ETV Bharat / state

କରୋନା ପରେ ଏବେ H3N2 ଭାଇରସ, ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ

author img

By

Published : Mar 10, 2023, 10:18 PM IST

ପୁଣି ଡରାଇଲାଣି H3N2 ଭାଇରସ୍। ଏହି ଭାଇରସରେ ଭାରତରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଅଧିକ ପଢନ୍ତୁ

H3N2 viral infection
H3N2 viral infection
ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ବର: କୋରୋନା ପରେ ପୁଣି ଡରାଇଲାଣି H3N2 ଭାଇରସ୍ । ଏହି ଭାଇରସରେ ପ୍ରଥମଥର ପାଇଁ ଭାରତରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ମୃତକଙ୍କ ଭିତରେ ରହିଛନ୍ତି ହରିୟାଣା ଓ କର୍ଣ୍ଣାଟକ ବାସିନ୍ଦା । ବର୍ତ୍ତମାନ ସମୟରେ କରୋନା ପରେ ଏବେ H3N2 ଭାଇରସ ସଂକ୍ରମଣ ଖୁବ ଜୋରରେ ବଢିବାରେ ଲାଗିଛି । H3N2 ଭାଇରସର ପ୍ରକୋପ ଦେଶର ଚିନ୍ତା ବଢାଇବାରେ ଲାଗିଛି । ପୂର୍ବରୁ କୋରୋନା ମହାମାରୀ ପାଇଁ ଲୋକଙ୍କ ମନରେ ବର୍ତ୍ତମାନ ସୁଧା ଭୟ ଯାଇନଥିବା ବେଳେ ଏବେ ସାମ୍ନାକୁ ଆସିଛି H3N2 ଭାଇରସ । ଏହି ରୋଗ ସାଧାରଣ ଭାବରେ ବର୍ଷାଦିନେ କିମ୍ବା ପାଣିପାଗ ପରିବର୍ତ୍ତନ ସମୟରେ ଅଧିକ ଭାବରେ ଜଣାପଡେ । ମଣିଷର ନାକ, ଗଳା, ଫୁସଫୁସକୁ ପ୍ରଭାବିତ କରୁଥିବା ଏହି ରୋଗ ବିଶେଷ ଭାବେ ପରବର୍ତ୍ତୀ ସମୟରେ ଘାତକ ହୋଇଥାଏ । ତେବେ ଏପର୍ଯ୍ୟନ୍ତ ଭାରତରେ 2ଜଣଙ୍କ ମୃତ୍ୟୁ ପରେ ଏହା ପ୍ରମାଣିତ ହୋଇଛି ।

H3N2 ଭାଇରସ କଣ ଓ ଏହାର ଲକ୍ଷଣ କଣ? : ଅନ୍ୟାନ୍ୟ ଭୂତାଣୁ ଜନିତ ଫ୍ଲୁ ଭଳି ଏକ ଫ୍ଲୁ। ମୁଖ୍ୟତଃ କାଶ ଛିଙ୍କରେ ବାହାରୁଥିବା ସୂକ୍ଷ୍ମ ଜଳକଣିକା ଦ୍ଵାରା ବାୟୁ ମାଧ୍ୟମରେ ବ୍ୟାପେ। ରୋଗୀର ଲାଳ, ସିଙ୍ଘାଣି ,ଛେପ, ଖଙ୍କାର ଆଦି ସଂସ୍ପର୍ଶରେ ଆସିଲେ ଏହା ସଂକ୍ରମିତ ହୁଏ । ଯେଉଁଥି ପାଇଁ ଅଯଥା ଭୟଭୀତ ନହେବା ସହ ଗୁଜବକୁ ବିଶ୍ବାସ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଜ୍ଵର, କାଶ, ଅଣନିଶ୍ଵାସ ଲାଗିବା ଆଦି ଏହାର ଲକ୍ଷଣ । କିଛି କ୍ଷେତ୍ରରେ ମଧ୍ୟ ନିମୋନିଆ ହୋଇପାରେ । କୋଭିଡ ପାଇଁ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥିବା ବ୍ୟକ୍ତି ଏଥିରେ ସହଜରେ ଆକ୍ରାନ୍ତ ହେବା ସମ୍ଭାବନା ଅଛି ।

ଭାଇରସରୁ କିପରି ରହିବେ ସତର୍କ:- ମାକ୍ସ ବ୍ୟବହାର କରନ୍ତୁ । କାଶିବା ଛିଙ୍କିବା ସମୟରେ ମୁହଁରେ ରୁମାଲ ଓ ଟିସୂ ପେପର ଦିଅନ୍ତୁ । ପ୍ରଚୁର ଭାବରେ ପାଣି ପିଆନ୍ତୁ । ନିକଟସ୍ଥ ସ୍ୱାସ୍ଥ୍ୟ କର୍ମୀ ଓ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ।

କଣ କଣ କରିବେ ନାହିଁ:- ନାକ ଓ ପାଟିରେ ଆପରିଷ୍କାର ହାତ ଲଗାନ୍ତୁ ନାହିଁ । ନିଜ ଇଚ୍ଛାରେ ଔଷଧ ଖାଆନ୍ତୁ ନାହିଁ । ସର୍ବସାଧାରଣ ସ୍ଥାନରେ ଛେପ ପକାନ୍ତୁ ନାହିଁ । ଲକ୍ଷଣ ଥିବା ବ୍ୟକ୍ତିଙ୍କ ସହ ଏକତ୍ର ବସି ଖାଆନ୍ତୁ ନାହିଁ ।

ତେବେ ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, H3N2 ଭାଇରସ ଦ୍ଵାରା ଦେହରେ ଜ୍ଵର, କାଶ ସହ ଦେହ ହାତ ଗୋଳା ବିନ୍ଧା ହେବ । ଏହାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ପଦ୍ଧତି ନାହିଁ । ଏହାର ଲକ୍ଷଣ କୋଭିଡ ଭଳି । ଏନେଇ ICMR ଏକ ନିର୍ଦ୍ଦେଶାବଳୀ ଜାରି କରିଥିଲା । ଏହାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଏକ ନିର୍ଦ୍ଦେଶାବଳୀ ଜାରି କରିଛି । ଏହା ଜଣଙ୍କ ପାଖରୁ ଆଉ ଜଣଙ୍କ ପାଖକୁ ବ୍ୟାପିଥାଏ । ଏହି ରୋଗ ସାଧାରଣ ଭାବରେ ବସନ୍ତ ଋତୁରେ ହୋଇଥାଏ । ତେବେ ଲୋକଙ୍କ ମତାମତ ଯେ କୋଭିଡର ପରବର୍ତ୍ତୀ ସମୟରେ ଏହି ରୋଗ ଅଧିକ ବ୍ୟାପୁଛି ବୋଲି କହିଛନ୍ତି । ଏହି ରୋଗ ଦ୍ଵାରା ମୃତ୍ୟୁ ଘଟିବାର ସମ୍ଭାବନା ରହିଛି । ଓଡିଶାରେ ଏହି ରୋଗ ବାହାରିଛି ଯାହାକୁ ICMR ଭୁବନେଶ୍ଵର ଷ୍ଟାଡିଂ କରୁଛି ବୋଲି କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.