ETV Bharat / state

ଖଣ୍ଡଗିରି-ଉଦୟଗିରି ମହୋତ୍ସବ ମଜା ଉଠାଉଛନ୍ତି ପର୍ଯ୍ୟଟକ, ବାବାଙ୍କ ପାଖରେ ଜମୁଛି ଭିଡ

author img

By

Published : Feb 3, 2023, 9:31 PM IST

ଜମୁଛି ଖଣ୍ଡଗିରି ମେଳା । ଆଜି ସପ୍ତମ ଦିନ ହୋଇଥିବା ବେଳେ ଖଣ୍ଡଗିରି ସାଧୁ ସନ୍ଥଙ୍କ ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଉଛି ପୁରା ପରିବେଶ । ଅଧିକ ପଢନ୍ତୁ

historical khandagiri kumbha  mela
historical khandagiri kumbha mela
historical khandagiri kumbha mela

ଭୁବନେଶ୍ବର: ରାଜଧାନୀରେ ଜମୁଛି ଖଣ୍ଡଗିରି ମେଳା। ସନ୍ଧ୍ୟା ହେଲେ କୁମ୍ଭ ମେଳାରେ ଲାଗୁଛି ଖଚାଖଚ ଭିଡ। ଆଜି ସପ୍ତମ ଦିନ ହୋଇଥିବା ବେଳେ ସାଧୁ ସନ୍ଥଙ୍କ ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି ପରିବେଶ । ଆଉ ମାଘ ମେଳାକୁ ଆସିଥିବା ନାଗା ବାବା ଙ୍କ ପାଖରେ ଆଶୀର୍ବାଦ ପାଇଁ ଲାଗୁଛି ଭକ୍ତ ଭିଡ। କିଏ ମନର କଥା ଜଣାଉଛି ତ କିଏ ଦୁରାରୋଗର ଦୂରୀକରଣ ପାଇଁ ଆସୁଛି ତ ଆଉ କିଏ ବାବା ଙ୍କ ଠାରୁ ବିଭୂତି ନେଇ ଫେରୁଛି। କାରଣ ମାଘ ମେଳା ରେ ରାଜ୍ୟ ସମେତ ରାଜ୍ୟ ବାହାରରୁ ସାଧୁସନ୍ଥମାନେ ଖଣ୍ଡଗିରିରେ ଆସି ନିଜ ନିଜର ପରାକାଷ୍ଠା ଦେଖାଉଛନ୍ତି। ବିଭିନ୍ନ ମୁଦ୍ରା​ରେ ସେମାନେ ଧ୍ୟାନ କରୁଛନ୍ତି । ଧୂନୀ ସ୍ଥାପନ କରି, ଦୀପ ଜଳାଇ ସାଧୁ ସନ୍ଥମାନେ ଧ୍ୟାନ ମଗ୍ନ ରହିବା ସହ ବିଶ୍ୱର କଲ୍ୟାଣ ପାଇଁ ଜପ ତପ ଓ ଯଂଜ୍ଞ କରୁଛନ୍ତି। ଖାଲି ସେତିକି ନୁହେଁ ସନ୍ଧ୍ୟା ହେଲେ ଯେଭଳି ଲୋକଙ୍କ ଭିଡ ଜମୁଛି ସେହିପରି ସାଧୁ ମାନଙ୍କର ବିଶ୍ୱର କଲ୍ୟାଣ ଦିଗରେ କରାଯାଉଥିବା ସଂକୀର୍ତନ, ହରିନାମ ଶଙ୍ଖ ଓ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହେଉଛି ପୁରା ପରିବେଶ ।

ତେଣୁ ବାବାଙ୍କର ଟିକିଏ ଦର୍ଶନ ସହ ତାଙ୍କ କୃପା ଲାଭ କରିବା ବା ସେମାନଙ୍କ ପକ୍ଷରେ ଥିବା ଅଲୌକିକ ଶକ୍ତିର ର ଭାଗୀଧାରିଣୀ ହେବା ପାଇଁ ବିଭିନ୍ନ ରାଜ୍ୟରୁ ଆସିଥିବା ନାଗା ବାବା ଙ୍କ ପାଖରେ ଜମୁଛି ଭକ୍ତ ଙ୍କ ଭିଡ । ଲମ୍ବା ଧାଡିରେ ଭକ୍ତ ମାନେ ଛିଡା ହୋଇ ବିଭୂତି ଲଗାଇ ନେଉଛନ୍ତି ଆର୍ଶୀବାଦ। ଷ୍ଟାଣ୍ଡିଙ୍ଗ ବାବା,ବିଭୁତି ବାବା ,ବୁଲେଟ ବାବା ଡାକ୍ତର ବାବା ପୂର୍ବପରି ଆସିଥିବା ବେଳେ ଏଥର କିନ୍ତୁ ଆମ ଓଡ଼ିଶାର ଆର୍ତତ୍ରାଣ ବାବା ଙ୍କ ପକ୍ଷରେ ଲୋକ ଭିଡ ଦେଖିବାକୁ ମିଳିଛି। ସେ ଖଣ୍ଡଗିରି ତପ ଭୂମି ଆସିବା ମାତ୍ରେ ଲାଗୁଛି ଲମ୍ବା ଧାଡି। ବାବା ଯାହାକୁ ଛୁଇଁ ଦେଉଛନ୍ତି ତାର ଦେହ ଭଲ ହେଇଯାଉଛି । ତେଣୁ ବାବାଙ୍କ ସାନିଧ୍ୟ ପାଇବା ପାଇଁ ଦୂରଦୂରାନ୍ତରୁ ଲୋକଙ୍କ ଲମ୍ବା ଲାଇନ ଲାଗିଛି ।

ଅନ୍ୟପଟେ ଦୁଇ ବର୍ଷ କୋଭିଡ ପରେ ଏହି ବାବା ମାନେ ଖଣ୍ଡଗିରି ତପ ଭୂମିକୁ ଆସିଥିବାରୁ ବେଶ୍ ଖୁସି ଥିବା ବେଳେ ଲୋକଙ୍କୁ ଆଶୀର୍ବାଦ ଦେଉଛନ୍ତି । ସେପଟେ ଯାତ୍ରା ପେଣ୍ଡାଲ, ଦୋଳି ଖେଳ, ହାଟବଜାର ପିଣ୍ଡି ରେ ହେଉଥିବା ବ୍ୟବସାୟୀ କୁ ନେଇ ଖଣ୍ଡଗିରି ମେଳାରେ ପ୍ରତିଦିନ ଜମୁଛି କାହିଁରେ କେତେ ଭିଡ଼। ମୀନା ବଜାର ସାଙ୍ଗକୁ ଟାଟୁ ଦୋକାନ ,ଭଳିକି ଭଳି ରଙ୍ଗୀନ ଫୁଲ ଦୋକାନ ବାଉଁଶ ତିଆରି ଓ ମାଟିରେ ତିଆରି ଘର କରଣ ଜିନିଷ ରେ ଝଟକୁଛି ଖଣ୍ଡଗିରି ମେଳା । ତେଣୁ ଲୋକ ମାନେ କିଣା କିଣି କରିବା ପାଇଁ ବେଶ ଭିଡ ଜମାଉଛନ୍ତି । ଯାହାକୁ ନେଇ ପୁରା ଖଣ୍ଡଗିରି ପାହାଡ ଠାରୁ ଆରମ୍ଭ କରି ଟ୍ରାଫିକ ଚକ ପର୍ଯ୍ୟନ୍ତ ଲୋକଙ୍କର ଭିଡ ଲାଗିଛି । ସେହିପରି ମେଳାରେ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା ରହିଛି । ମୋଟାମୋଟି ଭାବରେ କହିବାକୁ ଗଲେ ଚଳିତ ବର୍ଷ କୁମ୍ଭ ମେଳା ବିନା କଟକଣ ରେ ହେଉଥିବାରୁ ରାଜ୍ୟର କୋଣ ଅନୁକୋଣରୁ ଆସି ଭିଡ ଜମାଉଛନ୍ତି ବାବାଙ୍କ ଆଶୀର୍ବାଦ ସହ ବୁଲାବୁଲି ଓ କିଣାକିଣି ପାଇଁ । ଯାହା କେବଳ ରାଜଧାନୀବାସୀ ନୁହେଁ ପୁରା ରାଜ୍ୟ ପାଇଁ ଖୁସି ଆଣିଦେଇଛି ।

ଅନ୍ୟପଟେ ଏହି ପବିତ୍ର କୁମ୍ଭ ମେଳାରେ ଜମୁଛି ଖଣ୍ଡଗିରି-ଉଦୟଗିରି ମହୋତ୍ସବ। ତିନି ଦିନ ଧରି ମହୋତ୍ସବ ହେବାକୁ ଥିବା ବେଳେ ଦ୍ୱିତୀୟ ସନ୍ଧ୍ୟାରେ ପପୁ ପମ୍‌ପମ୍‌ଙ୍କ ମଜାଳିଆ ଗୀତ ‘ପେଗ୍‌ ବଢ଼େଇ ଦେ’ ଓ ଦୀପ୍ତିରେଖାଙ୍କ ‘ତୋର ହାଲ୍‌କା ହାଲ୍‌କା ହସ, ମୋତେ ମାରିଦେଲା ରେ’ ଭଳି ଅନେକ ଗୀତରେ ଝୁମିଥିଲେ ଦର୍ଶକ । ଏହାସହ ଆଧୁନିକ ଗୀତରେ ରାଉରକେଲା ଆର୍‌ଡିଏକ୍ସ ଗ୍ରୁପ୍‌ର ଧମାକାଦାର ନୃତ୍ୟ ଦର୍ଶକଙ୍କୁ ମତୁଆଲା କରିଥିଲା। ଶୀତୁଆ ସନ୍ଧ୍ୟାରେ ଖଣ୍ଡଗିରି-ଉଦୟଗିରି ମହୋତ୍ସବ ଥିବା ବେଳେ ମେଳା ସାଙ୍ଗକୁ ନାଚ ଗୀତର ମଜା ନେଇଥିଲେ ଉପସ୍ଥିତ ଦର୍ଶକ ଓ ପର୍ଯ୍ୟଟକ। ଖଣ୍ଡଗିରିସ୍ଥିତ ଓଟିଡିସି ପାନ୍ଥିକା ପରିସରରେ ଭୁବ‌ନେଶ୍ବର ସାଂସ୍କୃତିକ ପରିଷଦ ଓ ଅନୁଷ୍ଠାନ କଲ୍ୟାଣ ଆନୁକୂଲ୍ୟରେ ଆୟୋଜିତ ଏହି ମହୋତ୍ସବରେ ହସ, ଗୀତ, ନାଚକୁ ଦର୍ଶକମାନେ ମଜା ଉଠାଇଥିଲେ। ତେଣୁ ଖଣ୍ଡଗିରି ମେଳାରେ ବାବାଙ୍କ ସାନିଧ୍ୟ ସହ ସଂସ୍କୃତିକ କାର୍ଯ୍ୟକ୍ରମ ମଜା ନେଇଛନ୍ତି ରାଜଧାନୀବାସୀ ସମେତ ଅନ୍ୟ ପର୍ଯ୍ୟଟକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.