୟୁନିୟନ କ୍ଲବର ଆସିଥିବା 5 ଜଣିଆ ହକି ଲିଜେଣ୍ଡ ଆଗାମୀ ମ୍ୟାଚ ପାଇଁ ଭାରତକୁ ଶୁଭେଚ୍ଛା ଦେବା ସହ ଭାରତୀୟ ହକି ଦଳକୁ ସୁନାର ଚଢେଇ ବୋଲି କହିଛନ୍ତି ।
ଆଜି କମ୍ପିବ କଳିଙ୍ଗ । ରାତି 7ଟାରେ ମୁହାଁମୁହିଁ ହେବେ ଭାରତ ଓ ୱେଲ୍ସ । ମ୍ୟାଚ ନେଇ ହକିପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ଏହି ମ୍ୟାଚ ଦେଖିବା ପାଇଁ ଓଡ଼ିଶାରେ ପହଞ୍ଚିଛନ୍ତି ଶିଖ୍ ୟୁନିୟନ କ୍ଲବ । ଯାହାକି କେନିଆର ଏକ ଚର୍ଚ୍ଚିତ କ୍ଲବ୍ । ଯେଉଁଠି ପ୍ରସ୍ତୁତ ହୋଇଛନ୍ତି ୨୮ଜଣ ହକି ଅଲମ୍ପିଆନ ଖେଳାଳି । ତାଙ୍କ ସହ ସାକ୍ଷାତକାରରେ ସେ ଭାରତୀୟ ଦଳକୁ ସୁନାର ଚଢେଇ କହିଛନ୍ତି । ଏହା ସହ ଆଗାମୀ ମ୍ୟାଚ ପାଇଁ ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।
ଭାରତୀୟ ହକି ଟିମକୁ ନେଇ ପ୍ରଶଂସା ମଧ୍ୟ କରିଥିଲେ । ଆଗରୁ ଭାରତୀୟ ଟିମ୍ ଆଗରୁ ଲୁଚିଥିଲା ଏବେ ପୁଣି ବାହାରକୁ ଆସିଛି । ଭାରତୀୟ ହକି ଖେଳାଳି ଖେଳ ଓ ଖେଳାଳିଙ୍କ ମଧ୍ୟରେ ଜୋସ ଜବରଦସ୍ତ ରହିଛି । ଏଥିପାଇଁ ଭାରତ ମ୍ୟାଚ ଦେଖିବା ପାଇଁ ଓଡ଼ିଶା ଆସିଛନ୍ତି । ବିଶେଷ କରି ଭାରତୀୟ ଟିମକୁ ସପୋର୍ଟ କରିବାକୁ ସେମାନେ ଆସିଛନ୍ତି । FIH ସହିତ ଅନୁବନ୍ଧିତ ହୋଇ ୧୦ଜଣ ଶିଖ ୟୁନିୟନର କ୍ଲବର ସଦସ୍ୟ ପହଞ୍ଚିଛନ୍ତି । ଭାରତୀୟ ହକି ଟିମ ସ୍ବର୍ଣ୍ଣ ପଦକ ଜିତିବ ବୋଲି ଆଶା କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କୁ କଲେ ପ୍ରଶଂସା: ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ଶିଖ ୟୁନିୟନ କ୍ଲବ ଲିଜେଣ୍ଡ । ସିଏମ ଏଠି ଭଲ କାମ କରୁଛନ୍ତି । ଏନେଇ ଇଟିଭି ଭାରତ ଜରିଆରେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଆମର ଧନ୍ୟବାଦ । ବହୁତ ବଢିଆ କାମ ହେଉଛି । ହକିର ଏଠାର ବହୁତ ଅଗ୍ରଗତି ହେଉଛି । ବହୁତ ସୁନ୍ଦର ଆୟୋଜନ ହୋଇଛି। ଲୋକଙ୍କ ମଧ୍ୟରେ କ୍ରେଜ ରହିଛି। ଆଗରୁ ମଧ୍ୟ ୨୦୧୮ବିଶ୍ବକପ ସମୟରେ ଓଡିଶା ଆସିଥିଲୁ । ସେତେବେଳେ ମଧ୍ୟ ଭଲ ଆୟୋଜନ ହୋଇଥିଲା । ଏବେ ମଧ୍ୟ ବହୁତ ବଢିଆ ଆୟୋଜନ ହୋଇଛି । ଦୁଇ ଦୁଇ ଥର ବିଶ୍ବକପ୍ ଆୟୋଜନ କରିବା ହକି ଖେଳାଳିଙ୍କ ପାଇଁ ଶୁଭ ଖବର । ନୂଆପିଢିଙ୍କ ପାଇଁ ଏହା ଏକ ସୁଯୋଗ । ହକି ପୁଣି ଫେରିବା ଭାରତ ପାଇଁ ଗର୍ବ ।
ପ୍ରକାଶ ଥାଉକି, ଓଡିଶାରେ ଜାନୁଆରୀ 13 ତାରିଖରୁ ଏଫଆଇଏଚ ପୁରୁଷ ହକି ବିଶ୍ବକପ ଅନୁଷ୍ଠିତ ହୋଇଛି । ମୋଟ 16ଟି ଏଥିରେ ଅଂଶ ଗ୍ରହଣ କରିଛନ୍ତି । ସମସ୍ତ ଟିମକୁ 4ଟି ପୁଲରେ ଭାଗ କରାଯାଇଛି । ଭାରତ ପୁଲ-ଡିରେ ରହିଛି । ଭାରତ ଦୁଇଟି ମ୍ୟାଚ ଖେଳି ଗୋଟିଏରେ ବିଜୟ ହାସଲ କରିଥିବାବେଳେ ଗୋଟିଏ ଡ୍ର ହୋଇଛି । ଆଜି ୱେଲ୍ସ ସହ ଭାରତର ମ୍ୟାଚ ରହିଛି ।
ଇଟିଭି ଭାରତ, ଭୁବନେଶ୍ବର