ETV Bharat / state

30ରୁ ବିସ୍ତୃତି ବର୍ଷା: 3 ଦିନ ପରେ ନିର୍ଦ୍ଧୁମ ଛେଚିବ, 6 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

author img

By

Published : Jul 27, 2023, 5:32 PM IST

ଆସନ୍ତା ୩୦ ତାରିଖରେ ଆସୁଛି ଆଉ ଏକ ବଡ଼ ବର୍ଷା । ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ପାଇଁ ୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

୩୦ ତାରିଖରେ ଆସୁଛି ଆଉ ଏକ ବଡ଼ ବର୍ଷା
୩୦ ତାରିଖରେ ଆସୁଛି ଆଉ ଏକ ବଡ଼ ବର୍ଷା
୩୦ ତାରିଖରେ ଆସୁଛି ଆଉ ଏକ ବଡ଼ ବର୍ଷା

ଭୁବନେଶ୍ବର: ଆସନ୍ତା ୩୦ ତାରିଖରୁ ରାଜ୍ୟରେ ବିସ୍ତୃତି ବର୍ଷାର ସମ୍ଭାବନା ରହିଛି । ମୌସୁମୀ ନିମ୍ନ ଚାପରେଖା ଦକ୍ଷିଣ ଭାଗରୁ ଧୀରେଧୀରେ ସାଧାରଣ ଅବସ୍ଥାନକୁ ଫେରୁଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଫଳରେ ରାଜ୍ୟରେ ଆସନ୍ତା ୩୦ ତାରିଖରୁ ବିସ୍ତୃତି ବର୍ଷା ହୋଇପାରେ । ଏଥିସହ ମୌସୁମୀ ନିମ୍ନଚାପ ରେଖା ଆଜି ରାଜସ୍ଥାନର ବିକାନେରରୁ ବାହାରି କୋଟା, ରାଇସେନ, ଦୁର୍ଗ ଏବଂ ପଶ୍ଚିମ ଦକ୍ଷିଣ-ଓଡିଶା ସମେତ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଗତି କରିବ । ତେବେ ଏହି ଲଘୁଚାପ କ୍ଷେତ୍ର କେନ୍ଦ୍ରରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଥିବା ଜଣାପଡିଛି । ଏହା ସମୁଦ୍ରପତ୍ତନଠାରୁ ବାୟୁମଣ୍ଡଳର ୧.୫କିଲୋମିଟର ଉଚ୍ଚତା ଯାଏଁ ବ୍ୟାପିଛି ।

ଏହି ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଏହାସହ ସ୍ଥାନେସ୍ଥାନେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ତେବେ ଆସନ୍ତା ୨୪ ଘଣ୍ଟା ପାଇଁ ୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିସବୁ ଜିଲ୍ଲାଗୁଡ଼ିକ ହେଲା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର । ସେହିପରି ଆସନ୍ତାକାଲି ପାଇଁ ମଧ୍ୟ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏହା ବି ପଢନ୍ତୁ... ଦୟା ନଦୀରେ ବନ୍ୟା ପରିସ୍ଥିତି: ଧୋଇଗଲା ପାଣ୍ଡିଆବିଲି-ତିରିମଲ ରାସ୍ତା, ଯୋଗାଯୋଗ ବିଚ୍ଛିନ୍ନ

ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ହୋଇଛି । ସେପଟେ ଗତ କିଛି ଦିନ ଧରି ରାଜ୍ୟରେ ବର୍ଷା ଜାରି ରହିଥିବାବେଳେ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି । ରାଜ୍ୟର ସ୍ଥାନେସ୍ଥାନେ ପ୍ରବଳ ବର୍ଷା ହୋଇଥିବାବେଳେ କଳାହାଣ୍ଡି ଜୟପାଟଣାରେ ସର୍ବାଧିକ ୧୦୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଅନ୍ୟପଟେ ଚଳିତ ମୌସୁମୀ ଋତୁରେ, ଜୁନ 1 ତାରିଖରୁ ଜୁଲାଇ 27 ତାରିଖ ମଧ୍ୟରେ ରାଜ୍ୟରେ ୪୪୦.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ୫୦୧.୬ ମିଲିମିଟର ତୁଳନାରେ ୧୨ ପ୍ରତିଶତ କମ ଥିବା ଜଣାପଡିଛି ।

ଏହି ସମୟ ପରିଧି ମଧ୍ୟରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୭୯୦.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ତେବେ ୧୩ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ଜଣାପଡିଛି । ଏହାସହ ୨ଟି ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବାବେଳେ ୧୫ ଜିଲ୍ଲାରେ ସ୍ଵାଭାବିକ ବର୍ଷା ରେକର୍ଡ କରାଯାଇଛି । ତେବେ ଲଗାଣ ବର୍ଷା ଜାରି ରହିଥିବାବେଳେ ଏହା ନିଅଣ୍ଟିଆ ବର୍ଷାକୁ ଭରଣା କରିବ ବୋଲି ଆଶା ରଖାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.