ETV Bharat / state

ରାଜ୍ୟରେ ମାଳ ମାଳ ଦୁର୍ନୀତିଗ୍ରସ୍ତ ଅଧ୍ୟକ୍ଷ ଓ ଅଧ୍ୟାପକ, ଉଚ୍ଚଶିକ୍ଷା ବିଭାଗର ତଦନ୍ତ ନିର୍ଦ୍ଦେଶ

author img

By ETV Bharat Odisha Team

Published : Dec 20, 2023, 8:10 PM IST

Higher Education Department probes allegation: ବିଭିନ୍ନ କଲେଜର ଅଧ୍ୟାପକ ଓ ଅଧ୍ୟକ୍ଷଙ୍କ ବିରୋଧରେ ଆସିଛି ମାଳ ମାଳ ଅଭିଯୋଗ । ଉଚ୍ଚଶିକ୍ଷା ବିଭାଗର ତଦନ୍ତ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ରାଜ୍ୟରେ ମାଳ ମାଳ ଦୁର୍ନୀତିଗ୍ରସ୍ତ ଅଧ୍ୟକ୍ଷ ଓ ଅଧ୍ୟାପକ, ଉଚ୍ଚଶିକ୍ଷା ବିଭାଗର ତଦନ୍ତ ନିର୍ଦେଶ

ଭୁବନେଶ୍ବର: ପୁଣି ଅପବାଦ ମୁଣ୍ଡାଇଛି ଶିକ୍ଷାନୁଷ୍ଠାନ । ରାଜ୍ୟରେ ଉଚ୍ଚଶିକ୍ଷା ବିଭାଗ ସ୍କାନରରେ ଅନେକ ଅଧ୍ୟକ୍ଷ ଏବଂ ଅଧ୍ୟାପକ । ବିଭିନ୍ନ ଡିଗ୍ରୀ ଏବଂ ମହାବିଦ୍ୟାଳୟ କଲେଜରେ ଆସିଛି ଆର୍ଥିକ କାରବାର ଅନିୟମିତତା, ମାନସିକ ନିର୍ଯାତନା ଭଳି ବିଭିନ୍ନ ସାଙ୍ଘାତିକ ଅଭିଯୋଗ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ଏହି ସମସ୍ତ ଅଭିଯୋଗକୁ ତଦନ୍ତ କରିବା ପାଇଁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦେଇଛି ।

ଯାଜପୁରର ମାଧପୁର ଡିଗ୍ରୀ କଲେଜର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଦେବେନ୍ଦ୍ର କୁମାର ମିଶ୍ରଙ୍କ ଦ୍ଵାରା ମ୍ୟାନେଜମେଣ୍ଟ କର୍ମଚାରୀଙ୍କୁ ନିଯୁକ୍ତି ଏବଂ ମନଇଚ୍ଛା ଦରମା ବୃଦ୍ଧି କରାଯାଇଥିବା ଅଭିଯୋଗ ହୋଇଛି । ଏପରିକି ଅନେକ ସମୟରେ କଲେଜର ଉନ୍ନତିମୂଳକ କାର୍ଯ୍ୟ ପାଇଁ ଆସୁଥିବା ଅର୍ଥ ମଧ୍ୟ ହେରଫେର ହୋଇଥିବା ଅଭିଯୋଗ ଆସିଛି । ପୁରୀ କାକଟପୁର ମଙ୍ଗଳା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ୨୦୧୬ ମସିହାରେ ନିଯୁକ୍ତି ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କଲେଜରେ ଯୋଗଦେଇ ନାହାଁନ୍ତି । ଫଳରେ ପିଲାଙ୍କ ପାଠପଢା ବ୍ୟାଘାତ ଘଟିଛି । କଟକର କନ୍ଦରପୁର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସାରଦା ପ୍ରସନ୍ନ ମହାପାତ୍ରଙ୍କ ବିରୋଧରେ ଆସିଛି ଆର୍ଥିକ ଅନିୟମିତତାର ଅଭିଯୋଗ ।

ଯାଜପୁରର ଏନ୍ ସି କଲେଜର ଅଧ୍ୟକ୍ଷ ବି.ସି ଦାସ ବେଆଇନ ଭାବେ ବିଭିନ୍ନ କର୍ମଚାରୀଙ୍କୁ ଠିକାରେ ରଖିଛନ୍ତି । କଲେଜର ମହିଳା ହଷ୍ଟେଲ ଭିତରେ “ଗାୟତ୍ରୀ ଲଜ”କୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଛି । ଭୁବନେଶ୍ବରର ବିଜୁ ପଟ୍ଟନାୟକ ଯୁକ୍ତ ଦୁଇ ବିଜ୍ଞାନ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷ କଲେଜ ପାଣ୍ଠିର ଅପବ୍ୟବହାର କରିବାକୁ ନେଇ ଅଭିଯୋଗ ହୋଇଛି । ଯାଜପୁରର ବରୁଣେଶ୍ବର ମହାବିଦ୍ୟାଲୟର ବାଣିଜ୍ୟ ବିଭାଗର ଅଧ୍ୟାପକ ପିଲାଙ୍କୁ ନିଜ ପାଖରେ ପାଠ ପଢିବା ପାଇଁ ଧମକ ଚମକ ଦେବାର ଅଭିଯୋଗ ଆସିଛି ।

ଏହା ମଧ୍ୟ ପଢନ୍ତୁ ... ଏଣିକି ଉଚ୍ଚ ଶିକ୍ଷାନୁଷ୍ଠାନରେ UPSC କୋଚିଂ, ଉପକୃତ ହେବେ ଛାତ୍ରଛାତ୍ରୀ

କଟକର ଶ୍ରୀ ଶ୍ରୀ ଧବଳେଶ୍ବର ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଦିଲୀପ କୁମାର ନାୟକ କର୍ମ କ୍ଷେତ୍ରରେ ବିଭିନ୍ନ ସମୟରେ ମାନସିକ ନିର୍ଯାତନା, ଦୁଃବ୍ୟବହାର ଭଳି କଠୋର ଶବ୍ଦ ପ୍ରୟୋଗ କରୁଥିବା ଅଭିଯୋଗ ହୋଇଛି । ଏଭଳି କି ଭୁବନେଶ୍ବର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନରେ ଥିବା ୧୧ଟି କଲେଜର ଅଧ୍ୟକ୍ଷ ଏବଂ ଅଧ୍ୟାପକଙ୍କ ବିରୋଧରେ ହୋଇଛି ଅଭିଯୋଗ । ସେହି ଭଳି ଭାବରେ ବାଲେଶ୍ଵର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନରେ ଆସୁଥିବା କଲେଜ ଗୁଡ଼ିକର ମଧ୍ୟ ଅଧ୍ୟକ୍ଷ ଏବଂ ଅଧ୍ୟାପକଙ୍କ ବିରୋଧରେ ହୋଇଛି ଅଭିଯୋଗ । ତେବେ ଏହି ସମସ୍ତ ଅଧ୍ୟକ୍ଷ ଏବଂ ଅଧ୍ୟାପକଙ୍କ ବିରୁଦ୍ଧରେ ଥିବା ଅଭିଯୋଗକୁ ତଦନ୍ତ କରି ରିପୋର୍ଟ ଦେବାକୁ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.