ଭୁବନେଶ୍ବର: ସାବଧାନ ନକଲି ଡାକ୍ତର । ରାଜ୍ୟରେ ସମସ୍ତ ଡାକ୍ତରଙ୍କ ପ୍ରମାଣପତ୍ର ଯାଞ୍ଚ ହେବ । ରାଜ୍ୟରେ ନକଲି ଡାକ୍ତର ଚିନ୍ତାର କାରଣ ହୋଇଛି । ଏହାକୁ ଚିହ୍ନଟ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ସମସ୍ତ ଡାକ୍ତରଙ୍କ ସାର୍ଟିଫକେଟ ଯାଞ୍ଚ କରାଯିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଶାଲିନୀ ପଣ୍ଡିତ ଚିଠି ଲେଖିଛନ୍ତି । ଏନେଇ ଡିଏମଇଟି, ଡିଏଚ୍ଏସ, ଓସିଏମଆରଙ୍କୁ ନିର୍ଦ୍ଦେଶ ହୋଇଛି ।
ରାଜ୍ୟରେ ନକଲି ଡାକ୍ତରଙ୍କୁ ଚିହ୍ନଟ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଏହି ପଦକ୍ଷେପ ନେବାକୁ ଯାଉଛନ୍ତି । ସମସ୍ତ ଡାକ୍ତରଙ୍କ ସାର୍ଟିଫକେଟ ଯାଞ୍ଚ କରାଯିବ । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଏଲୋପାଥିକ ଡାକ୍ତରଙ୍କ ସାର୍ଟିଫିକେଟ ଯାଞ୍ଚ ହେବ । ଏନେଇ ଡିଏମଇଟି, ଡିଏଚ୍ଏସ, ଓସିଏମଆର ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଉଭୟ ସରକାରୀ ଓ ବେସରକାରୀ ସଂସ୍ଥାର ଡାକ୍ତରମାନେ ଏହି ଯାଞ୍ଚ ପକ୍ରିୟାରେ ସାମିଲ ହେବେ । ଆସନ୍ତା ମାର୍ଚ୍ଚ 10 ତାରିଖ ସୁଦ୍ଧା ଡାକ୍ତରମାନେ ନିଜର ସମସ୍ତ ସାର୍ଟିଫିକେଟ ଗୁଡିକ ଯାଞ୍ଚ ପାଇଁ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ନିକଟରେ ଦାଖଲ କରିବେ । ଏହି ସମସ୍ତ ଯାଞ୍ଚ ପକ୍ରିୟାକୁ ନେଇ ଓସିଏମଆରକୁ ମଇ ଶେଷ ସୁଦ୍ଧା ପଠାଯିବ ।
ଅନ୍ୟପଟେ ଯାଞ୍ଚ କରାଯାଇଥିବା ସମସ୍ତ ଡାକ୍ତରଙ୍କ ପ୍ରମାଣପତ୍ର ଗୁଡିକ ସ୍ବାସ୍ଥ୍ୟ ବିଭାଗର ୱେବସାଇଟରେ ଅପଲୋଡ କରାଯିବ । ବାକି ନକଲି ଡ଼ାକ୍ତର ଚିହ୍ନଟ ହୋଇଥିଲେ ସେମାନଙ୍କର ତାଲିକା ଅଲଗା କରାଯିବ । ଆଉ ଥରେ ସେମାନଙ୍କର ଯାଞ୍ଚ ପକ୍ରିୟା କରାଯିବ । ଯଦି ଯାଞ୍ଚ ପକ୍ରିୟାରେ କିଛି ସମସ୍ୟା ଦେଖାଗଲା ତେବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି ।
ଏହା ବି ପଢନ୍ତୁ....ନିଯୁକ୍ତି ପାଇବେ 197 ଜଣ ଦନ୍ତ ଚିକିତ୍ସକ, OPSCକୁ ସ୍ବାସ୍ଥ୍ୟ ବିଭାଗର ଚିଠି
ସୂଚନା ଅନୁଯାୟୀ, ରାଜ୍ୟରେ ନକଲି ଡାକ୍ତର ଚିହ୍ନଟ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ନକଲି ଡାକ୍ତର ଚିହ୍ନଟ ହେଲେ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଡାକ୍ତରୀ ଭାବରେ କାର୍ଯ୍ୟ କରୁଥିବା ସମସ୍ତ ଏଲୋପାଥିକ୍ ଡାକ୍ତରଙ୍କ ସାର୍ଟିଫିକେଟ୍ ଯାଞ୍ଚ ହେବ ଏହା ଦ୍ବାରା ରୋଗୀ ଯେ ପ୍ରକୃତ ଡାକ୍ତରଙ୍କୁ ଜାଣିପାରିବ । ନକଲି ଡାକ୍ତରଙ୍କଠାରୁ ବର୍ତ୍ତି ପାରିବେ ରୋଗୀ । ରାଜ୍ୟରେ ବିଶେଷ କରି ମାଲକାନଗିରି, ରାୟଗଡା, ଗଞ୍ଜାମ ଓ ମୟୂରଭଞ୍ଜ ଜିଲ୍ଲାରେ ନକଲି ଡାକ୍ତର ଭାବରେ ରୋଗୀଙ୍କୁ ଚିକିତ୍ସା କରାଯାଉଥିବା ନଜିର ରହିଛି । ଏଭଳି ସ୍ଥିତିରେ ରାଜ୍ୟର ସମସ୍ତ ଡାକ୍ତରଙ୍କ ତଥ୍ୟ ଅନଲାଇନରେ ଉପଲବ୍ଧ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର