ETV Bharat / state

ଖୋର୍ଦ୍ଧାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: ଭୂତକୋଠି ପାଲଟିଲାଣି ସରକାରୀ ଘର, ଫାର୍ମାସିଷ୍ଟ ଭରସାରେ ରୋଗୀ

author img

By

Published : Feb 4, 2023, 10:46 PM IST

ଖୋର୍ଦ୍ଧାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା । କେଉଁଠି ପାଳି କରି ଡାକ୍ତର ଆସୁଛନ୍ତି ଆଉ କେଉଁଠି ଫାର୍ମାସିଷ୍ଟଙ୍କ ଭରସାରେ ଚାଲୁଛି ସ୍ବାସ୍ଥ୍ୟକେନ୍ଦ୍ର । ଅଧିକ ପଢନ୍ତୁ

ଖୋର୍ଦ୍ଧାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା
ଖୋର୍ଦ୍ଧାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା
ଖୋର୍ଦ୍ଧାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା

ଖୋର୍ଦ୍ଧା: ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା । ନିୟମିତ ଭାବେ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁନାହାନ୍ତି ଡାକ୍ତର । କେଉଁଠି ଡାକ୍ତର ପାଳି କରିଆସୁଥିବା ବେଳେ ଆଉ କେଉଁଠି ଫାର୍ମାସିଷ୍ଟଙ୍କ ଭରସାରେ ଚାଲୁଛି ସ୍ବାସ୍ଥ୍ୟସେବା । ଏପରିକି ଦିନ ୧୧ଟା ଯାଏଁ ମେଡିକାଲରେ ଡାକ୍ତରଙ୍କ ଦେଖାମିଳୁନି । ଖୋର୍ଦ୍ଧା ଜିଲ୍ଲା ବୋଲଗଡରେ ଥିବା ବିଭିନ୍ନ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରୁ ସ୍ବାସ୍ଥ୍ୟସେବାର ଏଭଳି ବିକଳ ଚିତ୍ର ସାମ୍ନାକୁ ଆସିଛି । ଠିକ୍ ସମୟରେ ସ୍ବାସ୍ଥ୍ୟସେବା ନପାଇ ରୋଗୀ ନାହିଁନଥିବା ସମସ୍ୟା ଭୋଗୁଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ବୋଲଗଡର ବାଙ୍କୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନସ୍ଥ ତାଳତୁମ୍ବ ଓ ଦେଉଳି ପ୍ରାଥମିକ ସ୍ବାସ୍ଥ୍ଯକେନ୍ଦ୍ରରେ ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି । ସକାଳ ୮ଟାରୁ ଦିନ ୧୨ ପର୍ଯ୍ୟନ୍ତ ଓ ଅପରାହ୍ନରେ ମେଡ଼ିକାଲ ଖୋଲିବାକୁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଏହାକୁ ଫୁ କରି ଉଡାଇ ଦେଉଛନ୍ତି ସ୍ୱାସ୍ଥ୍ୟ କର୍ମଚାରୀ । ଗତକାଲି ତାଳତୁମ୍ବ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଦିନ ୧୧ଟା ପର୍ଯ୍ୟନ୍ତ କୌଣସି ଡାକ୍ତର କିମ୍ବା ଫାର୍ମାସିଷ୍ଟଙ୍କ ଦେଖା ମିଳିନଥିଲା । ସିକ୍ୟୁରିଟି ଏବଂ ସୁଇପର ସ୍ବାସ୍ଥ୍ୟକେନ୍ଦ୍ର ଖୋଲି ବସିଥିବା ଦେଖିବାକୁ ମିଳିଥିଲା ।

ସେହିଭଳି ଏହି ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ସରକାରୀ ତହବିଲରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବାସଗୃହ ନିର୍ମାଣ ହୋଇଥିଲେ ହେଁ ଏହାକୁ ଏ ପର୍ଯ୍ୟନ୍ତ ହସ୍ତାନ୍ତର କରାଯାଇ ନାହିଁ । ଫଳରେ ନୂତନ ଭାବେ ନିର୍ମାଣ ହୋଇଥିବା କୋଠା ଗୁଡିକ ଭାଙ୍ଗିରୁଜି ଭୂତକୋଠି ପାଲଟିଲାଣି । ଏହି ନୂତନ ଗୃହ ହସ୍ତାନ୍ତର ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ କ୍ୟାମେରା ସାମ୍ନାରେ କିଛି କହିନଥିଲେ ମଧ୍ୟ ଏହାକୁ ତୁରନ୍ତ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଚଳିତ ବର୍ଷ ସୁଦ୍ଧା କେନ୍ଦ୍ରାପଡା ଦେଖିବ ବୃହତ ଶିଳ୍ପ, ଜମି ଚିହ୍ନଟ କଲେ ମନ୍ତ୍ରୀ

ସେହିପରି ଦେଉଳି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ସମାନ ଅବସ୍ଥା ଥିବା ଦେଖିବକୁ ମିଳିଛି । ଏଠାରେ ଡାକ୍ତର ନିଯୁକ୍ତି ହୋଇଥିଲେ ମଧ୍ୟ ପାଳି କରି ଆସିବା କାରଣରୁ ସ୍ଥାନୀୟ ଲୋକମାନେ ନାନା ସମସ୍ୟାର ସମ୍ମୁଖିନ ହେଉଥିବା କହିଛନ୍ତି । ଘଟଣା ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ଗ୍ରାମାଞ୍ଚଳରେ ଥିବା ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ସହ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିୟମିତ ଆସୁନଥିବା ଡାକ୍ତରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.