ETV Bharat / state

ଦୁଇବର୍ଷରେ ପୂରଣ ହେବ ଖାଲି ପଡିଥିବା ଡାକ୍ତର ପଦ - ଓଡ଼ିଶା

ଦୁଇ ବର୍ଷରେ ପୂରଣ ହେବ ରାଜ୍ୟରେ ଖାଲି ପଡିଥିବା ଡାକ୍ତର ପଦବୀ । ଏହା ସହ ରାଜ୍ୟରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ସରକାରଙ୍କ ପ୍ରଥମ ପଦକ୍ଷେପ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ।

ଫାଇଲ ଫଟୋ
author img

By

Published : Jun 12, 2019, 8:43 PM IST

ଭୁବନେଶ୍ବର: ନବୀନଙ୍କ ମନ୍ତ୍ରିମଣ୍ଡଳରେ ନବାଗତ ଭାବେ ସାମିଲ ହୋଇଥିବା ନବ ଦାସଙ୍କୁ ବୁଧବାର ସଚିବାଳୟରେ ମିଳିଛି ସରକାରୀ ଚାମ୍ବର। କାର୍ଯ୍ୟାଳୟରେ ପ୍ରଥମକରି ପାଦଦେବା ପରେ ମନ୍ତ୍ରୀ କହିଛନ୍ତି ରାଜ୍ୟର ସମସ୍ତ ଡ଼ାକ୍ତରଖାନାକୁ 2 ବର୍ଷ ମଧ୍ୟରେ ଆବଶ୍ୟକୀୟ ଡ଼ାକ୍ତର ଯୋଗାଇ ଦିଆଯିବ ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ତାଙ୍କ ପାଇଁ ଅନେକ ଚ୍ୟାଲେଞ୍ଜ ରହିଛି । ଏହା ସତ୍ତ୍ବେ ମଧ୍ୟ ରାଜ୍ୟବାସୀଙ୍କୁ କିଭଳି ଭଲ ସ୍ଵାସ୍ଥ୍ୟସେବା ଯୋଗାଇ ଦିଆଯିବ ସେନେଇ ନିଷ୍ପତ୍ତି ଖୁବଶୀଘ୍ର ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଏହା ସହ ଆଗାମୀ ୨ ବର୍ଷ ମଧ୍ୟରେ ରାଜ୍ୟର ସମସ୍ତ ହସ୍ପିଟାଲରେ ପର୍ଯ୍ୟାପ୍ତ ଡାକ୍ତର ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏବେ ସୁଦ୍ଧା ବୁର୍ଲାରେ ୬୦ ପ୍ରତିଶତ ଡାକ୍ତର ରହିଛନ୍ତି । ଆଗାମୀ ଦୁଇ ବର୍ଷ ମଧ୍ୟରେ ଓଡିଶାରେ ବଳକାଥିବା ଡାକ୍ତର ଯୋଗାଇ ଦିଆଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଏହା ସହ ରାଜ୍ୟରେ ଡାକ୍ତର ସଂଖ୍ୟା କମ ରହିଥିବା ବେଳେ ବିଭିନ୍ନ ହସ୍ପିଟାଲରେ ଯନ୍ତ୍ରାଂଶ ଅଚଳ ଥିବା ମଧ୍ୟ ମାନିଛନ୍ତି ମନ୍ତ୍ରୀ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:Body:

gs

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.