ETV Bharat / state

ଆଗକୁ ବଡ ବର୍ଷା, ଜଳବାହିତ ରୋଗ ନେଇ ସତର୍କ କରାଇଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Jul 25, 2023, 9:31 AM IST

ଆଗକୁ ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସମସ୍ତ ସିଡିଏମଓ ଏବଂ ପିଏଚଓକୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ବର୍ଷା ଦିନେ ଜଳବାହିତ ରୋଗ ନେଇ ଯେ କୌଣସି ଜରୁରୀକାଳୀନ ପରିସ୍ଥିତି ପାଇଁ ସତର୍କ ରହିବାକୁ ଆବଶ୍ୟକ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଅଧିକ ପଢନ୍ତୁ

Health director advisory for water borne diseases
ଜଳବାହିତ ରୋଗ ନେଇ ସତର୍କ କରାଇଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ଆଗକୁ ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ସମସ୍ତ ସିଡିଏମଓ ଏବଂ ପିଏଚଓକୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ବର୍ଷା ପୂର୍ବରୁ ବା ବର୍ଷା ପରେ ବିଶେଷ ଭାବରେ ଜଳବାହିତ ରୋଗ ଦେଖାଯାଇଥାଏ । ତେଣୁ ଏହି ଜଳବାହିତ ରୋଗ ହେତୁ ଯେକୌଣସି ଜରୁରୀକାଳୀନ ପରିସ୍ଥିତି ପାଇଁ ସତର୍କ ରହିବାକୁ ଆବଶ୍ୟକ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

  • Keeping in view the ongoing monsoon season, Director, Public Health, Dr Niranjan Mishra, has issued necessary advisory to all CDM&PHOs to remain alert for any emergency arising due to flash flood/heavy rainfall/possible outbreak of water borne diseases. #OdishaCares

    — H & FW Dept Odisha (@HFWOdisha) July 24, 2023 " class="align-text-top noRightClick twitterSection" data=" ">

ଆଗକୁ ବଡ଼ ବର୍ଷା ରହିଛି । ଏହାଦ୍ବାରା ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । ତେଣୁ ବନ୍ୟା ପାଣି ଛାଡ଼ିଲା ପରେ ବନ୍ୟାଞ୍ଚଳରେ ବିଭିନ୍ନ ରୋଗ ବଢିପାରେ । ବିଶେଷ ଭାବରେ ଜଳବାହିତ ରୋଗ ଯେପରି ଡାଇରିଆ, ମାଲେରିଆ, ଡେଙ୍ଗୁ ବଢିବା ସହ ସାପ କାମୁଡ଼ା ମାମଲା ସାମ୍ନାକୁ ଆସିପାରେ । ବନ୍ୟାଞ୍ଚଳରେ କିଭଳି ଭାବରେ ଜଳ ବିଶୋଧନ ହେବ ସେଥିପାଇଁ ଗୁରୁତ୍ଵ ଦିଆଯାଇଛି । ମେଡ଼ିକାଲ, ରିଲିଫ ସେଣ୍ଟର ମୋବାଇଲ ଟିମ୍‌, ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ଆଦିକୁ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କୁ ସଚେତନ କରାଯିବା ସହ ସଫା ସୁତୁରା ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଏହି ଜରୁରୀକାଳୀନ ପରିସ୍ଥିତି ସମୟରେ ଯେଭଳି ଭାବରେ ସତର୍କ ରହିବା ସହ ଜଳବାହିତ ରୋଗ ଯେଭଳି ନବ୍ୟାପେ ସେହିଭଳି ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

ସୂଚନା ଅନୁଯାୟୀ, ପଶ୍ଚିମ କେନ୍ଦ୍ରୀୟ ତତସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଅଧିକ ଘନୀଭୂତ ହୋଇ ୨୬ ତାରିଖ ବେଳକୁ ଅବପାତର ରୂପ ନେବାର ସମ୍ଭାବନା ରହିଛି । ଆଜିଠାରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବଡ଼ ବର୍ଷା ହେବାର ସମ୍ଭାବନା ରହିଛି । ସାରା ଓଡ଼ିଶା ଭିଜିବ । ବିଶେଷକରି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶା ଓ ଉପକୁଳ ଓଡ଼ିଶାରେ ଏହାର ପଡ଼ିବ ପ୍ରଭାବ । ଆସନ୍ତା ୨୪ ଘଣ୍ଟା ପାଇଁ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ପ୍ରବଳ ବର୍ଷା ନେଇ ୟୋଲୋ ୱାର୍ଣିଂ ଜାରି କରାଯାଇଛି ।

ଏହା ବି ପଢନ୍ତୁ...Dengue Menace: ଚିକିତ୍ସା ଅପେକ୍ଷା ପ୍ରତିଷେଧମୂଳକ ପଦକ୍ଷେପ ଜରୁରୀ କହିଲେ BMC କମିଶନର

ଆସନ୍ତାକାଲିଠାରୁ ବଢିବ ବର୍ଷା । ପ୍ରବଳରୁ ଅତି ପ୍ରବଳ ବର୍ଷା ଅର୍ଥାତ୍ ୭ ରୁ ୨୦ ସେମି ବର୍ଷା ହେବା ନେଇ ୬ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୯ ଜିଲ୍ଲାକୁ ୟୋଲ ୱାର୍ଣ୍ଣିଂ ଜାରି କରାଯାଇଛି । ମତ୍ସଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ବର୍ଷା ଦିନେ ବିଶେଷ କରି ଜଳବାହିତ ରୋଗରୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.