ETV Bharat / state

ଓଡ଼ିଶାରେ ନାହିଁ ଧର୍ମକୁ ନେଇ ଭୋଟ ରାଜନୀତି, ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ଉପରେ ନେତାଙ୍କ ନଜର ପଡୁନି

ଭୁବନେଶ୍ବରରେ ଶିକ୍ଷାବିତ, ସାଧୁ ଓ ବୁଦ୍ଧିଜୀବୀଙ୍କ ୩୬ ତମ ଧର୍ମ ସମ୍ମିଳନୀ । ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ ଦାବିରେ ଝାଞ୍ଜ ଓ ମାର୍ଦଳ ପିଟି ପ୍ରତିବାଦ । ଅଧିକ ପଢ଼ନ୍ତୁ

ଭୁବନେଶ୍ୱରରେ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ତାତି

author img

By

Published : Mar 10, 2023, 10:49 PM IST

ଭୁବନେଶ୍ୱରରେ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ତାତି

ଭୁବନେଶ୍ବର: ରାଜଧାନୀରେ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ତାତି । ସିବିଆଇ ତଦନ୍ତ ଦାବିରେ ଝାଞ୍ଜ ଓ ମାର୍ଦଳ ପିଟି ପ୍ରତିବାଦ । ଏକାଠି ହେଲେ ହଜାରରୁ ଅଧିକ ଧର୍ମରକ୍ଷାକାରୀ କର୍ମୀ । ଶିକ୍ଷାବିତ, ସାଧୁ ଓ ବୁଦ୍ଧିଜୀବୀଙ୍କ ୩୬ ତମ ଧର୍ମ ସମ୍ମିଳନୀରେ ଏନେଇ ଦିବ୍ୟଜ୍ୟୋତି ଜାଳି ଘଟଣାର ସିବିଆଇ ତଦନ୍ତ ପାଇଁ କରିଛନ୍ତି ଦାବି । ଗତ ୨୩ ଅଗଷ୍ଟ ୨୦୦୮ ମସିହାରେ ଅତି ନିର୍ମମ ଭାବେ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ଶାସକ ଦଳର ଜଣେ ରାଜ୍ୟସଭା ସାଂସଦଙ୍କ ଷଡଯନ୍ତ୍ର ଲିଙ୍କ୍ ରହିଥିବହା ଚର୍ଚ୍ଚା ହୋଇଥିଲା ।

ଏନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଶିକ୍ଷାବିତ, ସାଧୁ ଓ ବୁଦ୍ଧିଜୀବୀ । ଧର୍ମକୁ ନେଇ ଓଡ଼ିଶାରେ ଭୋଟ ରାଜନୀତି ନଥିବାରୁ ଏନେଇ ରାଜନୈତିକ ଦଳ ଚୁପ ଥିବା ଅଭିଯୋଗ ଆଣିଛନ୍ତି ଦେବାଶିଷ ହୋତା । ସେ କହିଛନ୍ତି, "ଏଠାରେ ଧର୍ମାନ୍ତରୀକରଣ ନାମରେ ହିଂସାକାଣ୍ଡ ଘଟାଉଛନ୍ତି । ଷଡଯନ୍ତ୍ରକାରୀଙ୍କୁ ସୁରକ୍ଷା ଦିଆଯାଉଛି । ୧୯୯୯ ମସିହା ଗ୍ରାହାମଷ୍ଟେନ ହତ୍ୟାକାଣ୍ଡର ତ୍ଵରିତ ପଦକ୍ଷେପ ନିଆଯାଇଥିବା ବେଳେ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡରେ କାହିଁକି ନଜର ପଡୁନାହିଁ ରାଜନୈତିକ ନେତାଙ୍କର । ଜବରଦସ୍ତି ଧର୍ମାନ୍ତରୀକରଣ ଏକ ଆଇନତଃ ଅପରାଧ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ କ୍ଷୋଭ ରହିଛି । ଏହାକୁ ବିରୋଧ କରୁଛନ୍ତି କନ୍ଧମାନେ ।" ଏହି ଆକ୍ରୋଶ ରଖି ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କୁ ଷଡଯନ୍ତ୍ରକାରୀ ହତ୍ୟା କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।

ସେ ଆହୁରି କହିଛନ୍ତି, "ସମ୍ବିଧାନ ସୁରକ୍ଷା ହେଉଛି ସମସ୍ତଙ୍କର ଦାବି । ଯଦି ହିନ୍ଦୁଟିଏ ହତ୍ୟା ହେଲା ଯେଉଁମାନେ ହତ୍ୟାକାରୀ, ସେମାନଙ୍କୁ ଗିରଫ କରାଗଲା ନାହିଁ । ଅଥଚ ଖ୍ରୀଷ୍ଟିଆନ ଗ୍ରାହାମଷ୍ଟେନ ହତ୍ୟାରେ ଦାରା ସିଂକୁ ଗିରଫ କରାଯାଉଛି । ଗଜପତି, କନ୍ଧମାଳ ଓ ରାୟଗଡା ଜିଲ୍ଲା ଭଳି ଜଳେଶପଟ୍ଟାରେ ମଧ୍ୟ ଲୋକଙ୍କ ଆକ୍ରୋଶ ରହିଛି । ଓଡ଼ିଶାରେ ୯୦ ପ୍ରତିଶତ ହିନ୍ଦୁ ରହିଛନ୍ତି । ତେଣୁ ତାଙ୍କର କ୍ଷୋଭ ରହିଛି । ଏପରି ଧର୍ମାନ୍ତରୀକରଣକୁ ନେଇ ଯେପରି ଷଡ଼ଯନ୍ତ୍ର ଚାଲିଛି ଏନେଇ ଜନ ଅସନ୍ତୋଷ ତେଜିଛି । ଲୋକଙ୍କ ମନରେ ଆକ୍ରୋଶ ଭରୁଛି । ଏହା ଏକ ଜନଜାଗରଣ ତେଜିଛି । ଯାହାକି ଆଗାମୀ ଦିନରେ ଭୟଙ୍କର ରୂପ ନେଇପାରେ ।" ତେଣୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅବଗତି ପାଇଁ ଏଭଳି ଧର୍ମସମ୍ମିଳନୀ କରି ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରି ତୁରନ୍ତ ଷଡଯନ୍ତ୍ରକାରୀଙ୍କୁ ଗିରଫ ଦାବି କରିଛନ୍ତି ଧର୍ମରକ୍ଷାକାରୀ କର୍ମୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.