ETV Bharat / state

କିନ୍ନରମାନଙ୍କ କ୍ୟାନସର ଚିକିତ୍ସା ପାଇଁ 'ପ୍ରାଇଡ ଆଣ୍ଡ ପ୍ରିଭିଲେଜ' କାର୍ଡର ଶୁଭାରମ୍ଭ

author img

By

Published : Apr 29, 2023, 9:59 PM IST

ଲିଙ୍ଗଗତ ପରିଚୟ ନିର୍ବିଶେଷରେ ସମସ୍ତଙ୍କ ପାଖରେ ସମାନ ଭାବେ ସ୍ୱାସ୍ଥ୍ୟ ସେବା ଓ କ୍ୟାନସର ଯତ୍ନ ସେବା ପହଞ୍ଚାଇବା ପାଇଁ ପଦକ୍ଷେପ ଗ୍ରହଣ କରିଛି ଏଚସିଜି ପଣ୍ଡା କ୍ୟାନସର ହସ୍ପିଟାଲ । ହସ୍ପିଟାଲ ପକ୍ଷରୁ ଏଚସିଜି ପ୍ରାଇଡ ଆଣ୍ଡ ପ୍ରିଭିଲେଜ କାର୍ଡକୁ ଶୁଭାରମ୍ଭ କରାଯାଇଛି । ଅଧିକ ପଢ଼ନ୍ତୁ

କିନ୍ନରମାନଙ୍କ କ୍ୟାନସର ଚିକିତ୍ସା ପାଇଁ 'ପ୍ରାଇଡ ଆଣ୍ଡ ପ୍ରିଭିଲେଜ' କାର୍ଡ

ଭୁବନେଶ୍ବର: ଏଚସିଜି ପଣ୍ଡା କ୍ୟାନସର ହସ୍ପିଟାଲ ପକ୍ଷରୁ ଲିଙ୍ଗଗତ ପରିଚୟ ନିର୍ବିଶେଷରେ ସମସ୍ତଙ୍କ ପାଖରେ ସମାନ ଭାବେ ସ୍ୱାସ୍ଥ୍ୟ ସେବା ଓ କ୍ୟାନସର ଯତ୍ନ ସେବା ପହଞ୍ଚାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ହସ୍ପିଟାଲ ପକ୍ଷରୁ ଏଚସିଜି ପ୍ରାଇଡ ଆଣ୍ଡ ପ୍ରିଭିଲେଜ କାର୍ଡକୁ ଶୁଭାରମ୍ଭ କରି କିନ୍ନର ମାନଙ୍କ ଲାଗି ଏହାର ସେବାକୁ ସମ୍ପ୍ରସାରଣ କରାଯାଇଛି । କିନ୍ନର ଗୋଷ୍ଠୀଙ୍କୁ ନିରବଚ୍ଛିନ୍ନ ଭାବରେ କ୍ୟାନସର କେୟାର ପ୍ରଦାନ କରିବା ଲାଗି ରହିଥିବା ଲକ୍ଷ୍ୟ ଅନୁସାରେ ହସ୍ପିଟାଲ ପକ୍ଷରୁ ଏହା ଆରମ୍ଭ କରାଯାଇଛି ।

ଏହି ଅବସରରେ ଏଚସିଜି ହସ୍ପିଟାଲସର ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ପ୍ରତୀକ ଜୈନ କହିଛନ୍ତି, "ଏଚସିଜି ପଣ୍ଡା କ୍ୟାନସର ହସ୍ପିଟାଲ୍ ଜରିଆରେ ଏଚସିଜି ପ୍ରାଇଡ ଆଣ୍ଡ ପ୍ରିଭିଲେଜ କାର୍ଡକୁ ଉନ୍ମୋଚନ କରାଯାଇଛି । କିନ୍ନର ଗୋଷ୍ଠୀ ସାମ୍ନା କରୁଥିବା ବିଭିନ୍ନ ସମସ୍ୟାର ମୁକାବିଲା କରିବା ଏବଂ କ୍ୟାନସର ସେବାକୁ ନିରବଚ୍ଛିନ୍ନ କରିବା ପାଇଁ ସ୍ବତନ୍ତ୍ର ଭାବେ ଏହି କାର୍ଡକୁ ପ୍ରସ୍ତୁତ କରାଯାଇଛି । ଉଚ୍ଚ ମାନର ଚିକିତ୍ସା ସେବା ସମସ୍ତଙ୍କ ଅଧିକାର ବୋଲି ଦୃଢ଼ ବିଶ୍ବାସ ରହିଛି । ସମସ୍ତଙ୍କ ଉଚ୍ଚିତ ପଦକ୍ଷେପ ଜରିଆରେ କିନ୍ନର ଗୋଷ୍ଠୀଙ୍କୁ ଆଗକୁ ଆସିବା ଏବଂ ଆବଶ୍ୟକ ହେଉଥିବା ସଠିକ ଚିକିତ୍ସା ଗ୍ରହଣ କରିବାକୁ ଅନୁପ୍ରାଣିତ କରିବାକୁ ପ୍ରୟାସ କରାଯାଉଛି ।" ସେହିଭଳି ଏଚସିଜି ପଣ୍ଡା କ୍ୟାନସର ହସ୍ପିଟାଲ୍‌ର ମେଡିକାଲ ଡାଇରେକ୍ଟର ଡାକ୍ତର କୃପାସିନ୍ଧୁ ପଣ୍ଡା କହିଛନ୍ତି, "ସ୍ବାସ୍ଥ୍ୟସେବା ପେସାଦାର ଭାବେ ଜଣଙ୍କ ଲିଙ୍ଗ, ଜାତି କିମ୍ବା ଯୌନ ଆକର୍ଷଣରେ ବାଛବିଚାର ନକରି ଆମେ ନିଶ୍ଚିତ ରୂପେ ଶ୍ରେଷ୍ଠ ମାନର ଚିକିତ୍ସା ପ୍ରଦାନ କରିବା ଦରକାର । ପ୍ରାଇଡ୍ ଆଣ୍ଡ୍ ପ୍ରିଭିଲେଜ୍‌ କାର୍ଡ ସହିତ ଆମେ ଆଶା କରୁଛୁ ଯେ କିନ୍ନର ଗୋଷ୍ଠୀଙ୍କ ପ୍ରତି ରହିଥିବା ଅସମାନତା ଦୂର ହେବ ଏବଂ ସମାଜର ଚାପ ବିନା ଶ୍ରେଷ୍ଠ ସ୍ୱାସ୍ଥ୍ୟ ସେବା ସେମାନଙ୍କୁ ମିଳିବାରେ ସହାୟକ ହେବ ।"

ଏପଟେ କିନ୍ନର କର୍ମୀ ତଥା ସମାଜସେବୀ ମୀରା ପରିଡ଼ା କହିଛନ୍ତି, "ଓଡ଼ିଶାର କିନ୍ନର ଗୋଷ୍ଠୀଙ୍କୁ ସେବା ପ୍ରଦାନ କରିବା ପାଇଁ ଏଚ୍‌ସିଜି ସେବାର ସମ୍ପ୍ରସାରଣକୁ ଦେଖି ମୁଁ ଆନନ୍ଦିତ । ଆମ ଗୋଷ୍ଠୀର ସ୍ବାସ୍ଥ୍ୟ ସେବା ଆବଶ୍ୟକତା ସମେତ କ୍ୟାନସର ଯତ୍ନକୁ ପୂରଣ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ନୂତନଭାବେ ଉନ୍ମୋଚନ କରାଯାଇଥିବା ପ୍ରାଇଡ ଆଣ୍ଡ ପ୍ରିଭିଲେଜ କାର୍ଡ ହେଉଛି ଏକ ପ୍ରଶଂସାଯୋଗ୍ୟ ଉଦ୍ୟମ । ଯାହା ଆମ ପାଖରେ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବ ଏବଂ ଆମକୁ ସମାଜ ସହ ଯୋଡ଼ିବ ଓ ମାନ୍ୟତା ମିଳିବା ଭଳି ଅନୁଭବ ପ୍ରଦାନ କରିବ । ମୁଁ ଆଶା କରୁଛି ଯେ ଏହି ଉଦ୍ୟମ ଅନ୍ୟ ସ୍ବାସ୍ଥ୍ୟସେବା ପ୍ରଦାନକାରୀମାନଙ୍କୁ ଏହାକୁ ଦୋହରାଇବା ଏବଂ ସମସ୍ତଙ୍କ ପାଇଁ ଏକ ଅନ୍ତର୍ଭୁକ୍ତୀକରଣ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକାରୀ କରିବାରେ ସହାୟକ ହେବ ।" ତେବେ କିନ୍ନର ଗୋଷ୍ଠୀଙ୍କୁ ନିରବଚ୍ଛିନ୍ନ କ୍ୟାନସର କେୟାର ପ୍ରଦାନ କରିବା ଲାଗି ରହିଥିବା ଲକ୍ଷ୍ୟ ଅନୁସାରେ ହସ୍ପିଟାଲ ପକ୍ଷରୁ ଏକ କାର୍ଯ୍ୟକ୍ରମ ଅୟୋଜନ କରାଯାଇଥିଲା । ଯେଉଁଥିରେ ଭୁବନେଶ୍ବର କେନ୍ଦ୍ର ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଓ କିନ୍ନର ବ୍ୟକ୍ତିଙ୍କ ଜାତୀୟ ପରିଷଦ, ପୂର୍ବ ଭାରତର ଉପଦେଷ୍ଟା ତଥା ଏନଜିଓ ଶଖାର ପ୍ରତିଷ୍ଠାତା ମୀରା ପରିଡ଼ା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଓଡ଼ିଶା ପର୍ଯ୍ୟଟନ ନିଗମର ଅଧ୍ୟକ୍ଷ ଲେନିନ ମହାନ୍ତି, ବଲିଉଡ ଅଭିନେତ୍ରୀ ସ୍ବପ୍ନା ପତି, ଓଲିଉଡ୍ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର, ସକାଳର ପ୍ରକାଶକ ଅମିତ ମଲ୍ଲିକ ଓ ବିଭିନ୍ନ ଘରୋଇ ସଂସ୍ଥାରେ ଉଚ୍ଚ ପଦରେ କାର୍ଯ୍ୟ କରୁଥିବା କିନ୍ନର ବର୍ଗର ଲୋକମାନେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.