ETV Bharat / state

ଖାଲି ପଡ଼ିଲା ଲକ୍ଷାଧିକ ସିଟ୍‌, ୟୁଜି ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ

author img

By ETV Bharat Odisha Team

Published : Sep 2, 2023, 7:20 PM IST

ଯୁକ୍ତ ୩ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ରାଜ୍ୟରେ ଖାଲି ପଡ଼ିଛି ୧ ଲକ୍ଷ ୧୧ ହଜାର ଆସନ । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ବ୍ୟାପକ ସିଟ୍‌ ବଳିବା ପରେ ୟୁଜି ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଥମ ପର୍ଯ୍ୟାୟରେ ଆବେଦନ କରିନଥିବା ଆଶାୟୀ ଆବେଦନ କରିପାରିବେ । ପ୍ରଥମ ପର୍ଯ୍ୟାୟରେ ଆବେଦନ କରି ସିଟ୍ ପାଇନଥିଲେ ଆବେଦନ କରିପାରିବେ । ତେବେ ସେପ୍ଟେମ୍ବର ୪ ତାରିଖରୁ ୧୩ ତାରିଖ ମଧ୍ୟରେ ଅନଲାଇନରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହା ସହ ସେପ୍ଟେମ୍ବର ୨୩ ତାରିଖରୁ ୨୬ ତାରିଖରେ ହେବ ନାମଲେଖା । ସୂଚନା ଅନୁଯାୟୀ, ୨୦୨୩-୨୪ ଶିକ୍ଷାବର୍ଷ ଲାଗି ସ୍ନାତକ ବା ଯୁକ୍ତ ୩ ନାମଲେଖା ଶେଷ ହୋଇଛି । ୪ର୍ଥ ରାଉଣ୍ଡ ପରେ ମଧ୍ୟ ରାଜ୍ୟରେ ୧ ଲକ୍ଷ ୧୧ ହଜାର ଆସନ ଖାଲିପଡ଼ିଛି । ରାଜ୍ୟରେ ଏତେ ସଂଖ୍ୟକ ଆସନ ବଳକା ପଡ଼ିଥିବାରୁ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଆରମ୍ଭ ହୋଇଛି । ରାଜ୍ୟରେ ମୋଟ୍ ୧୦୪୬ ଡିଗ୍ରୀ ମହାବିଦ୍ୟାଳୟରେ ୨ ଲକ୍ଷ ୭୦ ହଜାର ୯୩୧ ଆସନ ରହିଛି । ୪ଟି ରାଉଣ୍ଡରେ ୧ ଲକ୍ଷ ୫୮ ହଜାର ୯୭୬ ଆସନରେ ନାମଲେଖା ସରିଛି ।

ଏହା ବି ପଢନ୍ତୁ- ୧୩ରୁ ଯୁକ୍ତ ତିନି ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ

ଏବେ ବି ୧ ଲକ୍ଷ ୧୧ ହଜାର ୯୫୫ ଟି ଆସନ ଖାଲିପଡ଼ିଛି। ଖାଲିଥିବା ଆସନରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କୁ ପୁଣିଥରେ ସୁଯୋଗ ଦିଆଯାଇଛି । ଯୁକ୍ତ ଦୁଇ ଭଳି ଯୁକ୍ତ ତିନିରେ ମଧ୍ୟ ବଳକା ଆସନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା କରାଯିବ । ତେବେ ପ୍ରଥମ ପର୍ଯ୍ୟାୟର ନାମଲେଖା ଗତ ଜୁଲାଇ ୧୫ ତାରିଖରୁ ଯୁକ୍ତ ତିନି ନାମଲେଖା ଆରମ୍ଭ ହୋଇଥିଲା । ୪ଟି ରାଉଣ୍ଡର ନାମଲେଖା ଗତ ୨୮ରେ ଶେଷ ହୋଇଛି ।

ବର୍ତ୍ତମାନ ଖାଲିଥିବା‌ ୧ ଲକ୍ଷ ୧୧ ହଜାର ୯୫୫ଟି ଆସନ ମଧ୍ୟରୁ କଳାରେ ୪୯ ହଜାର ୨୪୨, ଫିଜିକାଲ ସାଇନ୍ସରେ ୨୬ ହଜାର ୫୨୬, ବାୟୋଲୋଜିକାଲ ସାଇନ୍ସରେ ୧୨ ହଜାର ୩୬୭, ବାଣିଜ୍ୟରେ ୧୭ ହଜାର ୭୭, ସେଲ୍ଫ ଫାଇନାନ୍ସିଂରେ ୯୮୭ ଏବଂ ସଂସ୍କୃତରେ ୫ ହଜାର ୭୫୬ ଆସନ ଖାଲି ରହିଛି । ପ୍ରକାଶଥାଉ କି, ଗତବର୍ଷ ରାଜ୍ୟରେ ୧୦୨୩ଟି ଡିଗ୍ରୀ କଲେଜରେ ମୋଟ ୨,୫୨,୦୧୩ ଟି ସିଟ୍ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧,୬୧,୧୭୯ ଜଣ ନାମ ଲେଖାଇଥିଲେ । ଏହାପରେ ଖାଲି ପଡ଼ିଥିଲା ୯୦,୮୩୪ ସିଟ୍ । ଦ୍ବିତୀୟ ପର୍ଯ୍ୟାୟରେ ଏହି ଖାଲି ସ୍ଥାନ ପୂରଣ କରିବା ଲାଗି ବିଜ୍ଞପ୍ତି ପ୍ରକାଶ କରିଥିଲା ଉଚ୍ଚ ଶିକ୍ଷା ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.