ETV Bharat / state

ପ୍ରକାଶ ପାଇଲା ବାର୍ଷିକ ଉଚ୍ଚଶିକ୍ଷା କ୍ୟାଲେଣ୍ଡର, ଏଥର ବି ହେବନି ଛାତ୍ର ସଂସଦ ନିର୍ବାଚନ

author img

By ETV Bharat Odisha Team

Published : Sep 13, 2023, 10:15 AM IST

ଚଳିତ ବର୍ଷ ବି ହେବନି ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ । ଲଗାତାର ୬ଷ୍ଠ ବର୍ଷ ପାଇଁ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ନ କରିବାକୁ ନିଷ୍ପତ୍ତି ହୋଇଛି । ଚଳିତ ବର୍ଷର ଉଚ୍ଚ ଶିକ୍ଷା ବିଭାଗର ବାର୍ଷିକ କ୍ୟାଲେଣ୍ଡରରେ ନାହିଁ ନିର୍ବାଚନ ସମ୍ୱନ୍ଧୀୟ ତଥ୍ୟ ।

no student union election  this yea
no student union election this yea

ଭୁବନେଶ୍ୱର: ପ୍ରକାଶ ପାଇଲା ଚଳିତ ବର୍ଷର ଉଚ୍ଚ ଶିକ୍ଷା ବିଭାଗର ବାର୍ଷିକ କ୍ୟାଲେଣ୍ଡର । ଚଳିତ ବର୍ଷ ବି ହେବନି ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ । ଲଗାତାର ୬ଷ୍ଠ ବର୍ଷ ପାଇଁ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ନ କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆଜି(ବୁଧବାର) ପ୍ରକାଶିତ ବାର୍ଷିକ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ ପାଇଛି । ବାର୍ଷିକ ଶିକ୍ଷା କ୍ୟାଲେଣ୍ଡରରେ ନିର୍ବାଚନ ସମ୍ୱନ୍ଧରେ ଉଲ୍ଲେଖ କରାଯାଇନାହିଁ । ତେବେ ଏହି କ୍ୟାଲେଣ୍ଡରରେ କେଉଁ କେଉଁ ଦିନ ଛୁଟି ରହିବ, କେବେ ପରୀକ୍ଷା କରାଯିବ ଓ କେବେ ଅନ୍ୟାନ୍ୟ କାର୍ଯ୍ୟ କରାଯିବ ସେନେଇ ଉଲ୍ଲେଖ ରହିଛି । ମାତ୍ର ଏହି କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ । ଯେଉଁଥିରୁ ସ୍ପଷ୍ଟ ହୋଇଛି ଯେ ଏଥର ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ କରାଯିବନାହିଁ ।

ଅନ୍ୟପଟେ ପରୀକ୍ଷା ସମ୍ୱନ୍ଧୀୟ ତଥ୍ୟ କ୍ୟାଲେଣ୍ଡରରେ ପ୍ରକାଶ ପାଇଛି । ସେମିଷ୍ଟର ଦ୍ୱିତୀୟ, ଚତୁର୍ଥ ଏବଂ ଷଷ୍ଠ ପରୀକ୍ଷା ୨୦୨୪ ମେ ମାସର ଦ୍ବିତୀୟ ସପ୍ତାହରେ କରାଯିବ । ଅକ୍ଟୋବର ୨୧ରୁ ୮ ଦିନ ପର୍ଯ୍ୟନ୍ତ ପୂଜା ଛୁଟି ରହିଛି । ନଭେମ୍ବର ୧ ତାରିଖରୁ ୧୦ ତାରିଖ ମଧ୍ୟରେ ବାର୍ଷିକ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଡିସେମ୍ବର ୧ ତାରିଖରୁ ୧୨ ତାରିଖ ମଧ୍ୟରେ ରାଜ୍ୟସ୍ତରୀୟ ଆନ୍ତଃବିଶ୍ଵବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ହେବ । ୨୦୨୪ ଜାନୁଆରୀ ଶେଷ ସପ୍ତାହରେ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ମିଳନୀ କରାଯିବ। ଏହା ପରେ ପରୀକ୍ଷା କରାଯିବା ସହ ପରୀକ୍ଷା ସରିବାର ୪୫ ଦିନ ଭିତରେ ଫଳ ପ୍ରକାଶ ପାଇବ । ପ୍ରତି ସପ୍ତାହର ସୋମବାର ଦିନରେ ୟୁଜି ଓ ମଙ୍ଗଳବାର ଦିନରେ ପିଜି ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇ ସେମିନାର ଆୟୋଜନ କରାଯିବ ।

ଏହା ମଧ୍ୟ ପଢନ୍ତୁ: ଜୋର ଧରିଲା ଛାତ୍ର ସଂସଦ ନିର୍ବାଚନ ଦାବି; ବିଭିନ୍ନ କଲେଜ୍‌ରେ ଘଣ୍ଟ ବଜାଇ ଛାତ୍ର କଂଗ୍ରେସର ପ୍ରତିବାଦ

ତେବେ ଚଳିତ ବର୍ଷ ୧୮୦ ଦିନ ପାଠପଢ଼ା ସାଙ୍ଗକୁ ୭୨ ଦିନ ଛୁଟି ଦିବସ ରହିଛି । ୨୦୨୪ ମେ ମାସ ୫ ତାରିଖରୁ ଜୁନ୍ ୧୯ ତାରିଖ ମଧ୍ୟରେ ଗ୍ରୀଷ୍ମ ଛୁଟି ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ୨୦୨୩-୨୪ ଶିକ୍ଷାବର୍ଷରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ଏକକ ଶିକ୍ଷା କ୍ୟାଲେଣ୍ଡର କଡ଼ାକଡ଼ି ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶ୍ବବିଦ୍ୟାଳୟଗୁଡ଼ିକର ପିଜି(ସ୍ନାତକୋତ୍ତର) ଓ ୟୁଜି(ସ୍ନାତକ) ପାଠ୍ୟକ୍ରମର ସମସ୍ତ ସେମିଷ୍ଟର ପାଠପଢ଼ା ଆରମ୍ଭ ହୋଇଛି ।

ସୂଚନା ଯୋଗ୍ୟ, ୨୦୧୭ ମସିହାରେ ଶେଷ ଥର ପାଇଁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେହି ବର୍ଷ ବିଜୁ ଛାତ୍ର ଜନତା ଦଳ ୯୫% କ୍ୟାମ୍ପସରେ ବିଜୟ ହୋଇଥିବା ଦାବି କରିଥିବା ବେଳେ ଏବିଭିପି ୬୦% ଓ ଛାତ୍ର କଂଗ୍ରେସ ୬୪% କ୍ୟାମ୍ପସରେ ବିଜୟ ଲାଭ କରିଥିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।

ଭୁବନେଶ୍ୱର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.