ETV Bharat / state

ବର୍ତ୍ତମାନ ସଂକ୍ରମଣ ରହିଛି, ଭିଡ ସ୍ଥାନକୁ ଗଲେ ନିଜକୁ ସୁରକ୍ଷିତ ରଖନ୍ତୁ: ସ୍ୱାସ୍ଥ୍ୟ ବିଶେଷଜ୍ଞ

author img

By

Published : Jan 14, 2023, 7:40 AM IST

କୌଣସି ବ୍ୟକ୍ତିଙ୍କ ଦେହରେ ଜ୍ଵର, କାଶ, ଥଣ୍ଡା ହେଲେ ସେହି ସମୟରେ ନିଜକୁ ଅଲଗା କରି ରହିବା ସହ ଉଚିତ ସମୟରେ ଡାକ୍ତରଙ୍କ ପରାମର୍ଶ ନେବାକୁ କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ସମ୍ପତ ଦାସ । ଅଧିକ ପଢନ୍ତୁ

health department
health department
କୋଭିଡକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ

ଭୁବନେଶ୍ବର: ବିଦେଶରେ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ଆମ ଦେଶରେ କୋରୋନା ନେଇ ବର୍ତ୍ତମାନ ଯାଏ କୌଣସି ଭୟ ନାହିଁ । ହେଲେ ତେଣୁ ଭିଡ ସ୍ଥାନକୁ ଯିବା ଆଗରୁ କୋଭିଡର ଯେଉଁ ନିର୍ଦ୍ଦେଶାବଳୀ ରହିଛି ତାହା ପାଳନ କରିବା ଆବଶ୍ୟକ । ଏହା ମଧ୍ୟରେ ଯଦି କୌଣସି ଲୋକର ଦେହରେ ଜ୍ଵର, କାଶ, ଥଣ୍ଡା ରହୁଛି ଯାହାକୁ ନେଇ ସନ୍ଦେହ ହେଉଛି ସେହି ସମୟରେ ନିଜକୁ ଅଲଗା କରି ରହିବା ସହ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ଶେଷ ଦୁଇ ବର୍ଷ କୋଭିଡ ରେ ଅନେକ ଲୋକ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବର୍ତ୍ତମାନ ସମୟରେ ଦେଖିବାକୁ ମିଳୁଛି ଯେ, ଯେଉଁ ମାନଙ୍କୁ କୋଭିଡ ହୋଇଥିଲା ଯେମିତିକି ଅତ୍ୟଧିକ ଗୁରୁତର ଭାବରେ ହେଉ ବା ଅଧିକ ବୟସଙ୍କ କ୍ଷେତ୍ରରେ ହେଉ କୋଭିଡ ପରବର୍ତ୍ତୀ ସମୟରେ କିଛି ନା କିଛି ଲକ୍ଷଣ ଦେଖାଯାଉଛି । ଯଥା କାଶ ହେବା, କଫ ବାହାରିବା, ନିଶ୍ଵାସ ପ୍ରଶ୍ବାସ ନେବାରେ ଅସୁବିଧା ହେବା । ତେବେ ରାଜ୍ୟରେ ବର୍ତ୍ତମାନ ଯେହେତୁ କୋଭିଡ ନାହିଁ କୋଭିଡର ଡର କମି ଗଲାଣି । କିନ୍ତୁ ଯେଉଁ ଲୋକମାନେ କୋଭିଡରୁ ଭଲ ହୋଇଛନ୍ତି ସେମାନେ କିଭଳି ନିଜର ଫୁସଫୁସର ଯତ୍ନ ନେବେ ବା ସୁରକ୍ଷିତ ରଖିବେ ସେନେଇ ପଦକ୍ଷପ ନେବା ଆବଶ୍ୟକ।

ବର୍ତ୍ତମାନ ସମୟରେ ଭୁବନେଶ୍ଵର ଓ ରାଉରକେଲାରେ ହକି ବିଶ୍ଵକପ ଆରମ୍ଭ ହୋଇଛି । ଅନେକ ଦେଶରୁ ଲୋକମାନେ ଆସୁଛନ୍ତି ହକି ବିଶ୍ଵକପ ଦେଖିବାକୁ । ଅଲଗା ଦେଶ ମାନଙ୍କରେ ସଂକ୍ରମଣ ବଢୁଥିବାରୁ ଆମ ଦେଶରେ ସଂକ୍ରମଣ ଆସିବ କି ନାହିଁ ସେନେଇ ଅନେକ ଲୋକମାନେ ଦ୍ଵନ୍ଦରେ ରହିଛନ୍ତି । ତେବେ ବର୍ତ୍ତମାନ ପରିସ୍ଥିତି ଯାହା ରହିଛି ଦେଶରେ ଅଧିକ ସଂକ୍ରମଣ ନାହିଁ ।

ବର୍ତ୍ତମାନ ସମୟରେ ରାଜ୍ୟରେ ହକି ବିଶ୍ଵକପ ଆରମ୍ଭ ହୋଇଛି । ଏନେଇ ଅନେକ ହକି ପ୍ରେମୀ ମାନେ ଖେଳ ଦେଖିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। କିନ୍ତୁ ନିଜକୁ ସୁରକ୍ଷିତ ରଖିବା ପାଇଁ ହେଲେ କୋଭିଡର ଯାହା ନିର୍ଦେଶାବଳୀ ରହିଛି ତାହାକୁ ପାଳନ କରିବା ଅବଶ୍ୟକ ରହିଛି। ଯେପରି କାଶ ହେଲେ ହାତ ଦେଇ କାଶିବା, ମାକ୍ସ ପିନ୍ଧିବା ସହ ଧୁମ୍ର ପାନ ଓ ଧୂଳି ଧୁଆଁ ପାଖକୁ ନଯିବାକୁ କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଏଥିସହ ସେ କହିଛନ୍ତି ଯେ, ଯଦି କୌଣସି ବ୍ୟକ୍ତିଙ୍କ ଦେହରେ ଜ୍ଵର, କାଶ, ଥଣ୍ଡା ରହୁଛି ତେବେ ସେହି ସମୟରେ ନିଜକୁ ଅଲଗା କରି ରହିବା ସହ ଉଚିତ ସମୟରେ ଡାକ୍ତରଙ୍କ ପରାମର୍ଶ ନେବାକୁ କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ସମ୍ପତ ଦାସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.