ETV Bharat / state

ରାଜଧାନୀରେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଜ୍ୱାଇଁ ନାଁରେ ବଧୂହତ୍ୟା ଅଭିଯୋଗ

author img

By

Published : Oct 25, 2022, 8:54 PM IST

ରାଜଧାନୀରେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ସଫୱୟାର ଇଞ୍ଜିନିୟର କହି ବିବାହ କରିଥିବା ଜ୍ବାଇଁ ନାଁରେ ବଧୂହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ପରିବାର । ଅଧିକ ପଢନ୍ତୁ

ରାଜଧାନୀରେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଜ୍ବାଇଁ ନାଁରେ ବଧୂହତ୍ୟା ଅଭିଯୋଗ

ଭୁବନେଶ୍ବର: ରାଜଧାନୀରେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି (Hanging dead body of woman found in Tamando) । ଝିଅର ମୃତ୍ୟୁ ପରେ ଜ୍ବାଇଁ ବିରୋଧରେ ବଧୂ ହତ୍ୟା ଅଭିଯୋଗ ଆଣିଛନ୍ତି ମହିଳାଙ୍କ ପରିବାର । ମୃତ ମହିଳାଙ୍କ ସ୍ବାମୀ ସଫ୍ଟୱୟାର ଇଞ୍ଜିନିୟର କହି ବିବାହ କରିଥିବା ବେଳେ ପରବର୍ତ୍ତୀ ସମୟରେ ସେ ପାଣି ବ୍ୟବସାୟୀ ବୋଲି ଜଣାପଡ଼ିଥିଲା । ମହିଳାଙ୍କୁ ଯୌତୁକ ପାଇଁ ଶାରୀରିକ ନିର୍ଯାତନା ଦେଇଆସୁଥିବାରୁ ସହିନପାରି ମହିଳା ଜଣକ ଆତ୍ମହତ୍ୟା କରିଥିବା ପରିବାର ଅଭିଯୋଗ ଆଣିଛି ।

ମୃତ ମହିଳାଙ୍କ ନାଁ ସୁଶ୍ରି ସଙ୍ଗୀତା ବସ୍ତିଆ ବୋଲି ଜଣାପଡ଼ିଛି । ତାଙ୍କ ମୃତଦେହକୁ ପୋଲିସ ତମାଣ୍ଡୋ ଥାନା ଭଗବାନ ପୁର ନିକଟ ସେକ ଭଡାଘରୁ ଉଦ୍ଧାର କରିଛି । ପ୍ରଦୀପ ନାୟକଙ୍କୁ ସଙ୍ଗୀତା ଗତ ୨୦ ଜାନୁଆରୀ ୨୦୨ ୧ମସିହାରେ ବିବାହ କରିଥିଲେ । ଏବେ ଝିଅର ମୃତ୍ୟୁ ହେବା ପରେ ପରିବାର ଲୋକ ଜ୍ବାଇଁଙ୍କୁ ଦାୟୀ କରିଛନ୍ତି । ବିବାହ ସମୟରେ ଯୁବକ ଜଣେ ନିଜକୁ ସଫ୍ଟୱୟାର ଇଞ୍ଜିନିୟର ବୋଲି ପରିଚୟ ଦେଇଥିଲେ । ମାତ୍ର ବିବାହ ପରେ ଯୌତୁକ ଦାବି କରି ମହିଳାଙ୍କୁ ଶାରୀରିକ ନିର୍ଯାତନା ଦେଉଥିଲେ ।

ମୃତ ମହିଳାଙ୍କ ବିବାହ ସମୟର ଫଟୋ
ମୃତ ମହିଳାଙ୍କ ବିବାହ ସମୟର ଫଟୋ

ଏହା ବି ପଢନ୍ତୁ- ଦୀପାବଳିରେ ଗର୍ଜିଲା ବନ୍ଧୁକ, ଗୁଳିମାଡ ଜଣେ ମୃତ

ମହିଳାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା । ଏହା ସହି ନପାରି ମହିଳା ଜଣକ ଆତ୍ମହତ୍ୟା କରିଥିବା ପରିବାର ଅଭିଯୋଗ ଆଣିଛି । ଏନେଇ ତମାଣ୍ଡୋ ଥାନାରେ ଅଭିଯୋଗ କରିଛନ୍ତି ଝିଅର ଭାଇ ତଥା ନିଆଳି ଅଧିବାସୀ ବିଶ୍ବଜିତ ବସ୍ତିଆ । ଯାହକୁ ନେଇ ମୃତଦେହକୁ ଏମ୍ସ ହସ୍ପିଟାଲରେ ବ୍ୟବଚ୍ଛେଦ କରାଯାଇଛି । ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏନେଇ ତମାଣ୍ଡୋ ଥାନା ଏକ ଅପମୃତ୍ୟ ମାମଲା ରୁଜୁ କରିଥିବା ବେଳେ ବଧୂହତ୍ୟା ଅଭିଯୋଗ ଆଧାରରେ ତଦନ୍ତ ଚଳାଇଛି ।

ମୃତ ମହିଳା
ମୃତ ମହିଳା

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.