ETV Bharat / state

ତାତିରେ ସିଝୁଛି ସାରା ଓଡ଼ିଶା, ଆହୁରି ୪ ଦିନ କଲବଲ କରିବ ଖରା - ଖରାରେ ସିଝୁଛି ସାରା ଓଡ଼ିଶା

ରାଜ୍ୟରେ ଆହୁରି ୪ ଦିନ ରହିବ ଖରାର ପ୍ରକୋପ। ଖରା ସାଙ୍ଗକୁ ଗୁଳୁଗୁଳି କରିବ ଅଣାୟତ୍ତ। ଦିନର ତାପମାତ୍ରା ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀରୁ ଅଧିକ । ଅଧିକା ପଢନ୍ତୁ

heat wave in odisha
heat wave in odisha
author img

By

Published : Apr 17, 2023, 9:27 PM IST

heat wave in odisha

ଭୁବନେଶ୍ବର: ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା । ଖରାର ତାତିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ତେବେ ଆହୁରି ୪ ଦିନ କଲବଲ କରିବ ତାତି । ଖରା ସାଙ୍ଗକୁ ଗୁଳୁଗୁଳି କରିବ ଅଣାୟତ୍ତ । ଦିନର ତାପମାତ୍ରା ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀ ବା ତା ଠାରୁ ଅଧିକ ରହିବ। ଯଦିଓ କାଳବୈଶାଖୀ ବର୍ଷା ଅପରାହ୍ନ ରେ କିଛି ସ୍ଥାନରେ ହେବ ହେଲେ ଅଧିକ ବର୍ଷା ହେବନାହିଁ। ଫଳରେ ତାପମାତ୍ରା ବିଶେଷ ହ୍ରାସ ପାଇବ ନାହିଁ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

୪ ଦିନ ଅର୍ଥାତ ୨୧ ତାରିଖ ପରେ ତାପମାତ୍ରା କ୍ରମେ ହ୍ରାସ ପାଇବ। ଓଡ଼ିଶା ଉପକୂଳରେ ଏକ ଗୁରୁଚାପ ବଳୟ ରହିବ ଯାହା ପ୍ରଭାବରେ ସାମୁଦ୍ରିକ ବାୟୁ ବା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ରାଜ୍ୟକୁ ପ୍ରବେଶ କରିବ। ଫଳରେ ବର୍ଷା ର ପରିମାଣ ବଢିବା ସହ ତାପମାତ୍ରା କିଛି ହ୍ରାସ ପାଇବ। ତେବେ ବର୍ତ୍ତମାନ ଦକ୍ଷିଣ ଓ ଦକ୍ଷିଣ - ପଶ୍ଚିମ ଦିଗରୁ ପବନ ରାଜ୍ୟକୁ ପ୍ରବେଶ କରୁଛି ଯାହା ଫଳରେ ତାପମାତ୍ରା ବୃଦ୍ଧି ପାଇଛି। ଏହାସହ ଉପକୂଳରେ ଆର୍ଦ୍ରତା ର ପରିମାଣ ୪୦ ପ୍ରତିଶତ ରହୁଥିବାରୁ ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ବ୍ୟସ୍ତ କରୁଛି। ତେଣୁ ଆସନ୍ତା ୨୧ ତାରିଖ ଏଭଳି ସ୍ଥିତି ଲାଗି ରହିବ ସହ ତାତିରୁ ତ୍ରାହି ନାହିଁ ବୋଲି କହିଛି ପାଣିପାଗ ବିଭାଗ ।

heat wave in odisha
heat wave in odisha

ସେହିପରି ଆସନ୍ତାକାଲି ଖରା ସହ ମୟୁରଭଞ୍ଜ, ମାଲକାନଗିରି, କୋରାପୁଟ ,ରାୟଗଡା ,କଳାହାଣ୍ଡିର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ଗଞ୍ଜାମ, ପୁରୀ ସମ୍ବଲପୁର , ଜଗତସିଂହପୁରରେ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ଓ୍ବାର୍ଣ୍ଣି ଚେତାବନୀ ଦେଇଛି ପାଣିପାଗ ବିଭାଗ। ସେହିପରି ବିଜୁଳି ଘଡଘଡି ସହ ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣି ଦିଆଯାଇଛି।

ଏହା ମଧ୍ୟ ପଢନ୍ତୁ-Sambalpur Violence: ଗିରଫଦାରୀ ସଂଖ୍ୟା ୮୫କୁ ବୃଦ୍ଧି, ସ୍ଥିତି ସ୍ବଭାବିକ ପାଇଁ ଘନ ଘନ ବୈଠକ

ପ୍ରକାଶ ଥାଉକି, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହେଉଥୁବା ବେଳେ ଆଜି ୧୮ ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଝାରସୁଗୁଡ଼ାରେ ସର୍ବାଧିକ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି କାଳବୈଶାଖୀ ଜନିତ ବର୍ଷ ରାଜ୍ୟର ମୟୁରଭଞ୍ଜ, କେନ୍ଦୁଝର ,ରାୟଗଡା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇଛି । ଅନ୍ୟ ସବୁ ଜିଲ୍ଲାରେ ଶୁଖିଲା ପାଗ ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.