ଭୁବନେଶ୍ବର: ରାଜ୍ୟରେ ରକ୍ତହୀନତା ଓ ଗେଡ଼ାପଣ ଭଳି ସମସ୍ୟା ବଢୁଛି । କମ ଉଚ୍ଚତା ସମସ୍ୟା ଦୂର କରିବା ପାଇଁ ମାଆ କ୍ଷୀରକୁ ପ୍ରଧାନ୍ୟ ଦିଆଯିବ । ସୁବର୍ଣ୍ଣ ୧୦୦୦ ଦିନକୁ ଦିଆଯିବ ଗୁରୁତ୍ୱ । କମ ଉଚ୍ଚତା ଓ ରକ୍ତହୀନତା କିପରି ହ୍ରାସ କରାଯାଇପାରିବ ସେନେଇ ଏକ ଅନ୍ତର୍ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଛି । ରାଜ୍ୟ ସରକାରଙ୍କର ସହଭାଗିତାରେ ଏଆଇପିଏଚ ୟୁନିଭରସିଟି ଓ ଜର୍ଜଟାଉନ ୟୁନିଭରସିଟି ମେଡିକାଲ ସେଣ୍ଟର୍, ୟୁଏସଏର ମିଳିତ ଆନୁକୁଲ୍ୟରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଛି ।
ଦେଶରେ ଶିଶୁ ଅପପୁଷ୍ଟି ଓ କମ ଉଚ୍ଚତା ସମସ୍ୟାର ନିରାକରଣ ନେଇ ଜାତୀୟ ଆଲୋଚନା ଚକ୍ର ହୋଇଛି । ଭାରତର ବିଭିନ୍ନ ରାଜ୍ୟରେ ଦେଖାଯାଉଛି ଏହି ଦୁଇ ରୋଗ । ଯେଉଁଭଳି ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହି ରକ୍ତହୀନତା ରୋଗୀଙ୍କ ସଂଖ୍ୟା ବେଶୀ ଅଧିକ ଦେଖାଯାଉଛି । ପ୍ରକୃତରେ ଏହା ପଛରେ କାରଣ କ'ଣ ରହିଛି, କେମିତି ଏହାକୁ ହ୍ରାସ କରାଯାଇପାରିବ, କେମିତି ଲୋକଙ୍କୁ ସଚେତନ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା ହୋଇଛି । ଲୋକଙ୍କ ନିକଟରେ ସରକାରଙ୍କର ଏହି ସମ୍ବନ୍ଧୀୟ ଯୋଜନା କେମିତି ପହଞ୍ଚିପାରିବ ତାକୁ ନେଇ ମଧ୍ୟ ଚେଷ୍ଟା କରାଯିବ ।
ସେହିଭଳି କମ୍ ଉଚ୍ଚତା ବି ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି । ଏହାକୁ ପିଲା ଜନ୍ମ ହେବାର ୨ ବର୍ଷ ମଧ୍ୟରେ ଚିହ୍ନଟ କରାଯାଇ ଏହାର ପ୍ରତିକାର କରିପାରିଲେ ପିଲାଟି ଭବିଷ୍ୟତର କମ ଉଚ୍ଚତା ସମସ୍ୟାରୁ ମୁକ୍ତି ପାଇପାରିବ । ଏଥିପାଇଁ ସୁବର୍ଣ୍ଣ ୧୦୦୦ ଦିନ ବିଷୟରେ ମାଆଙ୍କୁ ସଚେତନ କରାଯିବ । ତେବେ କେଉଁ ଭଳି ଭାବେ ଏହାକୁ ହ୍ରାସ କରାଯାଇପାରିବ ଏହି ଆଲୋଚନା ଚକ୍ରରେ ଏହାକୁ ନେଇ ଆଲୋଚନା ହୋଇଛି ।
ଏହା ମଧ୍ୟ ପଢନ୍ତୁ: ପୂର୍ବରୁ ମୃତ୍ୟୁର ଦ୍ବିତୀୟ ନାଁ ଥିଲା ଏଡସ୍, ଏବେ କେବଳ ମାତ୍ର ଏକ ରୋଗ
ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ, NFHS ରିପୋର୍ଟ ଅନୁସାରେ ରାଜ୍ୟରେ ରକ୍ତହୀନତା ବଢୁଛି । ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବେଶୀ ପ୍ରଭାବିତ ହେଉଛନ୍ତି । ଉପକୂଳ ଓଡ଼ିଶାରେ ରକ୍ତହୀନତା କମୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବଢୁଛି ରକ୍ତହୀନତା । 5 ବର୍ଷ ତଳର ପିଲାଙ୍କ ରକ୍ତହୀନତାକୁ ନେଇ NFHS 4ର ରିପୋର୍ଟ ଅନୁସାରେ ଯାହା 44% ରହିଥିଲା NFHS 5ରେ 64% ପ୍ରତିଶତରେ ପହଞ୍ଚିିଛି । IFA (iron folic acid ) ବା ଆଇରନ ବଟିକା ଦିଆଯିବା ସତ୍ତ୍ୱେ ବି ରକ୍ତହୀନତା କମିନାହିଁ । ଦିଆଯାଉଥିବା IFAକୁ କେଉଁଭଳି ସେମାନେ ଖାଉଛନ୍ତି କିମ୍ବା ପ୍ରକୃତରେ ଖାଉଛନ୍ତି କି ନାହିଁ, ଯେଉଁ ସମୟରେ ଖାଇବା କଥା ( ଖାଇବାର ଗୋଟେ ଘଣ୍ଟା ପରେ), ଆଇରନ ବଟିକା ଖାଇବା ସମୟରେ ଚା' ବା ଅନ୍ୟ ଫାଇବର ଥିବା ଖାଦ୍ୟ ଖାଇବା ନାହିଁ ଏହି ସମ୍ପର୍କରେ ଲୋକ ସଚେତନ ଅଛନ୍ତି କି ନାହିଁ ତାକୁ ନେଇ ଯାଞ୍ଚ କରାଯିବ ।''
ସେହିଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହାର ସଂଖ୍ୟା ଅଧିକ ରହିଥିବାରୁ ସ୍ଥାନୀୟ ଖାଦ୍ୟ ପଦାର୍ଥକୁ କେଉଁଭଳି ସେ ଅଞ୍ଚଳର ଲୋକ ବ୍ୟବହାର କରିବେ ଯାହା ଦ୍ଵାରା ରକ୍ତହୀନତା ଲକ୍ଷଣ କମ୍ ଦେଖାଯିବ ସେଥିପ୍ରତି ସେମାନଙ୍କୁ ସଚେତନ କରାଯିବ । କେଉଁଭଳି ସେମାନଙ୍କ ଭାଷାରେ ହିଁ ସେମାନଙ୍କୁ ବୁଝାଇ ହେବ ତା ପ୍ରତି ଦୃଷ୍ଟି ଦେବାକୁ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଦାୟିତ୍ଵ ଦିଆଯାଇଛି । ପୋଷ୍ଟର, ବ୍ୟାନର ଆଦି ଜରିଆରେ ସେମାନଙ୍କୁ କେଉଁ ଖାଦ୍ୟ ଖାଇବା ଦରକାର କେଉଁ ଖାଦ୍ୟ ନ ଖାଇବେ ସେ ବିଷୟରେ ବୁଝାଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ଅନ୍ୟପଟେ କମ ଉଚ୍ଚତା ସମସ୍ୟା ଦୂର ପାଇଁ ମାଆ କ୍ଷୀରକୁ ଦିଆଯିବା ଆବଶ୍ୟକ । ଯାହା ସୁବର୍ଣ୍ଣ ୧୦୦୦ ଦିନ ଅତି ଗୁରୁତ୍ଵପୂର୍ଣ୍ଣ ଅଟେ । ବୟସ ଅନୁସାରେ ଯଦି ଉଚ୍ଚତା ନ ବଢେ ତେବେ ତାକୁ ଗେଡାପଣ ବୋଲି କୁହାଯାଏ । ଜନ୍ମର ୨ ବର୍ଷ ଭିତରେ ଯଦି ଏହାର ଚିକିତ୍ସା ନ କରାଯାଏ ତେବେ ଏହାକୁ ନିରାକରଣ କରିବା ବହୁ କଷ୍ଟ ହେଇଯାଏ । ତେଣୁ ଗର୍ଭାବସ୍ଥାରୁ ପିଲାକୁ ୨ ବର୍ଷ ହେବା ଯାଏଁ ପିଲାର ଶାରୀରିକ ଓ ମାନସିକ ସ୍ତରରେ ବିକାଶ ହୋଇଥାଏ । ତେଣୁ ଏହି ୧୦୦୦ ଦିନକୁ ସୁବର୍ଣ୍ଣ ୧୦୦୦ ଦିନ ହିସାବରେ ଧରାଯାଏ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।
ଇଟିିଭି ଭାରତ, ଭୁବନେଶ୍ବର