ETV Bharat / state

H3N2 Virus: ମନଇଚ୍ଛା ଔଷଧ ସେବନକୁ ବାରଣ କଲେ ସ୍ବାସ୍ଥ୍ୟ ବିଶେଷଜ୍ଞ

author img

By

Published : Mar 14, 2023, 4:10 PM IST

Updated : Mar 14, 2023, 4:16 PM IST

ନୂଆ ଭାଇରସ H3N2କୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସତର୍କ ବାଣୀ । ମନ ମନଇଚ୍ଛା ଔଷଧ ନ ଖାଇବାକୁ ସେ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ

H3N2 Virus
H3N2 Virus

ମନଇଚ୍ଛା ଔଷଧ ସେବନକୁ ବାରଣ କଲେ ସ୍ବାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ବର: ରାଜ୍ୟରେ ଇନଫ୍ଲୁଏଞ୍ଜା ଭୟ । ଅଯଥା ମନଇଚ୍ଛା ଔଷଧ ନ ଖାଇବାକୁ ବାରଣ କରିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ବିନା ପରାମର୍ଶରେ ଆଣ୍ଟିବାୟୋଟିକ ଓ ଷ୍ଟେରଏଡ ଖାଆନ୍ତୁ ନାହିଁ ବୋଲି ସେ କହିଛନ୍ତି । ଲୋକଙ୍କ ଦେହରେ ଲକ୍ଷଣ ବଢ଼ୁଥିବାରୁ ଆଗକୁ ଆଇଏଲଏସ ସର୍ଭିଲାନ୍ସ ବଢାଯିବ । ତେବେ କୋଭିଡ ଓ H3N2 ଭାଇରସର ଲକ୍ଷଣ ସମାନ। ଏଣୁ ଏହି ନୂଆ ଭାଇରସ ସଂକ୍ରମଣରୁ ବର୍ତ୍ତିବା ଲାଗି କୋଭିଡ ବେଳେ ଯେଉଁ ଗାଇଡଲାଇନ ପାଳନ କରାଯାଉଥିଲା ତାହାକୁ ପାଳନ କରିବା ସହ ନିଜକୁ ଆଇସୋଲେଟ କରିବାକୁ କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଅନ୍ୟପଟେ ସ୍ବାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର କହିଛନ୍ତି, "H3N2 ସହ ଇନଫ୍ଲୁଏଞ୍ଜା ୨ ମଧ୍ୟ ଏବେ ଜଣାପଡୁଛି । ଯାହା କମନ ବା ସିଜିନାଲ ଫ୍ଲୁ । ଏଥିରେ ଆଣ୍ଟିବାୟୋଟିକ ବା ଷ୍ଟେରଏଡ୍ ଦରକାର ନାହିଁ । ଯାହାର ଅକ୍ସିଜେନ ଲେଭଲ କମ୍ ରହୁଛି, ଶ୍ବାସଗତ ସମସ୍ୟା ରହୁଛି, ହାଇଫିଭର ରହୁଛି ସେମାନେ ଡାକ୍ତରଙ୍କ ପରାମର୍ଶରେ ଆଣ୍ଟି ଭାଇରାଲ ମେଡିସିନ ଖାଆନ୍ତୁ । ଅଯଥାରେ ଆଣ୍ଟି ବାୟୋଟିକ କି ଷ୍ଟେରଏଡ ନ ଖାଇବାକୁ ପରାମର୍ଶ ଦେଇଛନ୍ତି । H3N2 ଭାଇରସ ୩ ମାସ ହେଲା ଅଛି । ଏହା ଏକ ସିଜିନାଲ ଭାଇରସ ଯାହା ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମରୁ ଏହି ୱେଭ ସରିଯିବ।"

ଏହା ବି ପଢନ୍ତୁ- H3N2 Virus Scare: ସ୍ବାସ୍ଥ୍ୟ ବିଭାଗକୁ ଘାରିଲା ଭୟ, ଥଣ୍ଡା-କାଶ ଥିଲେ କୋଭିଡ଼ ଟେଷ୍ଟ କରିବାକୁ ପରାମର୍ଶ

କିଛି ଲୋକଙ୍କ ସଂକ୍ରମିତ ହୋଇ ଗୁରୁତର ହୋଇପଡ଼ିବେ । ଛୋଟ ପିଲା, ବୟସ୍କ ଲୋକ, ଗର୍ଭବତୀ ମହିଳା ଗୁରୁତର ହେବାର ଅଧିକ ସମ୍ଭାବନା ରହିଛି । ଲକ୍ଷଣ ଥିଲେ ମାସ୍କ ପିନ୍ଧନ୍ତୁ । ଯଦି କାଶ ଜ୍ବର ରହୁଛି ଓ ଅକ୍ସିଜେନ ଲେଭଲ କମ୍ ରହୁଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ସୂଚନା ଅନୁଯାୟୀ, ରାଜ୍ୟରେ ଦିନକୁ ଦିନ ଥଣ୍ଡା, କାଶ, ଜ୍ବର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୯ ଜଣରୁ ଅଧିକ H3N2 ଭାଇରସ ଆକ୍ରାନ୍ତ ଚିହ୍ନଟ ହେଲେଣି । ଏହି ଭାଇରସ ଦ୍ଵାରା ଦେଶରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟିଛି । କୋରୋନା ମାମଲା ବୃଦ୍ଧି ଉପରେ ନଜର ରଖିବା ସହ ଟେଷ୍ଟ, ଟ୍ରାକ୍, ଚିକିତ୍ସା, ଟୀକାକରଣ ଓ କୋରୋନା ନିୟମ ପାଳନ ଉପରେ ଗୁରୁତ୍ବ ଦିଆଯାଉଛି ।

ହାତ ଧୋଇବା ଓ କୋରୋନା ନିୟମ ପାଳନ ପାଇଁ ଲୋକଙ୍କୁ ସଚେତନ କରାଯାଉଛି । ଔଷଧ, ଅକ୍ସିଜେନ ଓ ଅନ୍ୟ ଆବଶ୍ୟକ ସାମଗ୍ରୀର ଷ୍ଟକ୍ ଉପରେ ନିରନ୍ତର ନଜର ରଖିବା ସହ ଆଇସିୟୁ ପ୍ରସ୍ତୁତ ରଖାଯାଉ ବୋଲି ସମସ୍ତ ମେଡିକାଲ କଲେଜ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ବର୍ତ୍ତମାନ ସମୟରେ କୋରୋନା ପରେ ପରେ ଏବେ H3N2 ଭାଇରସ ସଂକ୍ରମଣ ଖୁବ ଜୋରରେ ବଢିବାରେ ଲାଗିଛି । H3N2 ଇନଫ୍ଲୁଏଞ୍ଜାର ପ୍ରକୋପ ଦେଶର ଚିନ୍ତା ବଢାଇବାରେ ଲାଗିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 14, 2023, 4:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.