ETV Bharat / state

ସ୍ନାତକ ନାମଲେଖା ପାଇଁ ମାର୍ଗଦର୍ଶିକା; ଯେକୌଣସି ତ୍ରୁଟି ପାଇଁ ଉଚ୍ଚଶିକ୍ଷାନୁଷ୍ଠାନ ଦାୟୀ

author img

By

Published : Jun 17, 2023, 11:00 PM IST

ସ୍ନାତକ ନାମଲେଖା ପାଇଁ ମାର୍ଗଦର୍ଶିକା ଜାରି କଲା ଉଚ୍ଚଶିକ୍ଷା ବିଭାଗ । ଯେକୌଣସି ତ୍ରୁଟି ପାଇଁ ଉଚ୍ଚଶିକ୍ଷାନୁଷ୍ଠାନ ଦାୟୀ । ନାମଲେଖା ପ୍ରକ୍ରିୟା ଉଲ୍ଲଙ୍ଘନକୁ ଗୁରୁତ୍ବର ସହ ନିଆଯିବ । ଜୁନ୍ ୧୯ ତାରିଖ ଅପରାହ୍ନ ୨ଟାରୁ SAMS (Student Academic Management System) ୱେବ୍‌ସାଇଟ୍‌ରେ ଅନଲାଇନ କମନ ଆପ୍ଲିକେସନ ଫର୍ମ ଉପଲବ୍ଧ ହେବ । ଅଧିକ ପଢ଼ନ୍ତୁ

ସ୍ନାତକ ନାମଲେଖା ପାଇଁ ମାର୍ଗଦର୍ଶିକା ଜାରି କଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର: ୨୦୨୩-୨୪ ଶିକ୍ଷାବର୍ଷରେ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଯୁକ୍ତ ତିନି ପାଠ୍ୟକ୍ରମରେ ନାମଲେଖା ପାଇଁ ଆସନ୍ତା ୧୯ରୁ ଆବେଦନ ଆରମ୍ଭ ହେବ । ଛାତ୍ରଛାତ୍ରୀମାନେ ଅନଲାଇନରେ ଆବେଦନ କରିବେ । ଆବେଦନ ପ୍ରକ୍ରିୟା ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଜାରି ହୋଇଥିବା ମାର୍ଗଦର୍ଶିକାରେ କୁହାଯାଇଛି ଯେ, ନାମଲେଖା ପ୍ରକ୍ରିୟାର ଉଲ୍ଲଙ୍ଘନକୁ ଗୁରୁତ୍ବର ସହ ବିଚାର କରାଯିବ । ଯେକୌଣସି ତ୍ରୁଟି ଦେଖାଦେଲେ ଏଥିପାଇଁ ଉଚ୍ଚଶିକ୍ଷାନୁଷ୍ଠାନ ଦାୟୀ ରହିବେ ।

ସ୍ନାତକ ନାମଲେଖା ପାଇଁ ମାର୍ଗଦର୍ଶିକା
ସ୍ନାତକ ନାମଲେଖା ପାଇଁ ମାର୍ଗଦର୍ଶିକା

ସେହିଭଳି ନାମଲେଖା ପାଇଁ SAMS ଲାବ୍‌, ଇଣ୍ଟରନେଟ୍‌, ପ୍ରିଣ୍ଟର୍‌, କମ୍ପ୍ୟୁଟର ଆଦି ପ୍ରସ୍ତୁତ ରଖିବାକୁ ସବୁ ଉଚ୍ଚ ଶିକ୍ଷାନୁଷ୍ଠାନକୁ ନିର୍ଦ୍ଦେଶ ଦିଆଯାଇଛି । କମନ ଆପ୍ଲିକେସନ ଫର୍ମ ଦାଖଲ ପରେ କୌଣସି ତ୍ରୁଟି ଥିଲେ ନିକଟସ୍ଥ SAMS ରିସୋର୍ସ ସେଣ୍ଟରକୁ ଯାଇ ଆବେଦନକାରୀ ସଂଶୋଧନ କରିପାରିବେ । ଯେଉଁ ଆବେଦନକାରୀଙ୍କ ଫର୍ମ ସ୍ବୟଂକ୍ରିୟ ଭାବେ ବୈଧ ହୋଇଯିବ, ସେମାନଙ୍କୁ SAMS ରିସୋର୍ସ ସେଣ୍ଟର (SRC)କୁ ଯିବାର ଆବଶ୍ୟକତା ନାହିଁ । ହେଲେ ଯେଉଁମାନଙ୍କ ସ୍ବୟଂକ୍ରିୟ ଭାବେ ଫର୍ମ ବୈଧ ନହେବ, ସେମାନଙ୍କୁ ଏଥିପାଇଁ SAMS ରିସୋର୍ସ ସେଣ୍ଟର ଯିବାକୁ ପଡ଼ିବ । ବିନା SRC ବୈଧତାରେ ଆପ୍ଲିକେସନ୍ ଫର୍ମକୁ ମନୋନୟନ ପ୍ରକ୍ରିୟା ପାଇଁ ବିଚାର କରାଯିବ ନାହିଁ । କୌଣସି ପ୍ରକାର ଅସଂଗତି ନଜରକୁ ଆସିଲେ, ଆବେଦନକାରୀଙ୍କୁ ନାମ ଲେଖାଇବାକୁ ଅନୁମତି ମିଳିବନି । ସର୍ବାଧିକ ନମ୍ବର ଏବଂ ହାସଲ କରିଥିବା ନମ୍ବର, ସଂରକ୍ଷଣ ବର୍ଗ, ୱେଟେଜ୍ ଆଦି କେତେକ କ୍ଷେତ୍ରରେ ଅମେଳ ରହିଲେ ମହାବିଦ୍ୟାଳୟ ଗୁଡ଼ିକ‌ ନାମଲେଖା ପାଇଁ ମନା କରିପାରିବେ । କାଉନସେଲିଂ ଭିତ୍ତିକ ଅନଲାଇନ ନାମଲେଖା ପ୍ରକ୍ରିୟା କାର୍ଯ୍ୟକାରୀ ହେବ ।

ସୂଚନାଯୋଗ୍ୟ, ଗତବର୍ଷ ଇ-ନାମଲେଖା ନିୟମ ବହୁ ଡିଗ୍ରୀ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟ ଉଲ୍ଲଙ୍ଘନ କରିଥିଲେ । ଏନେଇ ଉଚ୍ଚଶିକ୍ଷା ବିଭାଗ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା । ଇ-ନାମଲେଖାର ନିର୍ଦ୍ଦେଶାବଳୀକୁ ପାଳନ ନକରି ପିଲାଙ୍କ ନାମ ଲେଖାଇଥିବାରୁ ଏହି ନୋଟିସ ହୋଇଥିଲା । ଚଳିତଥର ଯେପରି ନାମଲେଖା ପ୍ରକ୍ରିୟାରେ କୌଣସି ତ୍ରୁଟି ନରୁହେ, ସେଥିପ୍ରତି ଗୁରୁତ୍ବ ଦିଆଯାଇଛି । ଉଚ୍ଚଶିକ୍ଷା ବିଭାଗର ସୂଚନା ଅନୁସାରେ, ଜୁନ୍ ୧୯ ତାରିଖ ଅପରାହ୍ନ ୨ଟାରୁ SAMS ୱେବସାଇଟରେ ଅନଲାଇନ୍ କମନ୍ ଆପ୍ଲିକେସନ୍ ଫର୍ମ ଉପଲବ୍ଧ ହେବ । ଜୁଲାଇ ୪ ତାରିଖ ରାତି ୧୧ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏଥିରେ ନାମଲେଖା ପାଇଁ ଆବେଦନ କରିପାରିବେ । ଜୁଲାଇ ୧୪ ଅପରାହ୍ନ ୨ଟାରେ ପ୍ରଥମ ରାଉଣ୍ଡ ସିଟ୍ ଆଲଟମେଣ୍ଟ ପ୍ରକାଶ ପାଇବ । ଜୁଲାଇ ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ମନୋନୀତ ଛାତ୍ରଛାତ୍ରୀ SAMS ପୋର୍ଟାଲ ମାଧ୍ୟମରେ ସ୍ଲାଇଡ୍ ସିଲେକ୍ସନ ଫ୍ରିଜ ଅପ୍‌ସନ ଫ୍ଲୋଟ ଏବଂ ନାମଲେଖା ପାଇଁ ଅନ୍‌ଲାଇନ୍ ପେମେଣ୍ଟ କରିପାରିବେ । ଜୁଲାଇ ୧୪ ତାରିଖ ସନ୍ଧ୍ୟା ୭ଟାରୁ ଜୁଲାଇ ୧୮ ତାରିଖ ରାତି ୧୧ଟା ୪୫ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ । ପ୍ରଥମ ରାଉଣ୍ଡ ମନୋନୟନ ପ୍ରକ୍ରିୟାରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ଜୁଲାଇ ୧୫ରୁ ୧୯ ତାରିଖ ମଧ୍ୟରେ ସେମାନଙ୍କୁ ମିଳିଥିବା ଶିକ୍ଷାନୁଷ୍ଠାନରେ ଉପସ୍ଥିତ ରହି ନାମ ଲେଖାଇବେ । ଏହା ମଧ୍ୟରେ କେବଳ ଜୁଲାଇ ୧୬ ତାରିଖ ରବିବାର ପାଇଁ ଛୁଟି ରହିବ । ଅନ୍ୟ ଦିନ ଗୁଡ଼ିକରେ ଛାତ୍ରଛାତ୍ରୀ ସେମାନଙ୍କୁ ମିଳିଥିବା ଶିକ୍ଷାନୁଷ୍ଠାନରେ ସକାଳ ୯ଟାରୁ ଅପରାହ୍ନ ୫ଟା ମଧ୍ୟରେ ଉପସ୍ଥିତ ରହି ନାମ ଲେଖାଇ ପାରିବେ । ସେହିପରି ଜୁଲାଇ ୨୭ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ ନୋଟିସ ପ୍ରକାଶ ପାଇବ । ତୃତୀୟ, ଚତୁର୍ଥ, ପଞ୍ଚମ ଓ ଷଷ୍ଠ ସିଟ୍ ଆଲଟମେଣ୍ଟ ନୋଟିସ ଯଥାକ୍ରମେ ଅଗଷ୍ଟ ୯, ଅଗଷ୍ଟ ୨୧, ସେପ୍ଟେମ୍ବର ୧ ଓ ସେପ୍ଟେମ୍ବର ୧୩ ତାରିଖରେ ପ୍ରକାଶ ପାଇବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.