ETV Bharat / state

ଆଗାମୀ ୩୦ରୁ ୪୦ ଦିନ ପର୍ଯ୍ୟନ୍ତ ସତର୍କ, ହକି ବିଶ୍ଵକପ ପାଇଁ ପ୍ରସ୍ତୁତି

author img

By

Published : Jan 2, 2023, 8:00 PM IST

ବିଦେଶରେ ବଢୁଛି କୋରୋନା ସଂକ୍ରମଣ । ହକି ବିଶ୍ବକପ ପାଇଁ ରାଜ୍ୟରେ ଆଗାମୀ ୩୦ରୁ ୪୦ ଦିନ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଅଧିକ ପଢନ୍ତୁ

hockey world cup
hockey world cup

ହକି ବିଶ୍ଵକପ ପାଇଁ ପ୍ରସ୍ତୁତି

ଭୁବନେଶ୍ବର: ଆଗକୁ ହେବାକୁ ଯାଉଛି ହକି ବିଶ୍ବକପ। ବିଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ରାଜ୍ୟରେ ଆଗାମୀ 30ରୁ 40 ଦିନ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ପଡିବ। ବର୍ତ୍ତମାନ ରାଜ୍ୟରେ ସବୁଠାରୁ କମ୍ ରହିଛି କୋରୋନା ସଂକ୍ରମଣ । ଅନ୍ୟପଟେ ଯେଉଁ ସ୍ଥାନରେ ହକି ଖେଳ ହେବ ସେଠାରେ ଅଧିକ ଟେଷ୍ଟିଂକୁ ଗୁରୁତ୍ଵ ଦିଆଯାଉଛି ।

ବିଶେଷ ଭାବରେ ଭୁବନେଶ୍ଵର କଟକ ଏବଂ ରାଉରକେଲାରେ ଟେଷ୍ଟ ବ୍ୟବସ୍ଥା କରାଯାଉଛି । ଷ୍ଟାଡିୟମ ମଧ୍ୟରେ ମଧ୍ୟ ଟେଷ୍ଟିଂ ବ୍ୟବସ୍ଥା କରାଯିବ । ବର୍ତ୍ତମାନ ସୁଧା ରାଜ୍ୟରେ ସଂକ୍ରମଣ ବୃଦ୍ଧି ଘଟିନାହିଁ । ତେବେ ଯଦି ଅନ୍ୟ ରାଜ୍ୟରେ ବଢେ କିଛି ଦିନ ପରେ ଆମ ରାଜ୍ୟରେ ବଢ଼ିବା ସମ୍ଭାବନା ରହିଛି । ତେଣୁ ତାପାଇଁ ପ୍ରତିଷେଧକ ବ୍ୟବସ୍ଥା କରାଯାଇଛି । ଦେଶରେ XBB 1.5 ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ଥର କୋରୋନା ତାର ରୂପ ବଦଳାଇଲାଣି । କିନ୍ତୁ ଏହାର ଲକ୍ଷଣ ଓ ଭୟାବହତା କେତେ ହେବ ଜଣାପଡି ନାହିଁ । ସେନେଇ ପରୀକ୍ଷା ଚାଲିଛି । ଏଥିସହିତ ବିଭିନ୍ନ ସ୍ବାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତାମତ ନିଆଯାଉଛି ।

ଅନ୍ୟପଟେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ନଭେମ୍ବର 11 ତାରିଖରୁ କୋଭିଡ ସଂକ୍ରମଣ ସଂଖ୍ୟା 12 ତଳେ ରହୁଛି । ବର୍ତ୍ତମାନ ରାଜ୍ୟରେ ମାତ୍ର 50 ଜଣ ରୋଗୀ ରହିଛନ୍ତି । ଆଗକୁ ସଂକ୍ରମଣ ବଢିପାରେ କିନ୍ତୁ ଏହା କେତେ କ୍ଷତି ପହଞ୍ଚାଇବ, ଲକ୍ଷଣ କେତେ ଭୟଙ୍କର ହେବ ତାହାର ତଥ୍ୟ ଆସିନାହିଁ । ଏନେଇ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ସମସ୍ତ ମେଡ଼ିକାଲ୍ କଲେଜରେ ୨୦ ଟି ଲେଖାଏଁ ବେଡ୍ ମହଜୁଦ ରହିଛି । ଜିଲ୍ଲା ଚିକିତ୍ସାଳୟରେ ବି ବେଡ୍ ମହଜୁଦ ରହିଛି । ଆବଶ୍ୟକ ପଡିଲେ ବେଡ୍ ସଂଖ୍ୟା ମଧ୍ୟ ବଢାଯିବ । ସେ ସାମର୍ଥ୍ୟ ସ୍ବାସ୍ଥ୍ୟ ବିଭାଗ ପାଖରେ ରହିଛି । ହକି ପାଇଁ କଟକ, ଭୁବନେଶ୍ବର ଓ ରାଉରକେଲା ର ସମସ୍ତ ଅର୍ବାନ ପି.ଏଚ. ସି ଏବଂ ସି. ଏଚ. ସି ରେ ସମସ୍ତ ଙ୍କ ଟେଷ୍ଟିଂ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ଏହାସହ ହକି ଷ୍ଟାଡିୟମ ଭିତରେ ମଧ୍ୟ ଟେଷ୍ଟଙ୍ଗ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଉଥିବା ନେଇ ସୂଚନା ଦେଇଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.