ETV Bharat / state

ଭିମସାର ନିର୍ଦ୍ଦେଶକ ପଦ ପାଇଁ ବିଜ୍ଞପ୍ତି, ଏପ୍ରିଲ ୨୦ ସୁଦ୍ଧା କରନ୍ତୁ ଆବେଦନ - ଭିମସାର ନ୍ୟୁଜ

ବୁର୍ଲା ଭିମସାରର ନିର୍ଦ୍ଦେଶକ ପଦବୀ ପୂରଣ ପାଇଁ ବିଜ୍ଞାପନ ପ୍ରକାଶ । ଏପ୍ରିଲ ୨୦ ତାରିଖ ସନ୍ଧ୍ୟା ଆବେଦନ କରିପାରିବେ ଆଶାୟୀ । ଅଧିକ ପଢନ୍ତୁ

ଭିମସାର ନିର୍ଦ୍ଦେଶକ ପଦ ପାଇଁ ବିଜ୍ଞପ୍ତି
ଭିମସାର ନିର୍ଦ୍ଦେଶକ ପଦ ପାଇଁ ବିଜ୍ଞପ୍ତି
author img

By

Published : Mar 19, 2023, 9:10 AM IST

ଭୁବନେଶ୍ବର: ବୁର୍ଲା ଭିମସାରର ନିର୍ଦ୍ଦେଶକ ପଦବୀ ପୂରଣ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି । ଭିଏସ୍ଏସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚର ନିର୍ଦ୍ଦେଶକ ପଦବୀ ପାଇଁ ଆବେଦନକାରୀଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି ନିଯୁକ୍ତି ୩ ବର୍ଷ ପାଇଁ ହେବ । ଏପ୍ରିଲ ୨୦ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ଆଶାୟୀମାନେ ଆବେଦନ ସହ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବଙ୍କୁ ପଠାଇବାକୁ ନିର୍ଦ୍ଦେଶ ରହିଛି ।

ଭିମସାର ନିର୍ଦ୍ଦେଶକ ପଦ ପାଇଁ ବିଜ୍ଞପ୍ତି
ଭିମସାର ନିର୍ଦ୍ଦେଶକ ପଦ ପାଇଁ ବିଜ୍ଞପ୍ତି

ଯୋଗ୍ୟତା ଏବଂ ଅଭିଜ୍ଞତା: ଏକ ମେଡିକାଲ୍ କଲେଜ ଓ ଅନୁଷ୍ଠାନରେ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଓ ରିଡର୍ ଭାବରେ ସର୍ବନିମ୍ନ ୧୦ ବର୍ଷର ଶିକ୍ଷାଦାନର ଅଭିଜ୍ଞତା ଥିବା ଆବଶ୍ୟକ । ଏମସିଆଇ ସ୍ୱୀକୃତିପ୍ରାପ୍ତ ଏକ ଅନୁଷ୍ଠାନରୁ ଡାକ୍ତରୀ ସ୍ନାତକୋତ୍ତର ଯୋଗ୍ୟତା ଏବଂ ଅନ୍ୟାନ୍ୟ ଏକାଡେମିକ୍ ଯୋଗ୍ୟତା ରହିଥିବା ଆବଶ୍ୟକ । ଯେଉଁଥିରୁ ଅତିକମରେ ୫ ବର୍ଷ ପ୍ରଫେସର ଭାବରେ ଶିକ୍ଷାଦାନ କରିଥିବା ଆବଶ୍ୟକ । ଏହି ନିଯୁକ୍ତି ପାଇଁ ବିଭାଗ ମୁଖ୍ୟମାନଙ୍କୁ ଅଗ୍ରାଧିକାର ଦିଆଯାଇପାରେ ।

ବୟସ ସୀମା: ୨୦୨୩ ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ୬୦ ବର୍ଷ ବୟସ ପୂରଣ କରିଥିବା କୌଣସି ବ୍ୟକ୍ତି ଆବେଦନ କରିବାକୁ ଯୋଗ୍ୟ ହେବେ ନାହିଁ । ସରକାରୀ ବିଭାଗ, ସ୍ୱୟଂଶାସିତ ସଂଗଠନ ଏବଂ ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଙ୍ଗରେ ନିଯୁକ୍ତ ପାଇଥିବା କର୍ମଚାରୀ ସେମାନଙ୍କ କର୍ତ୍ତୃପକ୍ଷଙ୍କ ଠାରୁ ଏକ NOC ଆଣି ନିଜର ଆବେଦନ କରିବେ । ନିର୍ଦ୍ଧାରିତ ଫର୍ମାଟରେ ଆବେଦନ କରାଯିବ । ସମସ୍ତ କ୍ଷେତ୍ରରେ ଆବଶ୍ୟକ ଡକ୍ୟୁମେଣ୍ଟ ସହିତ ସ୍ପିଡ୍ ପୋଷ୍ଟ କିମ୍ବା ପଞ୍ଜୀକୃତ ପୋଷ୍ଟ ଦ୍ଵାରା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବଙ୍କୁ ପଠାଯିବ ।

ଯେଉଁମାନେ ଆବେଦନ କରିବେ ସେମାନେ (orhealthnic in and medicaleducation1odisha@gmail.com) ରେ ପଠାଇବେ । ଏପ୍ରିଲ ୨୦ ତାରିଖ ସନ୍ଧ୍ୟା ୫ଟା ପୂର୍ବରୁ ଆବେଦନ କରି ସମସ୍ତ ଡକ୍ୟୁମେଣ୍ଟ ପଠାଇବା ଆବଶ୍ୟକ । ଆବେଦନ ସହିତ ସଂଲଗ୍ନ ହେବାକୁ ଥିବା ଦଲିଲ ଗୁଡ଼ିକ ହେଲା ଫଟୋ, ଏଚଏସସି ସାର୍ଟିଫିକେଟ୍, ଏମବିବିଏସଅ କିମ୍ବା ଏମଡି ପାସ୍ ସାର୍ଟିଫିକେଟ୍, ଡାକ୍ତରୀ ପଞ୍ଜୀକରଣ ପ୍ରମାଣପତ୍ର, ଶିକ୍ଷାଦାନର ଅଭିଜ୍ଞତା ପ୍ରମାଣପତ୍ର, ରିସର୍ଚ୍ଚ ପେପର ଏବଂ NOC ।

ଯେଉଁ ଆବେଦନଗୁଡିକ ଅସମ୍ପୂର୍ଣ୍ଣ ବୋଲି ଜଣାପଡ଼ିବ ତାହା ଆବେଦନର ଶେଷ ତାରିଖ ପରେ ଏହାକୁ ପ୍ରତ୍ୟାଖ୍ୟାନ କରାଯିବ । ଏଥିପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ କୌଣସି ପ୍ରକାରର ଦାୟୀ ରହିବ ନାହିଁ । ଯଦି କୌଣସି ବ୍ୟକ୍ତି ମିଥ୍ୟା ପ୍ରମାଣପତ୍ର ଦେଇ ଆବେଦନ କରିଛି ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.