ETV Bharat / state

ରାଜ୍ୟରେ ପଶ୍ଚିମା ଝଡ ପ୍ରଭାବ: କାଲିଠୁ ବଢିବ ବର୍ଷା ପରିମାଣ, ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ - ପଶ୍ଚିମା ଝଡର ପ୍ରଭାବରେ ବର୍ଷା

ଆଜିଠୁ ରାଜ୍ୟରେ ପୁଣି ପଶ୍ଚିମା ଝଡର ପ୍ରଭାବ । ତିନିରୁ ଚାରିଦିନ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅଧିକ ପଢ଼ନ୍ତୁ

heavy rainfall expected in odisha
ପଶ୍ଚିମା ଝଡର ପ୍ରଭାବରେ ରାଜ୍ୟରେ ବର୍ଷା
author img

By

Published : Mar 26, 2023, 6:54 PM IST

ପଶ୍ଚିମା ଝଡର ପ୍ରଭାବରେ ରାଜ୍ୟରେ ବର୍ଷା

ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ ପୁଣି ସକ୍ରିୟ ହୋଇଛି ପଶ୍ଚିମା ଝଡ । ଏହାର ପ୍ରଭାବରେ ରାଜ୍ୟରେ ୩ରୁ ୪ ଦିନ ବର୍ଷା ସମ୍ଭାବନା । ବିଜୁଳି ଘଡ଼ଘଡ଼ି ସହ ବର୍ଷା ଏବଂ ଝଡ଼ ପବନ ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟାରେ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେହିପରି ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ରାଜ୍ୟରେ ପଶ୍ଚିମା ଝଡ ପ୍ରଭାବ ସହ ଟ୍ରପ ଲାଇନ ସମୁଦ୍ର ପତନରୁ ୦.୯ କିମି ବାୟୁମଣ୍ଡଳରେ ରହିଛି । ଏପରିକି ଏକ ଘୂର୍ଣ୍ଣିବାତ୍ୟା ମଧ୍ୟ ସୃଷ୍ଟି ହେଉଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଥିବା ଉଭୟ ଭାରତୀୟ ଓ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷାର ବିସ୍ତୃତି ଓ ପରିମାଣ ବଢ଼ିବ । ଆଭ୍ୟନ୍ତରୀଣ ତଥା ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବହିବ । ଏହାକୁ ଦୃଷ୍ଚିରୁ ରଖି ରାଜ୍ୟର ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ଉପକୂଳ ଓଡ଼ିଶାର ୮ ଜିଲ୍ଲାକୁ ମଧ୍ୟ ୟେଲୋ ଆଲର୍ଟ ଜାରି କରାଯାଇଛି । ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଣପତି, ମୟୂରଭଞ୍ଜ ଓ କେନ୍ଦୁଝର ।

ସେହିପରି କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଜିଲ୍ଲା ଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କଳାହାଣ୍ଡି, ନୂଆପଡା, ନବରଙ୍ଗପୁର । ଆସନ୍ତା ୨୮ ତାରିଖରେ ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ଆକଳନ କରାଯାଇଛି । ଏନେଇ ପାଣିପାଗ ବିଭାଗ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ପାଇଁ ସତର୍କ ସୂଚନା ଦିଆଯାଇଛି । ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ରହିଥିବା ବେଳେ ୩୦ରେ ଆଉ ଏକ ପଶ୍ଚିମା ଝଡ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରାଯାଇଛି ।

ସେପଟେ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି । ମୟୂରଭଞ୍ଜର ମୁର୍ଦାରେ ୫୪.୦ ମିମି ସର୍ବୋଚ୍ଚ ବର୍ଷା ରେକର୍ଡ କରାଯାଇଛି । ସେହିପରି ଦିନର ତାପମାତ୍ରା ସର୍ବାଧିକ ୩୬.୦୬ ଡିଗ୍ରୀ ଝାରସୁଗୁଡ଼ା, ସମ୍ବଲପୁର ଓ ସୋନପୁରରେ ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱରରେ ଦିନର ତାପମାତ୍ରା ସର୍ବାଧିକ ୩୫.୨ ଡିଗ୍ରୀ ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.