ETV Bharat / state

ଆସୁଛନ୍ତି ମହାମହିମ ରାଷ୍ଟ୍ରପତି, ସରିଲା ଉଚ୍ଚସ୍ତରୀୟ ସମନ୍ବୟ ବୈଠକ

author img

By

Published : Feb 6, 2023, 2:06 PM IST

ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଓଡିଶା ଗସ୍ତକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ । ପ୍ରସ୍ତୁତି ନେଇ ସବୁ ବିଭାଗ ସହ କଥା ହେଲେ ମୁଖ୍ୟ ଶାସନ ସଚିବ । ଅଧିକ ପଢନ୍ତୁ

presidents visit to Odisha
presidents visit to Odisha
ଆସୁଛନ୍ତି ମହାମହିମ ରାଷ୍ଟ୍ରପତି

ଭୁବନେଶ୍ବର: ଆସନ୍ତା 10 ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହା ପୂର୍ବରୁ ପ୍ରସ୍ତୁତ ନେଇ ସରିଲା ଉଚ୍ଚସ୍ତରୀୟ ସମନ୍ବୟ ବୈଠକ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ପ୍ରସ୍ତୁତି ବୈଠକ ବସିଥିଲା । ସବୁ ବିଭାଗ ସହ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ବୈଠକରେ ଆଲୋଚନା ହୋଇଥିଲା । ପ୍ରସ୍ତୁତି ବୈଠକରେ ଏୟାରପୋର୍ଟ ଠାରୁ ରାଜଭବନ ଓ କାର୍ଯ୍ୟକ୍ରମସ୍ଥଳୀ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ପ୍ରସ୍ତୁତି ଆଲୋଚନା କରିଥିଲେ ମୁଖ୍ୟ ଶାସନ ସଚିବ । ଓଡ଼ିଶା ପୋଲିସ ସହ ଉନ୍ନୟନ କମିଶନର, ଗୃହ ସଚିବ, ରାଜଭବନର ଉଚ୍ଚସ୍ତରୀୟ କର୍ମଚାରୀଙ୍କ ସହ ସଚିବାଳୟରେ ବସିଥିଲା ବୈଠକ ।

ଏହା ମଧ୍ୟ ପଢନ୍ତୁ-Naba Das murder case: ୪ ମାସ ଧରି ସୁଯୋଗ ଖୋଜୁଥିଲା ଗୋପାଳ, ସତ ଓଗାଳୁଛି କ୍ରାଇମବ୍ରାଞ୍ଚ

ରାଷ୍ଟ୍ରପତି ଏହି ଦୁଇ ଦିନିଆ ଓଡିଶା ଗସ୍ତରେ ଭୁବନେଶ୍ୱରରେ ଦୁଇଟି କାର୍ଯ୍ୟକ୍ରମ ଓ କଟକରେ ଗୋଟିଏ ସ୍ଥାନରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ଭୁବନେଶ୍ୱରରେ ଉତ୍କଳ ମଣ୍ଡପରେ ଜ୍ଞାନ ପ୍ରଭା ମିଶନର କାର୍ଯ୍ୟକ୍ରମ ସହ ରମାଦେବୀ ବିଶ୍ବବିଦ୍ୟାଳୟରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏଥିସହ କଟକର ସିଆର ଆରଆରଆଇ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ । ଏହାପରେ 11 ତାରିଖରେ ମହାପ୍ରଭୁ ଲିଙ୍ଗରାଜ ଦର୍ଶନ ନେଇ ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏନେଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ ପରିଚାଳନା ପୋଲିସ ହାତରେ ରହିଛି‌ ।

ଟ୍ବିନି ସିଟିରେ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଭିଡ଼ ଜମିବ । ଏହ ସମୟରେ ସୁରକ୍ଷା ବ୍ୟବସ୍ଥା ସହ ସହ ଟ୍ରାଫିକ ପରିଚାଳନା ପୋଲିସ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ । ଏନେଇ ଏୟାରପୋର୍ଟରୁ ରାଜଭବନ ପର୍ଯ୍ୟନ୍ତ, ରାଜଭବନରୁ ଉତ୍କଳମଣ୍ଡପ ଓ ରମାଦେବୀ ବିଶ୍ବବଦ୍ୟାଳୟ ସମେତ କଟକରେ ସିଆରଆରଆଇ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା ପୋଲିସ ପାଇଁ ଚ୍ୟାଲେଞ୍ଜ ରହିବ ।

ଏନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ,'' ରାଷ୍ଟ୍ରପତିଙ୍କ ସୁରକ୍ଷା ନେଇ ବ୍ଲୁବୁକ ଅନୁସାରେ ସୁରକ୍ଷା ଆୟୋଜନ ହୋଇଥାଏ । ରାଷ୍ଟ୍ରପତିଙ୍କ ଦୁଇ ଦିନ କାର୍ଯ୍ୟକ୍ରମ ରହିଛି । ସେଥିପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯିବ । ଭୁବନେଶ୍ୱରରେ ଦୁଇଟି କାର୍ଯ୍ୟକ୍ରମ ଓ କଟକରେ ଗୋଟିଏ କାର୍ଯ୍ୟକ୍ରମ ଅଛି । ଏଥିପାଇଁ ବିମାନବନ୍ଦରରୁ ରାଜଭବନ ଓ କାର୍ଯ୍ୟକ୍ରମ ସ୍ଥଳ ସବୁଠି ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା । ଆବଶ୍ୟକତା ଅନୁସାରେ ଫୋର୍ସ ମୁତୟନ କରାଯିବ ସେନେଇ ପରବର୍ତ୍ତୀ ପର୍ଯ୍ୟାୟରେ ନିଷ୍ପତ୍ତି ନିଆଯିବ । ''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.